/odisha-reporter/media/post_attachments/uploadimage/library/16_9/16_9_0/BJP_1690996024.jpg)
BJP
ରାଜ୍ୟର ଆଦିବାସୀମାନଙ୍କୁ ସେମାନଙ୍କର ହକ୍ ଓ ମୌଳିକ ଅଧିକାରରୁ ରାଜ୍ୟ ସରକାର ବଂଚିତ କରିଛନ୍ତି । ରାଜ୍ୟ ସରକାରଙ୍କ ଆଦିବାସୀବିରୋଧୀ ମନୋଭାବ ଯୋଗୁ ସବୁ କ୍ଷେତ୍ରରେ ଆଦିବାସୀମାନେ ନିଜକୁ ନିଷ୍ପେଷିତ ମନେ କରୁଛନ୍ତି । ଆଜି ଏଭଳି ଅଭିଯୋଗ ଆଣି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ନିକଟରେ ବିଜେପି ଜନଜାତି ମୋର୍ଚ୍ଚା ଫେରାଦ ହେବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛି ।
ବିଜେପି ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି ବଳଭଦ୍ର ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ପେସା ଆଇନ, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପାଇଁ ଆମେ ଦାବି କରୁଛୁ । ୨୩ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରଙ୍କ ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ମୋଟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଦିନକୁ ଦିନ ପଛେଇବାରେ ଲାଗିଛନ୍ତିି । ରାଜ୍ୟର ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ । ସୁନ୍ଦରଗଡ଼, କେନ୍ଦୁଝର ଭଳି ଖଣିଜ ସମ୍ପଦ ଭରା ଜିଲ୍ଲା ଆଜି ବି ବିକାଶର ବହୁ ପଛରେ ରହିଯାଇଛି । ପଡ଼ୋଶୀ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ କାରଣରୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲା ବୁଡ଼ିବାକୁ ଯାଉଛି ।
ଜନଜାତିଙ୍କ ବିକାଶ ଦିଗରେ ରାଜ୍ୟ ସରକାର ସବୁଠୁ ବଡ଼ ବାଧକ ସାଜିଛନ୍ତିି ବୋଲି ସେ କହିଛନ୍ତି । ରାଜ୍ୟରେ ପେସା ଆଇନ, ଜଙ୍ଗଲ ଅଧିକାର ଆଇନ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତିରେ ସ୍ଥାନୀୟ ଆଦିବାସୀଙ୍କୁ ଅଗ୍ରାଧିକାର, ସ୍ଥାନୀୟ ଆଦିବାସୀ ଭାଷାରେ ଜନଜାତି ପିଲାମାନଙ୍କୁ ପ୍ରାଥମିକ ଶିକ୍ଷାଦାନ, ଉଚ୍ଚଶିକ୍ଷାରେ ଜନଜାତି ବର୍ଗ ଛାତ୍ରଛାତ୍ରୀମାନଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦେବାକୁ ବିଜେପି ଦାବି କରୁଛି । ସେହିପରି ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲାଭତ୍ତିକ ନିଯୁକ୍ତିରେ ସ୍ଥାନୀୟ ଆଦିବାସୀଙ୍କୁ ଅଗ୍ରାଧିକାର ମିଳିବା ଉଚିତ୍ । କିନ୍ତୁ ରାଜ୍ୟ ସରକାର ଏହାକୁ ମଧ୍ୟ ଅଣଦେଖା କରୁଛନ୍ତିି । ଏପରିକି ପଦୋନ୍ନତି କ୍ଷେତ୍ରରେ ଆଦିବାସୀମାନଙ୍କୁ ଉପେକ୍ଷିତ କରିଛନ୍ତି ।
ସେହିପରି ସମସ୍ତ ଜନଜାତି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇ ଜନଜାତି ବର୍ଗର ପିଲାମାନଙ୍କୁ ତାଙ୍କ ସ୍ଥାନୀୟ ଆଦିବାସୀ ଭାଷାରେ ପ୍ରାଥମିକ ଶିକ୍ଷାଦାନ କରାଯାଉ । ଉଚ୍ଚ ଶିକ୍ଷାରେ ମଧ୍ୟ ଜନଜାତି ବର୍ଗ ସଂରକ୍ଷଣକୁ ୧୨ ରୁ ୨୩ ପ୍ରତିଶତକୁ ବୃଦ୍ଧି କରାଯାଉ । ନର୍ସିଂ ପାଠ ପଢୁଥିବା ଛାତ୍ରୀମାନଙ୍କୁ ବାର୍ଷିକ ୫୦ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିବାବେଳେ ବର୍ତମାନ ୨୪ ହଜାର ଟଙ୍କାକୁ ହ୍ରାସ କରାଯାଇଛି । ଅନ୍ୟ କ୍ଷେତ୍ରରେ ମଧ୍ୟ ଷ୍ଟାଇପେଣ୍ଡ ଟଙ୍କା ହ୍ରାସ କରାଯିବା ଫଳରେ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ୨୦୧୪ ମସିହା ପରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତିି । ଆଦିବାସୀ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବାରୁ ୭୦ଟି ବନଜାତ ଦ୍ରବ୍ୟ ଉପରେ ଏମ୍ଏସପି ଲାଗୁ କରିଛନ୍ତି ମୋଦି ସରକାର । ରାଜ୍ୟ ସରକାର ଏହି ବ୍ୟବସ୍ଥାର ସଠିକ୍ କାର୍ଯ୍ୟାନ୍ୱୟନ କରିବାରେ ମଧ୍ୟ ବିଫଳ ହୋଇଛନ୍ତିି । ଆଉ ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ବିଧାୟିକା କୁସୁମ ଟେଟେ, ଭାସ୍କର ମଢେଇ, ଆଦିତ୍ୟ ମାଢୀ, ବୁଧାନ ମୁର୍ମୁ, ନବଚରଣ ମାଝୀ, ପ୍ରକାଶ ସୋରେନଙ୍କ ସମେତ ରାଷ୍ଟ୍ରୀୟ ସଂପାଦକ କାଳିରାମ ମାଝୀ, ଏସଟି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ସୁଶ୍ରୀ ସୁକେଶୀ ଓରାମ, ଉପସଭାପତି ମମିତା ନାଏକ, ରାମଚନ୍ଦ୍ର ହାଂସଦା, ଫଗୁ ହାଂସଦା, କୈଳାଶ ଚନ୍ଦ୍ର ନାଏକ, ଜଳନ୍ଧର ନାଏକ, ବିଦ୍ୟାଧର ଶବର, ଖାମ ସିଂହ ମାଝୀ, ପୂର୍ଣ୍ଣିମା କେରକେଟା ପ୍ରମୁଖ ସାମିଲ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
