Advertisment

କେନ୍ଦ୍ରକୁ ଗଲେ ଶିବରାଜ, ଏବେ ପୁଅ କାର୍ତ୍ତିକେୟ ସମ୍ଭାଳିବେ ଗଡ଼

ବୁଧନି ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ କାର୍ତ୍ତିକେୟ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Shivraj

Shivraj

Advertisment

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ଦେଶର କୃଷି ମନ୍ତ୍ରୀ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସଦସ୍ୟ। ସେ କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରିଥିବାରୁ ଏବେ ସମସ୍ତଙ୍କ ନଜର ତାଙ୍କ ପୁଅ କାର୍ତ୍ତିକେୟ ସିଂହ ଚୌହାନଙ୍କ ଉପରେ ରହିଛି। କୁହାଯାଉଛି ଯେ ବାପାଙ୍କ ପରେ ଏବେ ମଧ୍ୟପ୍ରଦେଶରେ ଶିବରାଜଙ୍କ ଗଡ଼ ତାଙ୍କ ପୁଅ କାର୍ତ୍ତିକେୟ ସମ୍ଭାଳିବେ।

Advertisment

ଏପରି କି ବୁଧନି ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ କାର୍ତ୍ତିକେୟ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଆସନରୁ ଶିବରାଜ ସିଂହ ଚୌହାନ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିଲେ। ଏବେ ସେ ବିଦିଶାରୁ ଲୋକସଭା ନିର୍ବାଚନ ଲଢ଼ି ସଂସଦକୁ ଯାଇଛନ୍ତି। ତେଣୁ ବୁଧନିରେ ଉପ ନିର୍ବାଚନ ହେବ। ବାପାଙ୍କ ସ୍ଥାନରେ ବିଜେପି ପୁଅ କାର୍ତ୍ତିକେୟଙ୍କୁ ଟିକେଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଗତ ରବିବାର ଶିବରାଜ ଭୋପାଲରେ ରୋଡ ଶୋ’ କରିଥିଲା। ସେହିପରି ଶୁକ୍ରବାର ବିଜେପି କର୍ମୀଙ୍କ ପକ୍ଷରୁ ଶିବରାଜଙ୍କ ପାଇଁ ଭେରୁଣ୍ଡା, ସେହୋରେ ଗୋଟିଏ କୃତଜ୍ଞତା କନଫରେନ୍ସ ହୋଇଥିଲା। ଏଥିରେ ଶିବରାଜଙ୍କ ସହ ତାଙ୍କ ପୁଅ କାର୍ତ୍ତିକେୟ ରହିଥିଲେ।

Advertisment

ଭୋପାଲରେ ହୋଇଥିବା ରୋଡ ଶୋ’ରେ ବିପୁଳ ଜନସମାଗମ ହୋଇଥିଲା। ସମର୍ଥକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ଶିବରାଜଙ୍କୁ ସ୍ୱାଗତ କରିଥିଲେ। ଭେରୁଣ୍ଡା, ସେହୋରେରେ ଆୟୋଜିତ କନଫରେନ୍ସରେ କାର୍ତ୍ତିକେୟ ଓ ତାଙ୍କ ମା’ ସାଧନା ସାମିଲ ହୋଇ ଲୋକ ଏବଂ ବିଜେପି କର୍ମୀଙ୍କୁ ଶିବରାଜଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ଶିବରାଜ ଭିଡିଓ କନଫରେନ୍ସିଂ ଜରିଆରେ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ।

ଏଠାରେ କର୍ମୀମାନଙ୍କୁ ସମ୍ବୋଧନ କରି କାର୍ତ୍ତିକେୟ ମଧ୍ୟ ବୁଧନିରେ ଲୋକଙ୍କ ସମର୍ଥନ କେମିତି ରହିଛି, ସେକଥା ସମସ୍ତଙ୍କୁ ଜଣାଇଥିଲେ। ଶିବରାଜ ଏଠାରୁ ୧.୫ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବାରୁ କାର୍ତ୍ତିକେୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜୁନିୟର ଚୌହାନ କହିଥିଲେ, “ବୁଧନିର ଲୋକମାନେ ନିୟମିତ ଭାବେ ଆମର ନେତାଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି। ଶିବରାଜଜୀଙ୍କୁ ଏଠାରୁ ୬ଷ୍ଠ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ସେ ଏକମାତ୍ର ନେତା ଯାହାଙ୍କ ନିର୍ବାଚନ ଏଠାକାର ଲୋକମାନେ ଲଢ଼ିଛନ୍ତି। ମୁଁ ଏଥିପାଇଁ ଆପଣମାନଙ୍କୁ ଭୂମିଷ୍ଠ ପ୍ରଣାମ କରୁଛି।”

ଏହି କାର୍ଯ୍ୟକ୍ରମରେ ବିଜେପିର ଅନେ ପଦାଧିକାରୀ ଯୋଗ ଦେଇଥିଲେ। କାର୍ତ୍ତିକେୟ ଏହି ସମୟରେ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ୨୦୨୩ ନିର୍ବାଚନରେ ଏଠାରେ କେଉଁ ସବୁ ଚ୍ୟାଲେଞ୍ଜ ଥିଲା, ସେକଥା ମଧ୍ୟ ପଚାରି ବୁଝିଛନ୍ତି।

ସେ ଆହୁରି କହିଛନ୍ତି, “ଅନେକ ଆଙ୍ଗୁଠି ଉଠିଥିଲା। କିନ୍ତୁ ଆମେ ତଥାକଥିତ ବୁଦ୍ଧିଜୀବୀଙ୍କୁ ଉଚିତ ଜବାବ ଦେଇଛୁ। ମୁଁ କେବେ ହେଲେ ଆପଣ, ମୁଁ ଓ ଶିବାରାଜ ଜୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିପାରୁନି। ଆମମାନଙ୍କର ଶରୀରର ଭିନ୍ନ ହୋଇପାରେ। କିନ୍ତୁ ଆତ୍ମା ଗୋଟିଏ। ୨୦୨୪ ସାଧାରଣ ନିର୍ବାଚନ ସମୟରେ ସମସ୍ତେ ବିଦିଶା ସଂସଦୀୟ କ୍ଷେତ୍ର ମିଟିଂରେ ନିଜ ନିଜର ମତ ରଖିଥିଲେ। ଏହାପରେ ରେଜଲ୍ଟ ଆସିଥିଲା ଓ ଆମେ ବିଜୟୀ ହୋଇଥିଲେ।”

କାର୍ତ୍ତିକେୟଙ୍କ ଏପରି ଭାଷଣରୁ ସ୍ପଷ୍ଟ ହୋଇଛି ଯେ ବାପା ଖାଲି କରିଥିବା ବୁଧନି ଆସନରୁ ସେ ହିଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Bjp Madhya Pradesh Shivraj Singh Chouhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe