Advertisment

ଭାରତର ସବୁଠାରୁ ବୟସ୍କ ଏମ୍‌ପିଙ୍କୁ ଆପଣ ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏବେ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା।  ପାନ ଦୋକାନରୁ ପାର୍ଲାମେଣ୍ଟ ସବୁଠି ରାଜନେତା ଆଉ ରାଜନୀତିର ଆଲୋଚନା।  ଆଉ ମାତ୍ର କେଇଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ନିର୍ବାଚନୀ ମାହୋଲ ମଧ୍ୟରେ ଆସନ୍ତୁ ଜାଣିବା ଆମ ନେତାଙ୍କ ବିଷୟରେ  କିଛି ରୋଚକ ତଥ୍ୟ ଯାହା ଭାରତର ରାଜନୈତିକ ଇତିହାସରେ ସର୍ବକାଳୀନ ରେକର୍ଡ କରିଛି। ଲୋକସଭାର ସବୁଠାରୁ ବୟସ୍କ ଏମ.ପି.ଥିଲେ ରାମସୁନ୍ଦର ଦାସ। ସେ ଜନତା ଦଳ(ୟୁ) ସଦସ୍ୟ ଥିଲେ ଏବଂ […]

ଭାରତର ସବୁଠାରୁ ବୟସ୍କ ଏମ୍‌ପିଙ୍କୁ ଆପଣ ଜାଣିଛନ୍ତି କି ?

ff

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏବେ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା।  ପାନ ଦୋକାନରୁ ପାର୍ଲାମେଣ୍ଟ ସବୁଠି ରାଜନେତା ଆଉ ରାଜନୀତିର ଆଲୋଚନା।  ଆଉ ମାତ୍ର କେଇଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ନିର୍ବାଚନୀ ମାହୋଲ ମଧ୍ୟରେ ଆସନ୍ତୁ ଜାଣିବା ଆମ ନେତାଙ୍କ ବିଷୟରେ  କିଛି ରୋଚକ ତଥ୍ୟ ଯାହା ଭାରତର ରାଜନୈତିକ ଇତିହାସରେ ସର୍ବକାଳୀନ ରେକର୍ଡ କରିଛି।

Advertisment
  • ଲୋକସଭାର ସବୁଠାରୁ ବୟସ୍କ ଏମ.ପି.ଥିଲେ ରାମସୁନ୍ଦର ଦାସ। ସେ ଜନତା ଦଳ(ୟୁ) ସଦସ୍ୟ ଥିଲେ ଏବଂ ୨୦୦୯ରେ ହାଜିପୁର  ଆସନରୁ ଜିତିଥିଲେ। ସେତେବେଳେ ତାଙ୍କୁ  ୮୮ ବର୍ଷ ବୟସ   ହୋଇଥିଲା।
  • publive-image
  • ରାଜ୍ୟସଭାର ସବୁଠୁ ବୟସ୍କ  ପ୍ରାର୍ଥୀ ଥିଲେ ମଣିପୁରର ରିସାଙ୍ଗ କେସିଙ୍ଗ। ସେ ୮୮ ବର୍ଷ ବୟସରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
  • ଦୁଷ୍ୟନ୍ତ ଚୌତାଲା ଲୋକସଭାର ସର୍ବକନିଷ୍ଠ ଏମ୍‌ପି ଥିଲେ। ୨୦୧୪ରେ ମାତ୍ର ୨୬ ବର୍ଷ ବୟସରେ ସେ ଲୋକସଭାକୁ ମନୋନୀତ ହୋଇଥିଲେ।
  • ସବୁଠାରୁ ବୟସ୍କ ପ୍ରଧାନମନ୍ତ୍ରୀ ଥିଲେ ମୋରାରଜୀ ଦେଶାଇ। ୮୧ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
  • ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ। ମାତ୍ର ୪୨ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
  • ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ  କ୍ଷମତାରେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ। ସେ ସର୍ବାଧିକ ୬୧୩୦ ଦିନ ଦାୟିତ୍ୱରେ ରହିଥିଲେ।
  • ଗୁଲଜାରୀଲାଲ ନନ୍ଦା ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ କମ୍‌ ଦିନ କ୍ଷମତାରେ ଥିଲେ। ସେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ କାର୍ଯକାଳ ଥିଲା ମାତ୍ର ୧୩ ଦିନ।
  • ସିପିଆଇ ନେତା ଇନ୍ଦ୍ରଜିତ ଗୁପ୍ତା ଲୋକସଭା ଏମ୍‌ପି ଭାବେ ସବୁଠାରୁ ଅଧିକ ସମୟ କାମ କରିଥିଲେ। ସେ ସର୍ବାଧିକ ୧୧ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।
  • କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ୱରନ ସିଂ ସବୁଠାରୁ ଅଧିକ ସମୟ ଦାୟିତ୍ୱରେ ଥିଲେ। ସେ ଦୀର୍ଘ ୨୩ ବର୍ଷ ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ।
  • କଂଗ୍ରେସର ରାମ ସୁଭାଗ ସିଂ ଲୋକସଭାର ପ୍ରଥମ ବିରୋଧୀ ଦଳ ନେତା ଥିଲେ।
  • ଗୁଜରାଟ ଗିର ଜଙ୍ଗଲର ୨୦ କି.ମି. ଭିତରେ ନିର୍ବାଚନ କମିଶନ ଏକ ମତଦାନ କେନ୍ଦ୍ର ଖୋଲିଥିଲେ,  ଯେଉଠି ଜଣେ ମାତ୍ର ଭୋଟର ତାଙ୍କର ମତଦାନ କରିଥିଲେ। ସେହି ଭୋଟର ଜଣକ ହେଉଛନ୍ତି ଭାରତଦାସ ଦର୍ଶନ୍ଦାସ୍‌।
  • ତାମିଲନାଡୁର ‘ଇଲେକ୍‌ସନ କିଙ୍ଗ’ ପଦ୍ମରାଜନ ସର୍ବାଧିକ ନିର୍ବାଚନ ଲଢିଛନ୍ତି। ହେଲେ ଗୋଟିଏ ଥର ବି ସଫଳତା ପାଇ ନାହାନ୍ତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe