Advertisment

ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କଲା ବିଜେପି, ଗଢ଼ିଲା ୨ଟି ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଦାୟୀ କରିବା ବନ୍ୟାଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ରିଲିଫ କାର୍ଯ୍ୟ ତଦାରଖ କରିବା ନିମନ୍ତେ ନିଜର ୨ଟି ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି । ଏହାସହିତ ସେ ବିଜେପିର କର୍ମକର୍ତ୍ତାମାନଙ୍କୁ ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ […]

ଅଦ୍ୟତନ ହୋଇଛି
ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କଲା ବିଜେପି, ଗଢ଼ିଲା ୨ଟି ଟିମ୍‌

BJP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଦାୟୀ କରିବା ବନ୍ୟାଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ରିଲିଫ କାର୍ଯ୍ୟ ତଦାରଖ କରିବା ନିମନ୍ତେ ନିଜର ୨ଟି ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି । ଏହାସହିତ ସେ ବିଜେପିର କର୍ମକର୍ତ୍ତାମାନଙ୍କୁ ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।

Advertisment

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ବନ୍ୟା ସ୍ଥିତି ଭୟଙ୍କର ଥିଲାବେଳେ ସରକାରଙ୍କ ଦେଖାନାହିଁ । ବନ୍ଧବାଡ଼ ସୁରକ୍ଷିତ ରଖିବା ସରକାରଙ୍କ ଦାୟିତ୍ୱ । ପୁରୀ, ବାଲେଶ୍ୱର, ଜଗତସିଂହପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ କଟକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ପଦାକୁ ଆସିଛି ।

ନଦୀବନ୍ଧ ସୁରକ୍ଷା ନେଇ ଗତ ୩ବର୍ଷ ହେବ କୌଣସି ସମୀକ୍ଷା ବୈଠକ କରାଯାଇ ନାହିଁ । ବନ୍ୟା ପରିସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବାବେଳେ ଲୋକେ ନିଜ ନିଜ ଘର ପରିବାର ଓ ଅଂଚଳକୁ ବଂଚେଇବା ପାଇଁ ବ୍ୟକ୍ତିଗତ ସ୍ତରରେ ମେଳି ହୋଇ ଉଦ୍ଧାର କାର୍ଯ୍ୟ ଓ ବନ୍ଧ ମରାମତିରେ ଲାଗିଛନ୍ତି । ଜନସାଧାରଣ ଏକାଠି ହୋଇ ନିଜ ଗାଁରେ ବଂଚାଇବା କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର କେବଳ ପ୍ରଚାର ଏବଂ ନୋଟିସ୍ ଜାରି କରିବାରେ ବ୍ୟସ୍ତ ଅଛନ୍ତି ।ମହାନଦୀକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ହୀରାକୁଦ ବନ୍ଧର ଜଳ ପରିଚାଳନା ପାଇଁ ଥିବା ‘କର୍ଭ କୋର୍ଡ’କୁ ୩୮ବର୍ଷ ଭିତରେ କୌଣସି ସଂଶୋଧନ କରାଯାଇ ନାହିଁ । ଜଳବାୟୁ ପରିବର୍ତନ, ଗୋବ୍ଲାଲ ୱାରର୍ମିଙ୍ଗ୍‌, ଅଦିନିଆ ବନ୍ୟା ବାତ୍ୟା ପରିସ୍ଥିତିକୁ ନେଇ ପ୍ରତି ୧୦ବର୍ଷରେ ‘କର୍ଭ କୋର୍ଡ’ର ସଂଶୋଧନ ହେବା କଥା କିନ୍ତୁ ୨୨ବର୍ଷର ସରକାର ନିଦ୍ରାରେ ଶୋଇଛନ୍ତି । ଫଳରେ ପ୍ରତିବର୍ଷ ବନ୍ୟାରେ ଶହ ଶହ ଗାଁ ଜଳମଗ୍ନ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Advertisment

ସେହିପରି ରାଜ୍ୟରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ, ଉଦ୍ଧାର ଓ ରିଲିଫ ସାମଗ୍ରୀ ବଂଟନର ତଦାରଖ ନିମନ୍ତେ ବିଜେପି ପକ୍ଷରୁ ୨ଟି ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବନ୍ୟା ପ୍ରଭାବିତ ଅଂଚଳକୁ ଯାଇ ଲୋକଙ୍କୁ ଭେଟିବା ସହ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ । ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ଦ୍ୱାରା ଗଠିତ ୨ଟି ଟିମ୍ ମଧ୍ୟରୁ ଗୋଟିଏ ଟିମର ନେତୃତ୍ୱ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଅନ୍ୟଟି ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଗଠିତ ହୋଇଛି।

ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି ଏବଂ ଭୁବନ ମୋହନ ଜେନା ସାମିଲ ଥିବାବେଳେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଗଠିତ ଟିମରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା, ରାଜ୍ୟ ସଂପାଦକ ଅମର ନାୟକ, ଅଭିମନ୍ୟୁ ସେଠୀ, ମହେଶ୍ୱର ସାହୁ ଓ ଠାକୁର ରଣଜିତ୍ ଦାଶ ପ୍ରମୁଖ ସାମିଲ ଅଛନ୍ତି । ଏହି ଟିମ୍ ବନ୍ୟା ପ୍ରଭାବିତ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ,ବାଲେଶ୍ୱର, ସମ୍ବଲପୁର, ନୟାଗଡ଼ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe