Advertisment

ଜ୍ୱାଇଁଙ୍କ ସହ ବାବାଙ୍କ ଟିକେଟ ବି କଟିଲା, ତଥାପି ବାବା ଖୁସି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିଜେଡିର ବାବା-ଏକ ପରିଚିତ, ଚର୍ଚ୍ଚିତ ଚେହେରା। ବେଶ ବିନ୍‌ଦାସ। ଦେଖିଲେ ଲାଗିବନି ୭୬ରେ ପହଞ୍ଚିଲେଣି ବୋଲି। ଭୁବନେଶ୍ୱର ପରି ଏକ ଲୋକସଭା ଆସନରୁ ସଚେତନ ଭୋଟରଙ୍କ ସମର୍ଥନ ପାଇ ୫ ଥର ସାଂସଦ ହେବା କିଛି କମ୍‌ ସଫଳତା ନୁହେଁ। ବୟସର ଆଧିକ୍ୟ ହେଉ କିମ୍ବା ବିଶ୍ୱାସର ଅଭାବ, ଏଥର କିନ୍ତୁ ବିଜେଡି ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରିଲେ ନାହିଁ। ରାଜନୀତିର ପଶାପାଲି ଖାଲି ବାବା ଏକା ଖେଳୁ ନ […]

ଜ୍ୱାଇଁଙ୍କ ସହ ବାବାଙ୍କ ଟିକେଟ ବି କଟିଲା, ତଥାପି ବାବା ଖୁସି !

bu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିଜେଡିର ବାବା-ଏକ ପରିଚିତ, ଚର୍ଚ୍ଚିତ ଚେହେରା। ବେଶ ବିନ୍‌ଦାସ। ଦେଖିଲେ ଲାଗିବନି ୭୬ରେ ପହଞ୍ଚିଲେଣି ବୋଲି। ଭୁବନେଶ୍ୱର ପରି ଏକ ଲୋକସଭା ଆସନରୁ ସଚେତନ ଭୋଟରଙ୍କ ସମର୍ଥନ ପାଇ ୫ ଥର ସାଂସଦ ହେବା କିଛି କମ୍‌ ସଫଳତା ନୁହେଁ। ବୟସର ଆଧିକ୍ୟ ହେଉ କିମ୍ବା ବିଶ୍ୱାସର ଅଭାବ, ଏଥର କିନ୍ତୁ ବିଜେଡି ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରିଲେ ନାହିଁ।

Advertisment

ରାଜନୀତିର ପଶାପାଲି ଖାଲି ବାବା ଏକା ଖେଳୁ ନ ଥିଲେ, ସାଙ୍ଗରେ ଜ୍ୱାଇଁ ବି ତାଙ୍କର ଥିଲେ। ମିଡିଆରେ ଏମିତି ବି ଚର୍ଚ୍ଚା ବି ହେଉଥିଲା ଯେ, ପୁଅକୁ ପାଲିରେ ବସାଇବାକୁ ଚାହୁଁଥିଲେ ବାବା। ହେଲେ ଦୁର୍ଭାଗ୍ୟ, ପଡ଼ିଆରେ କେହି ବି ରହିଲେନି ଖେଳିବାକୁ ! ଶ୍ୱଶୁର-ଜ୍ୱାଇଁ ଦୁହିଁଙ୍କ ଟିକଟ କାଟିଦେଲେ ନବୀନ। ପୁଅକୁ ବି ଚାହିଁଲେନି ! ହେଲେ କ’ଣ ଏମିତି କଲେ ଯେ, ଶ୍ୱଶୁର-ଜ୍ୱାଇଁ ଦୁହିଁଙ୍କ ଟିକଟ କାଟିଦେଲେ ?

ଆପଣ ମନେମନେ ଏହା ଭାବୁଥିବେ।

କ’ଣ ଆମେ ଠିକ୍‌ କହୁଛୁ ତ ?

କିଛି ଦିନ ତଳୁ ମିଡିଆରେ ଚର୍ଚ୍ଚା ଚାଲିଥିଲା, ବାବାଙ୍କୁ ଟିକଟ ମିଳିବନି। ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ଏଥର ନୂଆ ମୁହଁ। ଜଣେ ୟଙ୍ଗ, ଏନର୍ଜେଟିକ..।

Advertisment

ବୟସ କଥାକୁ ଅବଶ୍ୟ ବାବା ଏଡାଇ ଦେଇଥିଲେ । କାରଣ ସେ କହୁଥିଲେ, ମନରେ ମୁଁ ୟଙ୍ଗ। କିନ୍ତୁ ଟିକଟ କଟିବା କଥା ଅନୁମାନ କରି ପାରିଥିଲେ । ‘ମୁଁ ଭଲ କାମ କରିଛି, ଟିକଟ ମିଳିବ’ ଏମିତି ମୁହଁ ଫୁଟାଣି ମାରୁଥିଲେ। କିନ୍ତୁ ଚର୍ଚ୍ଚା ହେଉଥିଲ, ଟିକଟ କଟିବା ଭୟ ଥିଲା ବୋଲି ତ ପୁଅ ସୁନୀଲ ପାଟ୍ଟଶାଣୀଙ୍କୁ ନେଇ ନବୀନ ନିବାସ ବି ଯାଇଥିଲେ ବାବା ।

ମତେ ନ ହେଲା ନାହିଁ, ପୁଅ କୁ ତ ଦିଅ ! ଏଇ ଆଶାରେ ହୁଏତ।

ହେଲେ ସେ ଲବି କିଛି କାମ କଲାନି। ଅବଶ୍ୟ ବାବା କୁହନ୍ତି, ଲବି ମୋର ହବି ନୁହଁ । ତଥାପି ପରିବାରରୁ କାହାକୁ ନା କାହାକୁ ଟିକଟ ଦେବା ପାଇଁ ଚେଷ୍ଟା କରୁଥିଲେ। ବାବାଙ୍କର ଶେଷ ଇଚ୍ଛା ଥିଲା, କେହି ନ ହେଲେ ନାହିଁ, ଜ୍ୱାଇଁ ଅର୍ଥାତ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ବିଧାୟକ ଆସନରୁ ଲଢିବା ପାଇଁ ବିଜେଡି ଟିକଟ ଖଣ୍ଡେ ମିଳିଯାଉ। ପ୍ରିୟଦର୍ଶୀ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଧାୟକ ଭାବେ ଜିତିଥିଲେ।

ହେଲେ ବାବାଙ୍କ ସବୁ ଆକଳନ, ଆବେଦନ ଭୁଲ୍‌ ହୋଇଗଲା। ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ବାବାଙ୍କ ବଦଳରେ ବାଛିଲେ ଆଇପିଏସ ଅରୂପ ପଟ୍ଟନାୟକଙ୍କୁ। ଆଉ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଭାବେ ବାବା ବାଛିଲେ ସୁଶାନ୍ତ ରାଉତଙ୍କୁ। ତଥାପି ବାବାଙ୍କର ଆଶା ଅଛି ଯେ, ଆମ ନେତା ବହୁତ ଭଲ।  ଯଦି ଲୋକସଭା ଟିକଟ ଦେଲେନି, ତେବେ ଆହୁରି ଭଲ କାମ ମତେ ଦେବେ।

ବାବାଙ୍କ ମାନେ ଟା ରାଜ୍ୟସଭା ଟିକଟ।

କେଜାଣି ଏ ଆଶା ରହିବ କି ନାଇଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe