Advertisment

ଓବିସି ବର୍ଗଙ୍କ ଧୈର୍ଯ୍ୟ ପରୀକ୍ଷା ନକରନ୍ତୁ ରାଜ୍ୟ ସରକାର: ବିଜେପି

ଚଳିତ ବର୍ଷ ମେ ୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଓବିସି ସର୍ଭେକୁ ୬ମାସ ପୂରି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏସମ୍ପର୍କରେ କିଛି ସ୍ପଷ୍ଟ କଲେ ନାହିଁ ।

author-image
Ordigital Desk
ଅଦ୍ୟତନ ହୋଇଛି
Surath Biswal

Surath Biswal

ରାଜ୍ୟ ଓବିସି କମିଶନ ୨୦ତାରିଖରୁ ସର୍ଭେ ରିପୋର୍ଟ ଦେବା ପରେ ବି ରାଜ୍ୟ ସରକାର କାହିଁକି ନିରବ ରହିଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ସହ ଓବିସି ବର୍ଗଙ୍କ ଧୈର୍ଯ୍ୟ ପରୀକ୍ଷା ନକରନ୍ତୁ ବୋଲି ଚେତାବନୀ ଦେଇଛି ।

Advertisment

ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ଓବିସି ସର୍ଭେ ରିପୋର୍ଟକୁ ନେଇ ଗଣମାଧ୍ୟମରେ ଯେଉଁସବୁ ଭ୍ରମାତ୍ମକ ଖବର ପ୍ରକାଶ ପାଉଛି ତାହା କ’ଣ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସୁଛି କି ନାହିଁ । ରାଜ୍ୟ ସରକାର ନିରବ ରହି ପଛୁଆବର୍ଗଙ୍କ ଧୈର୍ଯ୍ୟ ପରୀକ୍ଷା ନକରିବାକୁ ସେ ଚେତାବନୀ ଦେବା ସହ ତଥାକଥିତ ସର୍ଭେ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି । ଚଳିତ ବର୍ଷ ମେ ୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଓବିସି ସର୍ଭେକୁ ୬ମାସ ପୂରି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏସମ୍ପର୍କରେ କିଛି ସ୍ପଷ୍ଟ କଲେ ନାହିଁ । ଗଣମାଧ୍ୟମରେ ରାଜ୍ୟରେ ଓବିସି ବର୍ଗଙ୍କ ସଂଖ୍ୟା କେତେବେଳେ ୩୯% ତ କେତେବେଳେ,୪୧ ଓ ୪୩ ପ୍ରତିଶତ ଆସୁଛି କେଉଁଠୁ? ପଛୁଆ ବର୍ଗଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ରାଜନୀତି ନକରନ୍ତୁ । ମେ ମାସରେ ରାଜ୍ୟ ସରକାର ଯେଉଁ ସର୍ଭେ କରିଥିଲେ କାହା ଉପରେ ହୋଇଥିଲା । ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ହେଉଛି ଏଥିରେ ସଂଖ୍ୟା କେଉଁଠୁ ଆସିଲା । ରାଜ୍ୟ ସରକାରଙ୍କ ସର୍ଭେ ତ୍ରୁଟି ଯୁକ୍ତ, ସର୍ଭେ ପାଇଁ ଜାତିବର୍ଗ ତାଲିକା ଚୂଡ଼ାନ୍ତ ନଥିଲା । ୨୨ଟି ଜାତିବର୍ଗଙ୍କୁ ରାଜ୍ୟ ସରକାର ଯୋଡ଼ିଲେ ବୋଲି ଘୋଷଣା କଲେ, କିନ୍ତୁ ସେଥିମଧ୍ୟରୁ ସବୁବର୍ଗ ସ୍ଥାନିତ ହୋଇନାହିଁ ବୋଲି ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ବିଜେଡି ସରକାର ରାଜ୍ୟର ୫୪ଭାଗ ପଛୁଆବର୍ଗଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତିି କି? ରାଜ୍ୟ ସରକାର ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇ ଜନତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହୁଁଛନ୍ତିି କି? ସର୍ଭେକୁ ଅନ୍‌ଲାଇନ କରିବାକୁ କହୁଛ, ଘରର ମୁରବୀ ନଥିଲେ ସର୍ଭେ ହେବନି କହୁଥିବାବେଳେ ଯେଉଁମାନେ ବାହାରେ ରହୁଛନ୍ତି ତାଙ୍କର ସର୍ଭେ କଲା କିଏ ? ଏ ରାଜ୍ୟ ସରକାର ହେଉଛନ୍ତି ଗରିବ, ଦୁର୍ବଳ, ପଛୁଆ, ଦଳିତ, ଅର୍ଥନୈତିକ ଅନଗ୍ରସର ଲୋକଙ୍କ ବିରୋଧୀ । ସେମାନଙ୍କୁ ରାଜ୍ୟ ସରକାର ଆଦୌ ସାହାଯ୍ୟ କିମ୍ବା ସହଯୋଗ କରିବାକୁ ଚାହୁଁନାହାନ୍ତି । ରାଜ୍ୟ ଓବିସି କମିଶନ ୨୦ତାରିଖରୁ ରିପୋର୍ଟ ଦେବା ପରେ ବି ରାଜ୍ୟ ସରକାର କାହିଁକି ନିରବ ରହିଛନ୍ତିି? ରାଜ୍ୟ ସରକାର କ୍ରମାଗତଭାବେ ସଂଖ୍ୟାଧିକ ବର୍ଗଙ୍କୁ ଯେଭଳି ଉପେକ୍ଷା କରିଚାଲିଛନ୍ତିି ତାହା ଆଉ ଚାଲିପାରିବ ନାହିଁ । ଯେଉଁମାନେ ସର୍ଭେ ନାଁରେ ବାହାନା ଦେଖାଇ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଉଛନ୍ତି ଲୋକେ ତା’ର ନିଶ୍ଚିତ ଜବାବ ଦେବେ । ଚଳିତବର୍ଷ ବହୁ ପ୍ରଚାରିତ ଓବିସି ସର୍ଭେ ଯାହା ପାଇଁ ସରକାରଙ୍କର ଆଦୌ ଆନ୍ତରିକତା ନଥିଲା ଏବେ ତାକୁ ବିବାଦୀୟ କରି ରଖିବାକୁ ଚାହାନ୍ତି । ତ୍ରୁଟିଯୁକ୍ତ ସର୍ଭେ ସମ୍ପର୍କରେ ସରକାର ସ୍ପଷ୍ଟ ମତ ରଖନ୍ତୁ ଏବଂ ଆଉଥରେ ତ୍ରୁଟିଶୂନ୍ୟ ଏହାକୁ କରାଇବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

Advertisment
Bjp OBC OBC Survey