Advertisment

ନୂଆ ବିଲଡିଂରେ ଚାଲିବ ସଂସଦର ବିଶେଷ ଅଧିବେଶନ

ରିପୋର୍ଟ ଅନୁଯାୟୀ, ସରକାର ୱାନ ନେଶନ, ୱାନ ଇଲେକ୍ସନ, ମହିଳା ସଂରକ୍ଷଣ ବିଲ, ଦେଶର ନାଁ ଇଣ୍ଡିଆ ବଦଳରେ କେବଳ ଭାରତ ଓ ଏକକ ନାଗରିକ ସଂହିତା ବିଲ୍‌ ଗୃହରେ ଉପସ୍ଥାପନ କରି ପାରନ୍ତି।

Parliament

Parliament

Advertisment

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ବିଶେଷ ଅଧିବେଶନ ପୁରୁଣା ବିଲଡିଂରେ ଦିନକ ପାଇଁ ଚାଲିବ। ଏହାପରେ ସେପ୍ଟେମ୍ବର ୧୯ ଗଣେଶ ପୂଜାରୁ ନୂଆ ବିଲଡିଂରେ ସାଂସଦମାନେ ବସିବେ। ନୂଆ ବିଲଡିଂରେ ହିଁ ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଚାଲିବ ବୋଲି ଜଣାପଡ଼ିଛି। 

Advertisment

କେନ୍ଦ୍ର ସରକାର ହଠାତ୍‌ ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ୫ ଦିନ ଧରି ବସିଥିବାକୁ ଥିବା ଏହି ଅଧିବେଶନର ଏଜେଣ୍ଡା ସରକାର ଏଯାଏ ସାର୍ବଜନୀନ କରିନାହାନ୍ତି।

ତେବେ ରିପୋର୍ଟ ଅନୁଯାୟୀ, ସରକାର ୱାନ ନେଶନ, ୱାନ ଇଲେକ୍ସନ, ମହିଳା ସଂରକ୍ଷଣ ବିଲ, ଦେଶର ନାଁ ଇଣ୍ଡିଆ ବଦଳରେ କେବଳ ଭାରତ ଓ ଏକକ ନାଗରିକ ସଂହିତା ବିଲ୍‌ ଗୃହରେ ଉପସ୍ଥାପନ କରି ପାରନ୍ତି।

Advertisment

କେନ୍ଦ୍ର ସରକାର ହଠାତ୍‌ ସ୍ୱତନ୍ତ୍ର ଅଧିବେଶନ ଡାକିଥିବାରୁ କେହି କେହି ଆଗୁଆ ନିର୍ବାଚନର ମଧ୍ୟ ଆଶଙ୍କା କରୁଛନ୍ତି। ଆସନ୍ତା ନଭେମ୍ବର-ଡିସେମ୍ବରରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ସମୟରେ କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ମଧ୍ୟ କରାଇ ପାରନ୍ତି ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ଅଗଷ୍ଟ ୩୧ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିଜର ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବର ଟ୍ୱିଟର)ରେ ଗୋଟିଏ ପୋଷ୍ଟ କରି ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ସୂଚନା ଦେଇଥିଲେ।

ସେ କହିଥିଲେ, “ସଂସଦର ସ୍ୱତନ୍ତ୍ର ଅଧିବେଶନ(୧୭ତମ ଲୋକସଭାର ୧୩ତମ ଅଧିବେଶନ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ) ସେପ୍ଟେମ୍ବର ୧୮ରୁ ୨୨ ଯାଏ ଡକା ଯାଉଛି। ଏଥିରେ ୫ଟି କାର୍ଯ୍ୟ ଦିବସ ରହିବ। ଅମୃତ କାଳରେ ବସିବାକୁ ଯାଉଥିବା ଅଧିବେଶନରେ ଗଠନ ମୂଳକ ଆଲୋଚନା ଓ ବିତର୍କ ହେବେ ବୋଲି ଆଶା।”

Parliament New Parliament Building Special Session Of Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe