Advertisment

ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ, ଜାଗରେ ନାରୀ ଶକ୍ତି ଜାଗ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଚାରିକାନ୍ଥ ଘେରା ଘରୁ ବାହାରି…ନୂଆ ଦୁନିଆର ଆଲୋକ ହୋଇ…ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ… ଜାଗରେ…. ନାରୀ ଶକ୍ତି ଜାଗ…ଜାଗରେ….ନାରୀ ଶକ୍ତି ଜାଗ…” ଏମିତି ଗୀତରେ ଆରମ୍ଭ କରିଥିଲେ ନିଜର ଭାଷଣ। ବେଶ ଗାଉଁଲି, ଭାଷଣ ଗାଉଁଲି…ତଥାପି ସଭାସ୍ଥଳରେ ଥିବା ଶହ ଶହ ମହିଳା ହାତ ଟେକି, ହୁଳହୁଳି ପକାଇ ଉତ୍ସାହିତ କରୁଥାନ୍ତି। ଏଇ ଗାଉଁଲି ନେତା ହେଉଛନ୍ତି ଆସ୍କା ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ପ୍ରମିଳା ବିଷୋଇ। ସମସ୍ତଙ୍କର […]

ଅଦ୍ୟତନ ହୋଇଛି
ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ, ଜାଗରେ ନାରୀ ଶକ୍ତି ଜାଗ...

pp3

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): "ଚାରିକାନ୍ଥ ଘେରା ଘରୁ ବାହାରି...ନୂଆ ଦୁନିଆର ଆଲୋକ ହୋଇ...ନିଜ ମୁକ୍ତି ପାଇଁ ନିଜେ ହିଁ ଲାଗ...
ଜାଗରେ.... ନାରୀ ଶକ୍ତି ଜାଗ...ଜାଗରେ....ନାରୀ ଶକ୍ତି ଜାଗ..."

Advertisment

ଏମିତି ଗୀତରେ ଆରମ୍ଭ କରିଥିଲେ ନିଜର ଭାଷଣ। ବେଶ ଗାଉଁଲି, ଭାଷଣ ଗାଉଁଲି...ତଥାପି ସଭାସ୍ଥଳରେ ଥିବା ଶହ ଶହ ମହିଳା ହାତ ଟେକି, ହୁଳହୁଳି ପକାଇ ଉତ୍ସାହିତ କରୁଥାନ୍ତି। ଏଇ ଗାଉଁଲି ନେତା ହେଉଛନ୍ତି ଆସ୍କା ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ପ୍ରମିଳା ବିଷୋଇ। ସମସ୍ତଙ୍କର ପ୍ରମିଳା ମାଉସୀ। ଆଉ କାଲି ଜିତିଗଲେ ହେବେ ମାନ୍ୟବର ସାଂସଦ।

ଆଗରେ ଥିଲେ ଲକ୍ଷାଧିକ ଜନତା। ପଛରେ ମଞ୍ଚାସୀନ ଥିଲେ ବିଜେଡିର ବଡ ବଡ଼ ନେତା। ମାଇକ୍ରୋଫୋନ ପାଖରେ ଛିଡ଼ା ହୋଇଥିଲେ ପ୍ରମିଳା । ବାର୍ଦ୍ଧକ୍ୟରେ ବି ତାଙ୍କ ମୁହଁରେ ଥିଲା ଦାମ୍ଭିକତା। କଥା କହି ଆସୁନଥିଲେ ବି ମୁହଁରେ ଭୟ ବା ହତାଶା ଭାବ ନ ଥିଲା। ଭାଷଣ ଦେଉଥିଲେ। ଏକଦମ୍‌ ଶର୍ଟକଟ ଭାଷଣ । ଗୋଟିଏ କଥା, ଭାଷା ଅଲଗା। ତା ପୁଣି ଅଧା ଖଣ୍ଡିଆ। ସେଇ ଚିରାଚରିତ ଡାଇଲଗ୍‌...ମା’ ଭଉଣୀମାନେ..ଆମେ ନାରୀଶକ୍ତି। ଆମେ ଏକାଠି ହୋଇ ଆଗକୁ, ଉପରକୁ ଯିବା..ନବୀନ ବାବୁଙ୍କ ହାତମୁଠା ଟାଣ କରିବା । ତେଣୁ ସମେସ୍ତ ଆସ ଉପରକୁ ଯିବା।

Advertisment

ଆପଣ ଜିତିଲେ କ'ଣ କରିବେ ବୋଲି କହିଲେ ପଚାରିଲେ କହନ୍ତି ଗୋଟିଏ କଥା କହନ୍ତି ମୁଁ ଚାଷୀର ଝିଅ । ଚାଷୀଙ୍କ କଥା କହିବି। ଚାଷୀମାନେ କେମିତି ହଇରାଣ ହେଉଛନ୍ତି ସେ କଥା କହିବି। ପାଠ କଥା କହିଲେ ନିର୍ଭୀକତାର ସହ କୁହନ୍ତି, "ମୁଁ ଓଡ଼ିଆ ପଢ଼ି ଶିଖିଛି, ଲେଖି ଶିଖିଛି। ପାର୍ଲାମେଣ୍ଟରେ ମୁଁ ଓଡ଼ିଆ ଭାଷାରେ ସବୁ କହିବି। ଚାଷୀଙ୍କ କଥା କହିବି। ମହିଳା ମା’ ମାନଙ୍କ ଉନ୍ନତି କଥା କହିବି।"

ଆଉ ନବୀନ ବାବୁଙ୍କ କଥା ଉଠିଲେ ପ୍ରଶଂସାରେ ଶତମୁଖ ହୋଇଉଠନ୍ତି ସେ। ସଭାସମିତିରେ ଭାଷଣ ଦେବାବେଳେ କର୍ମୀମାନେ ଯେତେବେଳେ ତାଙ୍କୁ କୁହନ୍ତି ମାଉସୀ ଗୀତଟିଏ ଶୁଣାଇବନି....ମାଉସୀ ଶୁଣାନ୍ତି ନବୀନ ବାବୁଙ୍କ ଗୀତଟିଏ।

ଗାଉଁଲି ହେଲେ ବି ପ୍ରମିଳାଙ୍କ ପ୍ରତି ଲୋକସମର୍ଥନ ଯେ ରହିଛି ତାହା ତାଙ୍କର ସାଧାରଣ ସଭାଟିଏ ଦେଖିଲେ ଜାଣି ହେଉଛି। ତେବେ ଦେଖାଯାଉ, ନିର୍ବାଚନ ଫଳାଫଳ କଣ କହୁଛି !

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe