ରଣେନ୍ଦ୍ରଙ୍କ ବିନାଶ ଲୀଳା ମୋତେ ଜିତିବାକୁ ସାହସ ଯୋଗାଉଛି : ବ୍ରଜେନ୍ଦ୍ର

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଆଠଗଡ଼ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବ୍ରଜେନ୍ଦ୍ର ରାଏ। ମୋଦି ହାୱାକୁ ପାଥେୟ କରି ବିଜୟ ପଥରେ ଅଗ୍ରସର ହେଉଥିବା ଏହି ରାଜନେତା ଏଥର ଟକ୍କର ଦେଉଛନ୍ତି ୫ ଥରର ବିଧାୟକ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ । ରାଜନୀତିରେ ଅଭିଜ୍ଞ ତଥା ଶାସକ ଦଳର ଏହି ତୁଙ୍ଗ ନେତାଙ୍କୁ କେମିତି ଟକ୍କର ଦେବେ ବ୍ରଜେନ୍ଦ୍ର ସେ ନେଇ ଓଡ଼ିଶା ରିପୋର୍ଟରକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କ’ଣ କହିଛନ୍ତି ଆସନ୍ତୁ […]

v66

Mihir Pattnayak
  • Published: Tuesday, 09 April 2019
  • , Updated: 09 April 2019, 06:35 PM IST

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଆଠଗଡ଼ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବ୍ରଜେନ୍ଦ୍ର ରାଏ। ମୋଦି ହାୱାକୁ ପାଥେୟ କରି ବିଜୟ ପଥରେ ଅଗ୍ରସର ହେଉଥିବା ଏହି ରାଜନେତା ଏଥର ଟକ୍କର ଦେଉଛନ୍ତି ୫ ଥରର ବିଧାୟକ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ । ରାଜନୀତିରେ ଅଭିଜ୍ଞ ତଥା ଶାସକ ଦଳର ଏହି ତୁଙ୍ଗ ନେତାଙ୍କୁ କେମିତି ଟକ୍କର ଦେବେ ବ୍ରଜେନ୍ଦ୍ର ସେ ନେଇ ଓଡ଼ିଶା ରିପୋର୍ଟରକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ପ୍ରଶ୍ନ: ସାମ୍ନାରେ ୩୦ ବର୍ଷର ଭେଟେରାନ ବିଧାୟକ, କେମିତି ସାମ୍ନା କରିବେ ତାଙ୍କୁ ?

ଉତ୍ତର: ତାଙ୍କର(ବିଜେଡି ପ୍ରାର୍ଥ ରଣେନ୍ଦ୍ର) କୁକର୍ମ ଓ ବିକାଶ ସ୍ଥାନରେ ବିନାଶ ଲୀଳା ହିଁ ମୋତେ ବିଜୟୀ ହେବାକୁ ବାଟ କଢାଉଛି। ଜଗନ୍ନାଥ ସୁତାକଳ ବନ୍ଦ ହେବାପରେ ୫ହଜାର ଲୋକେ କାମ ହରାଇଥିଲେ। ନ୍ୟାସ୍ତ ସ୍ୱାର୍ଥ ପାଇଁ ବନ୍ଦ କରାଯାଇଥିବା ଏହି ଶିଳ୍ପ ପୁଣି ଖୋଲିବ।

ପ୍ରଶ୍ନ: ଏହା ଏକ କୃଷି ପ୍ରଧାନ ନିର୍ବାଚନ ମଣ୍ଡଳୀ। ହେଲେ ଏଠାରେ ଶୀତଳ ଭଣ୍ଡାର ବନ୍ଦ ପଡିଛି, କ’ଣ କରିବେ ?

ଉତ୍ତର: ଆମେ ଆଶିଲେ ଏକାଧିକ ଶୀତଳ ଭଣ୍ଡାର ଖୋଲିବୁ। ବସ୍‌ଷ୍ଟାଣ୍ଡ ସମସ୍ୟାର ସମାଧାନ ହେବ। ଜଗନ୍ନାଥ ସୁତାକଳ ପୁଣି ଖୋଲିବ

ପ୍ରଶ୍ନ: ଲୋକଙ୍କ ପାଖକୁ କ’ଣ ମୁଦ୍ଦା ନେଇ ଯିବେ ?

ଉତ୍ତର: ଆଠଗଡ଼ର ବିକାଶ ପ୍ରଥମ ମୁଦ୍ଦା। ଏଠି ଲୋକଙ୍କୁ ଡରେଇ ଧମକେଇ ରଖାଯାଇଛି, ସେଥିରୁ ସ୍ଥାନୀୟ ଲୋକଙ୍କୁ ମୁକ୍ତ କରିବା ମୋର ପ୍ରଥମ କାମ।

ପ୍ରଶ୍ନ: ମୋଦି ଲହର କାମ କରିବ କି ?

ଉତ୍ତର: ମୋଦି ଜଣେ ଭଲ ନେତା। ପାକିସ୍ତାନକୁ କଡା ଜବାବ ଦେଇ ଏ କଥା ସେ ଦେଖାଇ ଦେଇଛନ୍ତି। ଏଣୁ ତାଙ୍କ ଲହର ଏଠି ଅବଶ୍ୟ କାମ ଦେବ।

ପ୍ରଶ୍ନ: ଦଳୀୟ କନ୍ଦଳ କାଳ ହେବ କି ?

ଉତ୍ତର: ଦଳ ଭିତରେ ମତଭେଦ ରହିବା କିଛି ନୂଆ ନୁହେଁ। କିନ୍ତୁ ଆମେ ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢୁଛୁ। ଗୋଟିଏ ଲକ୍ଷ ରଣେନ୍ଦ୍ରଙ୍କୁ ହରାଇବା। ଏହା ସତ ଯେ, ସେ ଏଥର ଅମାନତ ହରାଇବେ।

https://youtu.be/wJlVJG3Cus0

Related story