/odisha-reporter/media/post_attachments/uploads/2019/04/bjp-14.jpg)
bjp
ଆଠଗଡ଼ (ନୀଳକଣ୍ଠ ଦୋରା)-କଟକ ଜିଲ୍ଲାର ବଡ଼ମ୍ବା ନରସିଂହପୁର ବିଧାନସଭା କ୍ଷେତ୍ରରେ ଆଜି ପ୍ରଚାର ଜୋରଦାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର ଏବଂ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ବଡ଼ମ୍ବା ବିଧାନସଭା ଆସନ ବିଜେଡିର ଗଡ଼। ତେଣୁ ଉଭୟ ବିଧାନସଭା ଓ ଲୋକସଭା ଆସନ ବିଜେଡି ହାତକୁ ଯିବ ବୋଲି ଦୁଇ ପ୍ରାର୍ଥୀ ବେଶ ଆଶାବାଦୀ। ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଖରାରେ ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର ସହ ବୁଲି ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଆସନ୍ତୁ ଜାଣିବା ବିଜେଡି ଗଡ଼ରେ କେମିତି ଚାଲିଛି ଦେବୀ-ଭର୍ତ୍ତୃହରି ପ୍ରଚାର...
ପ୍ରଶ୍ନ: ୨୦୧୯ ନିର୍ବାଚନ ପରୀକ୍ଷା କେମିତି ରହିବ ?
ଦେବୀଙ୍କ ଉତ୍ତର: ଲୋକସଭା ହେଉ କି ବିଧାନସଭା, ମ୍ୟୁନିସିପାଲିଟି ହେଉ କି ସମବାୟ ନିର୍ବାଚନ, ସବୁବେଳେ, ସବୁଥିରେ ବିଜେଡି ଜିତି ଆସିଛି। ଏଥର ମଧ୍ୟ ଜିତିବ। ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ଦେଶରେ ୫ମ ବୃହତ୍ତମ ଦଳର ମାନ୍ୟତା ପାଇଛି। ଏହା ଆମ ପାଇଁ ଗୌରବର କଥା ।
ପ୍ରଶ୍ନ: ଦେବୀଙ୍କ ଗଡ଼କୁ ଦେବୀ ବଞ୍ଚାଇ ରଖିବେ ନା ଅନ୍ୟ ହାତକୁ ଚାଲିଯିବ ?
ଦେବୀଙ୍କ ଉତ୍ତର: ଏ ଗଡ଼ ହେଉଛି ବଡ଼ମ୍ବା ନରସିଂହପୁରବାସୀଙ୍କ ଗଡ଼। ମା’ ଭଟ୍ଟାରିକାଙ୍କ ଗଡ଼। ସେମାନଙ୍କ ସଦିଚ୍ଛା ରହିଛି। ତେଣୁ ଦଳ ଜିତିବ, ଏଥିରେ ସନ୍ଦେହ ନାହିଁ।
ପ୍ରଶ୍ନ:କଣ ତଫାତ୍ ଦେଖୁଛନ୍ତି ଏଥର ନିର୍ବାଚନରେ
ଦେବୀଙ୍କ ଉତ୍ତର:ଏଠାରେ ସବୁବେଳେ ବିଜେଡି ଜିତି ଆସିଛି। ହେଲେ ଏଥର ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟକ ଭୋଟରେ ଜିତିବ। ଆମର ଏଠି ଝାମୁଯାତ୍ରା ସରିନାହିଁ। ଏପ୍ରିଲ ୨୧ ରେ ସରିବ । ତେବେ ଏଠି ନେତା-କର୍ମୀ ଯେମିତି ଏକାକାର ହୋଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି, ସମସ୍ତେ ଓଡ଼ିଶାର ସ୍ୱାଭିମାନ ରକ୍ଷା କରିବା ପାଇଁ ସଙ୍କଳ୍ପବଦ୍ଧ।
ପ୍ରଶ୍ନ: ଭୋଟହାର ପୂର୍ବଥର ପରି ବଜାୟ ରହିବ ତ ?
ଦେବୀଙ୍କ ଉତ୍ତର: ଏଠାରେ ବିଜେଡିର ଭଲ ଭୋଟରେ ସବୁବେଳେ ଜିତେ। ହେଲେ ଏଥର ଭୋଟ ହାର ପୂର୍ବପେକ୍ଷା ଆହୁରି ବଢ଼ିବ । ଏପରିକି ରେକର୍ଡ କରିବ।
ପ୍ରଶ୍ନ: 'ମୋଦି ଲହର' କାମ କରୁଛି କି ?
ଦେବୀଙ୍କ ଉତ୍ତର: ହାୱା କେବଳ ହାୱାରେ ହିଁ ରହିବ । କାଶତଣ୍ଡୀ ଫୁଲ ଶରତ ଋତୁରେ ଆସିଥଏ। ଫୁଲ ଫୁଟି ବିଚିତ୍ର ଦେଖାଯାଏ। ହେଲେ ଦଲକାଏ ପବନରେ ମାଟିରେ ମିଶିଯାଏ। ସେମିତି ମୋଦି ଲହର କାଶତଣ୍ଡୀ ଫୁଲ ପରି ଆସିବ, ପୁଣି ଗୋଟିଏ ହାୱାରେ ପଳେଇଯିବ।
ପ୍ରଚାର ମଇଦାନରେ ଥାଇ ବିଜେଡିର ଲୋକସଭା ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀଦ୍ବୟ କଣ କହୁଛନ୍ତି ଶୁଣନ୍ତୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
