Advertisment

ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା, ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ।। ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା।

ଅଦ୍ୟତନ ହୋଇଛି
Manmohan Samal

Manmohan Samal

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ପରେ ଆଜି ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି। ଆଜି ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ।। ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା। ଏହି ବୈଠକରେ ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Advertisment

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ସଙ୍ଗଠନ ସମ୍ପାଦକ ଓ କୋର କମିଟିର କିଛି ନେତା ଡାକରା ପାଇବା ପରେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହିବେ ।

। ଏହାବାଦ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ମାନସ ମହାନ୍ତି, ଜୁଏଲ ଓରାମଙ୍କ ସମେତ ଦଳର ବରିଷ୍ଠ ନେତା ବି ଏହି ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକରେ ଓଡ଼ିଶାରେ ଦଳର ସ୍ଥିତି କିପରି ଅଛି ତାହାର ସମୀକ୍ଷା କରାଯିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଦଳ କିପରି ନିର୍ବାଚନୀ ମଇଦାନକୁ ଓହ୍ଲାବ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।

Advertisment

 ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ସାଂସଦ ତାଲିକାରେ ୧୯୫ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଥିବା ବେଳେ ସେଥିରେ ଓଡ଼ିଶାର କାହାର ନାଁ ନାହିଁ। ଖୁବ୍ ଶୀଘ୍ର ଦଳର ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ତାଲିକା ବି ପ୍ରକାଶ ପାଇବ ବୋଲି ଶୁଣିବାକୁ ମିଳୁଛି। ଏଥିରେ ଓଡ଼ିଶାର କିଛି ପ୍ରାର୍ଥୀଙ୍କ ନାଁ ରହିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ସେ ନେଇ ବି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇ ପାରେ ବୋଲି ଆକଳନ କରାଯାଉଛି।

 ଗତ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଥର ଓଡ଼ିଶା ଗସ୍ତ କରି ସାରିଲେଣି । ତେଣୁ ବର୍ତ୍ତମାନ ଓଡ଼ିଶାରେ ପରିସ୍ଥିତି କିପରି ବିଜେପିର ସ୍ଥିତି କ’ଣ ଆକ୍ରମଣାତ୍ମକ ହେବ କି ନାହିଁ ତାହା ସ୍ଥର କରାଯିବ ।

Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe