Advertisment

ମୋଦିଙ୍କୁ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଧନ୍ୟବାଦ, କହିଲେ- ଏକାଠି ଆଗକୁ ବଢିବା

ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
 Anura Kumara Dissanayake & PM Modi

Anura Kumara Dissanayake & PM Modi

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତିକ୍ରିୟା ଦେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Advertisment

ସେ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ସମର୍ଥନ ଓ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ। ଆମ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ମୁଁ ଆପଣଙ୍କ ପ୍ରତିବଦ୍ଧତାକୁ ଶେଆର କରିଛି। ଦୁଇ ଦେଶର ଜନତା ଏବଂ ଅଞ୍ଚଳର ଉନ୍ନତି ପାଇଁ ଆମେ ଏକାଠି ମିଳିତ ଭାବେ କାର୍ଯ୍ୟ କରିପାରିବା।"

ତେବେ ଦିଶାନାୟକେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, "ଶ୍ରୀଲଙ୍କା ଭାରତର ରଣନୀତିକ ପଡୋଶୀ। ଦ୍ୱୀପପୁଞ୍ଜ ରାଷ୍ଟ୍ର ସହ ଭାରତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି। ଦୁଇ ଦେଶ ମଧ୍ୟରେ ବହୁମୁଖୀ ସହଯୋଗ ଭାରତୀୟ ନାଗରିକ ତଥା ଏହି ଅଞ୍ଚଳର ଅନ୍ୟ ଲୋକଙ୍କୁ ମଧ୍ୟ ଉପକୃତ କରିବ।"

Advertisment

ଅନୁରା କୁମାର ଦିଶାନାୟକେ ହେଉଛନ୍ତି ଶ୍ରୀଲଙ୍କାର ପ୍ରଥମ ବାମପନ୍ଥୀ ନେତା, ଯିଏକି ରାଷ୍ଟ୍ରପତି ହୋଇଛନ୍ତି। ସେ ବିପକ୍ଷ ଦଳର ସଜିତ ପ୍ରେମଦାସାଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇ ଏହି ପଦ ଅଳଙ୍କୃତ କରିଛନ୍ତି। ଆଜି ସେ ରାଷ୍ଟ୍ରପତି ଭାବେ ଶପଥ ନେବେ।

ତେବେ ଦିଶାନାୟକେ ହେଉଛନ୍ତି ଜନତା ଭିମୁକ୍ତି ପେରମୁନା ପାର୍ଟି (JVP)ର ଜଣେ ନେତା। ସେ ନ୍ୟାସନାଲ ପିପୁଲ୍ସ ପାୱାର (NPP)  ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। 

୨୦୨୨ରେ ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ମଧ୍ୟରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଉସ୍ତଫା ଦେଇଥିଲେ। ଦେଶରେ ଦେଖା ଦେଇଥିବା ଆର୍ଥିକ ସଙ୍କଟ ପରେ ଏହା ହେଉଛି ଶ୍ରୀଲଙ୍କାରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ତେବେ ଦିଶାନାୟକେ ଦେଶର ସ୍ଥିତିକୁ କିପରି ପରିଚାଳନା କରୁଛନ୍ତି ତା ଉପରେ ନଜର ରହିବ ନିଶ୍ଚୟ। 

Sri Lanka President Election Sri Lanka Election PM Modi Anura Kumara Dissanayake