Advertisment

ଆସିଲା ଡକରା, ପୁଣି ଦିଲ୍ଲୀ ଗଲେ ବିଜେପି ନେତା

ରାଜ୍ୟ ବିଜେପିର ସହ ପ୍ରଭାରୀ ଲତା ଉସେଣ୍ଡି ଓ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେପି-ବିଜେଡି ମେଣ୍ଟ ହେବ କି? ଏହା କେବଳ ଏକ ଚର୍ଚ୍ଚା ନା ଏଥିରେ କିଛି ସତ୍ୟତା ରହିଛି, ତା’କୁ ନେଇ ରାଜନୀତିକ ସମୀକ୍ଷକମାନେ ମତ ଦେବାରେ ଲାଗିଛନ୍ତି। ଏସବୁ ଭିତରେ ଆଜି ପୁଣିଥରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମିଲଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି।

Advertisment

ଏମାନଙ୍କ ସହ ରାଜ୍ୟ ବିଜେପିର ସହ ପ୍ରଭାରୀ ଲତା ଉସେଣ୍ଡି ଓ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ମେଣ୍ଟ ନେଇ ଆଲୋଚନା ହେବ ନା କେବଳ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବ, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡକରା ପାଇ ରାଜ୍ୟ ବିଜେପି ନେତା ଦିଲ୍ଲୀ ଯାଇଥିବା ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇନି ବୋଲି ଶ୍ରୀ ସିଂହ ଦୋହରାଇଛନ୍ତି। 

ଦିଲ୍ଲୀ ଯିବା ପୂର୍ବରୁ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ସେତେବେଳେ ଆମେ ଯିବୁ। ଏହି ବୟାନର କିଛି ସମୟ ପରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀରୁ ଡକରା ଆସିଛି ଓ ସେମାନେ ଦିଲ୍ଲୀ ଗସ୍ତ କରିଛନ୍ତି।

Advertisment

ବିଜେପି ଗତ ସପ୍ତାହରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦେଶର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନଥିଲା। ରିପୋର୍ଟ ମୁତାବକ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିବ। ଏହାପୂର୍ବରୁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିବ। ଏହି ବୈଠକରେ ପ୍ରାର୍ଥୀଙ୍କ ନାଁ ଉପରେ ବିଚାରବିମର୍ଶ ହେବ। ସେହି ବୈଠକରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ଓ ତାଙ୍କ ଟିମ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି।

ଦିଲ୍ଲୀ ଯିବା ପୂର୍ବରୁ ମନମୋହନ ସାମଲ କହିଥିଲେ ଯେ “ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ସେତେବେଳେ ଆମେ ଯିବୁ। ସିଇସିର କୌଣସି ବୈଠକ ଏଯାଏ ସ୍ଥିର ହୋଇନାହିଁ। ଡକରା ଆସିଲେ ପୂରା ଟିମ୍ ଦିଲ୍ଲୀ ଯିବ। କ’ଣ ଆଲୋଚନା ହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ।”

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ 'ମିଛ ଓ ଗୁଜବ' ମନ୍ତବ୍ୟ ଉପରେ ମନମୋହନ ସାମଲ ପ୍ରତିକ୍ରିୟା ରଖିବାକୁ ସିଧାସିଧା ମନା କା ଦେଇଛନ୍ତି। ଏହା ଉପରେ ସେ ଟିକା ଟିପ୍ପଣୀ କରିବା ହେବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଓଡ଼ିଶା ରାଜନୀତିରେ ମିଥ୍ୟା ଗୁଜବ କରାଯାଉଛି କି ବୋଲି ପ୍ରଶ୍ନରେ ମନମୋହନ କହିଛନ୍ତି, ଜନସାଧାରଣ ବେଷ୍ଟ ଜଜ୍। ସେମାନେ ହିଁ ନିଷ୍ପତ୍ତି ନେବେ।

BjD Bjp Delhi Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe