Advertisment

ସଭାପତିଙ୍କ କାରନାମା ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡ ସସ୍‌ପେଣ୍ଡ, ସମବାୟ ସଚିବଙ୍କୁ ଦାୟିତ୍ୱ

ରାଜ୍ୟ ସମବାୟ ସଭାପତି ଟି ପ୍ରସାଦରାଓ ଦୋରାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ବରିଷ୍ଠ ଅଧିକାରୀମାନଙ୍କ ଟିମ୍ ତଦନ୍ତ କରିବା ସହ ଏସବୁ ସତ ପ୍ରମାଣିତ ହେବାପରେ ସମବାୟ ରେଜିଷ୍ଟ୍ରାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Odisha State Co-op Bank

Odisha State Co-op Bank

Advertisment

ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ଆଜି ତତ୍କାଳ ପ୍ରଭାବରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସମବାୟ ରେଜିଷ୍ଟ୍ରାର । ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଧାରା ୩୨(୭)ରେ ପ୍ରଦର୍ତ୍ତ କ୍ଷମତାର ଉପଯୋଗ କରି ସମବାୟ ରେଜିଷ୍ଟ୍ରାର ଆଜି ଏହି ଆପେକ୍ସ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡକୁ ନିଲମ୍ବନ କରିବା ସହ ବ୍ୟାଙ୍କ ସୁପରିଚାଳନା ପାଇଁ ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି ପ୍ରସାଦରାଓ ଦୋରାଙ୍କ ବିରୁଦ୍ଧରେ ଆସିଥିବା ପୁଳାପୁଳା ଅଭିଯୋଗ ପ୍ରମାଣିତ ହେବାପରେ ସମବାୟ ରେଜିଷ୍ଟ୍ରାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

Advertisment

‘ଓଡ଼ିଶା ରିପୋର୍ଟର’ ଜୁଲାଇ ୧୫ ଓ ୧୭ତାରିଖରେ ଦୁଇଟି ଖବର ବିସ୍ତୃତ ଭାବେ ପ୍ରକାଶ କରିବା ସହ ଅନିୟମିତତା ଅଭିଯୋଗ ସତ୍ତ୍ୱେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତିଙ୍କୁ କିଏ ଓ କାହିଁକି ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ ଉଠାଇଥିଲା । ସୂଚନା ଅନୁସାରେ, ରାଜ୍ୟର ସମବାୟର ଶୀର୍ଷ ବ୍ୟାଙ୍କ ଭାବେ ପରିଚିତ ‘ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ’ର ପରିଚାଳନା ବୋର୍ଡକୁ ଆଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯାଇଛି ।

ରାଜ୍ୟ ସମବାୟ ସଭାପତି ଟି ପ୍ରସାଦରାଓ ଦୋରାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ବରିଷ୍ଠ ଅଧିକାରୀମାନଙ୍କ ଟିମ୍ ତଦନ୍ତ କରିବା ସହ ଏସବୁ ସତ ପ୍ରମାଣିତ ହେବାପରେ ସମବାୟ ରେଜିଷ୍ଟ୍ରାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଧାରା ୩୨(୭)ର ପ୍ରାବଧାନ ଆଧାରରେ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରି ରାଜ୍ୟ ସମବାୟ ବିଭାଗର ସଚିବଙ୍କୁ ବ୍ୟାଙ୍କର ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

Advertisment

ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଦୋରାଙ୍କ ବିରୁଦ୍ଧରେ ଅର୍ଥ ଆତ୍ମସାତ୍ , ପଦବୀରେ ରହିବା ପାଇଁ ଅଯୋଗ୍ୟ ସହ ଅନ୍ୟାନ୍ୟ ଅନିୟମିତତାର ଅଭିଯୋଗ ଆସିବା ପରେ ନାବାର୍ଡ କର୍ତ୍ତୃପକ୍ଷ ଗତ ଜୁନ୍ ମାସରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଥିଲେ । ବରିଷ୍ଠ ଅଧିକାରୀଙ୍କ ୩ଜଣିଆ ତଦନ୍ତ କମିଟି ଏସବୁ ଅଭିଯୋଗର ପ୍ରମାଣ ପାଇବା ସହ ଶ୍ରୀ ଦୋରାଙ୍କ ସମ୍ପର୍କରେ ପ୍ରତିକୂଳ ଟିପ୍ପଣୀ ଦେଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସମବାୟ ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ପଦବୀ ପୂରଣ କରିବା ପାଇଁ ସଭାପତି ଓ ପରିଚାଳନା ବୋର୍ଡ ସକ୍ଷମ ହୋଇପାରିନାହାନ୍ତି।

ଯାହାକୁ ଆଧାର କରି ରାଜ୍ୟ ସମବାୟ ରେଜିଷ୍ଟ୍ରାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି । ତେବେ ସଭାପତି ଶ୍ରୀ ଦୋରାଙ୍କ ପାଇଁ ବୋର୍ଡର ଅନ୍ୟ ନିର୍ବାଚିତ ନିର୍ଦ୍ଦେଶକମାନଙ୍କୁ ମଧ୍ୟ ଫଳ ଭୋଗିବାକୁ ପଡ଼ିଥିବା ଚର୍ଚ୍ଚା । ସୂଚନାଯୋଗ୍ୟ, ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡରେ ସଭାପତି ଓ ଉପସଭାପତିଙ୍କୁ ମିଶାଇ ମୋଟ ୨୦ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି ।

Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe