ପୁରୀ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍, କେନ୍ଦ୍ରୀୟ ଟିମଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଲା ରାଜ୍ୟ ବିଜେପି 

ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରୁ କିଏ ଦଳୀୟ ପ୍ରାର୍ଥୀ ହେବେ ସେ ନେଇ ମଧ୍ୟ ଗ୍ରୀନ୍ ସିଗନାଲ ଆଜି ବିଜେଡି ନେତୃତ୍ୱ ଦେଇଥିବା ଜଣାପଡ଼ିଛି।

BJD, BJP

Representational Image

Ordigital Desk
  • Published: Monday, 18 March 2024
  • Updated: 18 March 2024, 08:46 PM IST

Sports

Latest News

ନିର୍ବାଚନୀ ବିଗୁଲ ବାଜିବା ପରେ ବି ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ସସପେନ୍ସ ବଳବତ୍ତର ରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକି ଥିବାରୁ ମେଂଟ ଦ୍ୱନ୍ଦ୍ୱ ମଧ୍ୟରେ ଦୁଇ ଦଳ ନିଜ ନିଜ ସ୍ତରରେ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେଡି ଆଜି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରୀୟ ନେତୃତ୍ୱ (ସଂସଦୀୟ କମିଟି)ଙ୍କୁ ହସ୍ତାନ୍ତର କରିଛି। ଗତ ଶୁକ୍ରବାର ରାଜ୍ୟ ବିଜେପିର କୋର୍ ଟିମ୍ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିଲା। ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରୁ କିଏ ଦଳୀୟ ପ୍ରାର୍ଥୀ ହେବେ ସେ ନେଇ ମଧ୍ୟ ଗ୍ରୀନ୍ ସିଗନାଲ ଆଜି ବିଜେଡି ନେତୃତ୍ୱ ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଦିନ ଗଡ଼ୁଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ ପ୍ରଭାବଶାଳୀ ନେତା ଭିକେ ପାଣ୍ଡିଆନ ଆଜି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଭେଟି ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଦଳୀୟ ନେତାମାନଙ୍କୁ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ଆଲୋଚନାବେଳେ ସାଂଗଠନିକ ସମ୍ପାଦକଙ୍କ ସମେତ ଦଳୀୟ ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ। 

ବିଜେଡି ସୂତ୍ର ଅନୁସାରେ, ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି। ଆଜିର ବୈଠକରେ ପୁରୀ ସଂସଦୀୟ ଆସନରୁ ଅରୂପ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହେବେ ବୋଲି ବିଜେଡି ନେତୃତ୍ୱ ସବୁଜ ସଙ୍କେତ ଦେଇଛନ୍ତି। ଏହାଛଡ଼ା ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ,ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ ଓ ପୁରୀରୁ ସୁନୀଲ ମହାନ୍ତି (ଦିବଂଗତ ମହେଶ୍ୱର ମହାନ୍ତିଙ୍କ ପୁଅ) ଙ୍କୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମ କରିବା ପାଇଁ ସଙ୍କେତ ଦିଆଯାଇଛି।

Also Read

ସେହିପରି ଅପରାହ୍ନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବୈଠକ ଡାକି ଦଳ କଂଗ୍ରେସରୁ ଆଗତ ଅଂଶୁମାନ ମହାନ୍ତିଙ୍କୁ ଲୋକସଭା ପ୍ରାର୍ଥୀ କରିବ ବୋଲି ଗ୍ରୀନ୍ ସିଗନାଲ ଦେଇଛି। କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରା, ମାହାଙ୍ଗାରୁ ପ୍ରତାପ ଜେନା, ସାଲେପୁରରୁ ପ୍ରଶାନ୍ତ ବେହେରା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପାଟକୁରାରୁ ଅରବିନ୍ଦ ମହାପାତ୍ର (ବିଜୟଙ୍କ ପୁଅ), ଆଳିରୁ ପ୍ରତାପ କେଶରୀ ଦେବ ଓ ରାଜନଗରରୁ ଧ୍ରୁବ ସାହୁଙ୍କୁ ନିଜ ନିଜ ଅଂଚଳରେ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି।

ଏହି ଦୁଇ ସଂସଦୀୟ କ୍ଷେତ୍ରର ଲୋକସଭା ଓ ବିଧାନସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାଁକୁ ବିଜେଡି ସାର୍ବଜନୀନ କରିନଥିଲେ ମଧ୍ୟ ଏହି ନେତାମାନଙ୍କୁ ଡାକି ଏରିଆକୁ ଯାଇ କାମ କରିବାକୁ କହିଛି। ଯାହାକୁ ନେଇ ସମ୍ପୃକ୍ତ ନେତାମାନେ ବି ଦ୍ୱନ୍ଦ୍ୱରେ ରହିଛନ୍ତି। ସେମାନଙ୍କୁ ବାସ୍ତବରେ ଦଳ ଟିକେଟ୍ ଦେବ ନା ଏବେ କେବଳ ବିଜେପି ସହ ନିର୍ବାଚନୀ ମେଂଟ ଘୋଷଣା ହେବା ପର୍ଯ୍ୟନ୍ତ ମାହୋଲ ବଜାୟ ରଖିବାକୁ ଏପରି କରାଯାଉଛି ତାକୁ ନେଇ ବିଜେଡି ନେତାମାନେ ସନ୍ଦେହରେ ରହିଥିବା ଜଣାପଡ଼ିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ବିଜେଡି ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ନିଜର ନେତାମାନଙ୍କୁ ଡାକି ଆଲୋଚନା କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବ ବୋଲି ସୂଚନା ମିଳିଛି।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦଳର ଉଭୟ ବିଧାନସଭା ଓ ଲୋକସଭା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନୂଆଦିଲ୍ଲୀରେ ସଂସଦୀୟ ବୋର୍ଡକୁ ହସ୍ତାନ୍ତର କରିଛନ୍ତି। ଏହି ପ୍ରାର୍ଥୀ ତାଲିକା ଉପରେ ବିଜେପି ସଂସଦୀୟ ବୋର୍ଡରେ ବିଚାରବିମର୍ଶ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ।

ଅନ୍ୟପକ୍ଷରେ ଏବେ ରାଜ୍ୟରେ ଉଭୟ ବିଜେଡି ଓ ବିଜେପିର ପାରିପାଶ୍ୱିର୍କ ସ୍ଥିତି ଯାହା ସେଥିରୁ ଦୁଇ ଦଳ ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଂଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଳଜଳ ଦେଖାଯାଉଛି। ମେଂଟ ସସପେନ୍ସ ବଜାୟ ରଖି ଏବେ ଦୁଇ ଦଳ ନିଜ ନିଜ ସ୍ତରରେ ଯାହା କିଛି ସାଂଗଠନିକ କାର୍ଯ୍ୟ କରୁଛନ୍ତି ତାହା କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି। ତୃଣମୂଳସ୍ତରରେ ସୁପ୍ତ ହୋଇପଡ଼ିଥିବା ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବଢ଼ାଇବା ପାଇଁ ଏହି ରାଜନୀତିକ ଡ୍ରାମାବାଜି ଚାଲିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story