ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ବିଧାୟକଙ୍କୁ ନିମନ୍ତ୍ରଣ କଲେ ସରକାର , ବିଜେଡି କହିଲା ଏରିଆରେ ରୁହ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ବିଜେଡି ବିଧାୟକମାନଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କଲେ । କିନ୍ତୁ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ନଯିବାକୁ ଦଳୀୟ ବିଧାୟକମାନଙ୍କୁ ବିଜେଡି ପକ୍ଷରୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।

Puri

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

Biswajit Samal
  • Published: Monday, 15 January 2024
  • Updated: 15 January 2024, 10:45 PM IST

Sports

Latest News

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ବିଜେଡି ବିଧାୟକମାନଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କଲେ । କିନ୍ତୁ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ନଯିବାକୁ ଦଳୀୟ ବିଧାୟକମାନଙ୍କୁ ବିଜେଡି ପକ୍ଷରୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ବିଧାୟକମାନେ ପୁରୀ ନଯାଇ ନିଜ ନିଜ ଅଂଚଳରେ ପଂଚାୟତସ୍ତରରେ ଏଲଇଡି ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରାଇବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ ବାର୍ତ୍ତା ଜାରି କରି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ନିଜ ନିଜ ସ୍ଥାନରେ ଆନନ୍ଦ, ଭକ୍ତି ଓ ସମର୍ପଣ ଭାବ ସହ ନିଜ ପରିବାର ସହ ପାଳିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, ଦିନକ ପରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଦାୟିତ୍ୱରେ ଥିବା ଓଏଏସ୍ ଅଧିକାରୀମାନେ ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ଦେଇଥିବା ଜଣାପଡ଼ିଛି । ତେବେ ଗତ ଦୁଇଦିନ ଧରି ବିଜେଡି ନିଜର ଦଳୀୟ ବିଧାୟକମାନଙ୍କୁ ଫୋନ୍ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପୁରୀ ନଯାଇ ନିଜ ଅଂଚଳରେ ଏଲଇଡି ମାଧ୍ୟମରେ ଏହାର ସିଧାସଳଖ ପ୍ରସାରଣ କାର୍ଯ୍ୟ ଦେଖିବା ଓ ଲୋକଙ୍କ ସହ ରହିବାକୁ ପରାମର୍ଶ ଦେଇଛି । ବିଧାୟକମାନଙ୍କୁ ପରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ମଧ୍ୟ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି ।

Also Read

ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ନେତାମାନେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ଗଣମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ।

ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ,ସାଂସଦ ଓ ନେତାମାନେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେକି ନାହିଁ ତାହା ଜଣାପଡ଼ିନି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ କେଉର୍ ଦଳର ନୁହଁନ୍ତି । ଭକ୍ତ ସାଲବେଗଙ୍କୁ ଭେଟିବାକୁ ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଛାଡ଼ି ୯ଦିନ ବାହାରକୁ ବାହାରିଥିଲେ । ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ ଆପଣ ବିଚାର କରନ୍ତୁ ।

ସେହିପରି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କଡ଼ା ଭାଷାରେ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ଓଡ଼ିଶା ସରକାର ଏବେ ଅଣଓଡ଼ିଆ ଚିନ୍ତାଧାରା ଦ୍ୱାରା ପ୍ରଭାବିତ । ସରକାର ଜାଣିନାହାନ୍ତି ଶ୍ରୀମନ୍ଦିରର ମାହତ୍ମ୍ୟ କ’ଣ । ସରକାର ଭାବୁଛନ୍ତି ପୁରୀ ହେଉଛି ଗୋଟିଏ ପର୍ଯ୍ୟଟନ ସ୍ଥଳୀ । କାନ୍ଥରେ ଚିତ୍ର କରି ମହାପ୍ରଭୁଙ୍କ ଗାଥାଗାନ କରୁଛନ୍ତି । ଏଭଳି ଆସ୍ପର୍ଦ୍ଧା ଦେଲା କିଏ? ମହାପ୍ରଭୁଙ୍କ ମନ୍ଦିର ଚାରିକଡ଼େ ଏମାନେ କ’ଣ ପାର୍କ ବିକଶିତ କରୁଛନ୍ତି । ଓଡ଼ିଆମାନଙ୍କ ଭାବାବେଗ ଏ ସରକାର ବୁଝିନାହିଁ । ମନ୍ଦିର ଚାରିପାଖ ଅବରୋଧକୁ ହଟାଇ ୪ଟି ଶୌଚାଳୟ ନିର୍ମାଣ କରାଯାଇଛି ଓ ଏହାର ଉଦଘାଟନ ପାଇଁ ଗୁଆ ଓ ଚାଉଳର କ’ଣ ଆବଶ୍ୟକତା ବୁଝିହେଉନାହିଁ । ଓଡ଼ିଆଙ୍କ ଆରାଧ୍ୟା ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କୁ ଖାଇବାକୁ ଦିଅନ୍ତି, ଚାଉଳ ମାଗନ୍ତି ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାଣି ଗଳୁଛି, ମରାମତି ପାଇଁ ଚିନ୍ତା କଲେ ଭଲ ହୁଅନ୍ତା । ତା’ନକରି ଲୋକଙ୍କ ଚାଉଳରେ କେମିତି ବିଜେଡି କର୍ମୀ ଭୋଜି କରିବେ ତାହା ଏବେ ଚାଲିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ରାଜ୍ୟ ସରକାର ଜାନୁୟାରୀ ୧୭ତାରିଖକୁ ରାଜ୍ୟବ୍ୟାପୀ ସରକାରୀ ଛୁଟି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story