Advertisment

ପିପିଲିରେ ନବୀନଙ୍କ ପ୍ରଚାର ‘ବୃଦ୍ଧ ବ୍ୟାଘ୍ରର ସୁନା କଙ୍କଣ ଦାନ’ ପରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ‘ବୃଦ୍ଧ ବ୍ୟାଘ୍ରର ସୁନା କଙ୍କଣ ଦାନ’ ପରି ବୋଲି ବିଜେପି କଟାକ୍ଷ କରିବା ସହ ପିପିଲିକୁ ହିଂସ୍ର କରୁଛି କିଏ ବୋଲି ପ୍ରଶ୍ନ କରିଛି। ଏହା ସହିତ ବିଜେପି ଆଜି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରି ତା’ର ଉତ୍ତର ରଖିବାକୁ କହିଛି। ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅତୀତରେ ରାଜ୍ୟରେ ଯେଉଁଠି ଉପନିର୍ବାଚନ […]

ଅଦ୍ୟତନ ହୋଇଛି
୩୪ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା 'କାଳିଆ' ଟଙ୍କା, ଇସାରାରେ କେନ୍ଦ୍ରକୁ ଟାର୍ଗେଟ

CM Naveen Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ‘ବୃଦ୍ଧ ବ୍ୟାଘ୍ରର ସୁନା କଙ୍କଣ ଦାନ’ ପରି ବୋଲି ବିଜେପି କଟାକ୍ଷ କରିବା ସହ ପିପିଲିକୁ ହିଂସ୍ର କରୁଛି କିଏ ବୋଲି ପ୍ରଶ୍ନ କରିଛି। ଏହା ସହିତ ବିଜେପି ଆଜି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରି ତା’ର ଉତ୍ତର ରଖିବାକୁ କହିଛି।

Advertisment

ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅତୀତରେ ରାଜ୍ୟରେ ଯେଉଁଠି ଉପନିର୍ବାଚନ ହୁଏ, ସେ ଅଂଚଳର ବିକାଶର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ପ୍ରଚାର କରିଥାନ୍ତି। ଗତକାଲି ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପିପିଲି ଅଂଚଳର ବିକାଶର ଦାୟିତ୍ୱ ନେବେ ବୋଲି ଚିରାଚରିତ କଥା ଦୋହରାଇଛନ୍ତି। ଯଦି ପିପିଲି ବିକାଶର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେବେ ବୋଲି କହୁଛନ୍ତି, ତାହେଲେ ଆଜି ପର୍ଯ୍ୟନ୍ତ ଏହି ଦାୟିତ୍ୱ କିଏ ନେଇଥିଲା? ମୁଖ୍ୟମନ୍ତ୍ରୀ ପିପିଲି ଚାନ୍ଦୁଆ କଥା ମନେ ପକାଇଲେ । ପିପିଲି ଶାନ୍ତ ରହିଲେ ଯାଇ ଚାନ୍ଦୁଆ ବିକ୍ରି ହୋଇପାରିବ। ତା’ହେଲେ ପିପିଲିକୁ ହିଂସ୍ର କିଏ କରୁଛି? ହିଷ୍ଟ୍ରିସିଟର ବଡ଼ ଅପରାଧୀ ଧୀରେନ ସାମନ୍ତରାୟଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ । ଏପରିକି ପିପିଲି ଉପନିର୍ବାଚନ ଦାୟିତ୍ୱ ଦେଇ ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତିା

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ମହିଳାଙ୍କ କଥା କହିଛନ୍ତି । ପିପିଲିର ଦଳିତ ଝିଅ ବେବିନାକୁ ନ୍ୟାୟ ମିଳିଛି କି ? ଇତିଶ୍ରୀକୁ କି ନ୍ୟାୟ ମିଳିଲା ? ପିପିଲିର ଏହି ଦୁଇ ଝିଅଙ୍କ ନାଁ କ’ଣ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନାହିଁ ? ମୋଦି ସରକାର ଫନି ବାତ୍ୟା ବିପନ୍ନଙ୍କ ପାଇଁ ଘର ପଠାଇଲେ। ଏବେ ପିପିଲି-ଡେଲାଙ୍ଗର ହଜାର ହଜାର ପରିବାର ପଲିଥିନ ଟାଣି ଖୋଲା ଆକାଶ ତଳେ କାହିଁକି ରହିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Advertisment

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ । ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ । ମାତ୍ର ତୃଣମୂଳ ସ୍ତରରେ ବାସ୍ତବ ସ୍ଥିତି ସଂପର୍କରେ କାହିଁକି ମୁହଁରେ ତୁଣ୍ଡି ଦେଇ ରହିଲେ, ଯାହାକି ପିପିଲି-ଡେଲାଙ୍ଗ ଜନସାଧାରଣଙ୍କୁ ବହୁତ ବ୍ୟଥିତ କରିଛି। ନବୀନ ବାବୁଙ୍କ ପିପିଲିର ନିର୍ବାଚନ ପ୍ରଚାର ‘ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ’ ଉପାଖ୍ୟାନ ପରି ହୋଇଛି । ମିଥ୍ୟା ପ୍ରବଂଚନା ଓ ପ୍ରତାରଣାକୁ ପିପିଲି-ଡେଲାଙ୍ଗବାସୀ ଭଲ ଭାବେ ବୁଝିସାରିଛନ୍ତି ଓ ଆଗାମୀ ନିର୍ବାଚନରେ ଏହାର ସଠିକ ଉତ୍ତର ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଳନ୍ଦି ସାମଲ ଓ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe