Advertisment

ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଲେ ଷ୍ଟାଲିନ୍‌

ବିଜେପି ଏକାକୀ କେନ୍ଦ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରି ନଥିବାରୁ ଟିଡିପିର ସହଯୋଗ ଆବଶ୍ୟକ କରୁଛି। ଏପଟେ ଇଣ୍ଡିଆ ବ୍ଲକ ମଧ୍ୟ ଚନ୍ଦ୍ରବାବୁଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି।

Stalin

Stalin

Advertisment

ଟିଡିପି ମୁଖ୍ୟ ତଥା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରମୁଖ ସହଯୋଗ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରରେ ହେବାକୁ ଥିବା ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି।

Advertisment

ବୁଧବାର ଏନଡିଏ ବୈଠକରେ ଯୋଗ ଦେଇଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ଡିଏମକେ ସୁପ୍ରିମୋ ଷ୍ଟାଲିନ ଏୟାରପୋର୍ଟରେ ଭେଟିଥିଲେ। ଏହାପରେ ସେ ଏକ୍ସରେ ଭେଟଘାଟର ଫଟୋ ପୋଷ୍ଟ କରି ବଡ଼ କଥା କହିଛନ୍ତି।

ଷ୍ଟାଲିନ ଦିଲ୍ଲୀ ଏୟାରପୋର୍ଟରେ ନାଇଡୁଙ୍କୁ ଭେଟିବା ପରେ କହିଛନ୍ତି, “ଥଲାଇବର କଲାଇଙ୍ଗର(କରୁଣାନିଧି)ଙ୍କ ଦୀର୍ଘକାଳୀନ ବନ୍ଧୁ ଚନ୍ଦ୍ରବାବୁ ନାଇଡୁ ଗାରୁଙ୍କୁ ଭେଟିଛି। ମୁଁ ତାଙ୍କ ମୋର ଶୁଭେଚ୍ଛା ଜଣାଇଛି ଓ ଆଶା ରଖିଛି ଯେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଥିବା ଭାଇଚାରକୁ ସେ ଅଧିକ ସଶକ୍ତ କରିବେ।

Advertisment

ମୁଁ ନିଶ୍ଚିତ ଯେ ସେ କେନ୍ଦ୍ରରେ ଗଠନ ହେବାକୁ ଥିବା ସରକାରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଦକ୍ଷିଣପ୍ରାନ୍ତର ଦୁଇ ରାଜ୍ୟର ଫାଇଦା ଓ ଆମର ଅଧିକାରର ସୁରକ୍ଷା ସମ୍ପର୍କରେ ମଧ୍ୟ କଥା ହୋଇଛି।”

ନାଇଡୁ ଗତକାଲି ଏନଡିଏ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିବା ବେଳେ ଷ୍ଟାଲିନ ଇଣ୍ତିଆ ବ୍ଲକ ମିଟିଂ ପାଇଁ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ଉଭୟଙ୍କ ଭେଟଘାଟ ହୋଇଛି।

ବିଜେପି ସହ ମିଶି ଟିଡିପି ଆନ୍ଧ୍ରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିଲା। ବିଧାନସଭାରେ ତାଙ୍କ ଦଳ ଅହେତୁକ ସଫଳତା ହାସଲ କରି ସରକାର ଗଠନ କରିବାକୁ ଯାଉଛି। ସେହିପରି ଟିଡିପି ଲୋକସଭାରେ ୧୬ଟି ଆସନ ଜିତିଛି।

ବିଜେପି ଏକାକୀ କେନ୍ଦ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରି ନଥିବାରୁ ଟିଡିପିର ସହଯୋଗ ଆବଶ୍ୟକ କରୁଛି। ଏପଟେ ଇଣ୍ଡିଆ ବ୍ଲକ ମଧ୍ୟ ଚନ୍ଦ୍ରବାବୁଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି। ଏହି ଟଣାଓଟରା ସ୍ଥିତି ମଧ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି।

MK Stalin Chandrababu Naidu Lok Sabha Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe