ଅମ୍ବାଭୋନା ଥାନା ଭଙ୍ଗାରୁଜା: ଅନ୍ଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ, ପୁଲିସକୁ ଦାୟୀ ପରେ ପୁଲିସ ନିରବ

ଅମ୍ବାଭୋନା ଥାନାକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ଘଟଣା ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

Tusharakanti Behera

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

Ordigital Desk
  • Published: Tuesday, 07 November 2023
  • Updated: 07 November 2023, 09:05 PM IST

Sports

Latest News

ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ୨ଦିନ ବିତିଲାଣି । ପଶ୍ଚିମଓଡ଼ିଶା ସମେତ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । କିନ୍ତୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀଙ୍କ ପାଖରେ ଏନେଇ କିଛି ଖବର ନାହିଁ । ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଅମ୍ବାଭୋନା ଥାନା ଭଙ୍ଗାରୁଜା ଖବର ତାଙ୍କ ପାଖକୁ ଆସିନି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ ବୟାନ ଦେଇଛନ୍ତି । ରବିବାରଠୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପାଖରେ ଖବର ନରହିବା ପରୋକ୍ଷରେ ରାଜ୍ୟରେ ପୁଲିସ ପ୍ରଶାସନ କାହା ହାତରେ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାରେ ବିଜେଡି ନେତା ସୁଶାନ୍ତ ସିଂ ସିଧାସଳଖ ପୁଲିସକୁ ଦାୟୀ କରିଛନ୍ତି । ପୁଲିସ ମଦ ପିଇ ବନ୍ଧୁକ ଦେଖାଇବାରୁ ଏସବୁ ଘଟିଛି ବୋଲି ସୁଶାନ୍ତ କହିଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଏହି ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତିର ଅଭିଯୋଗ କରିଛନ୍ତି । ରାଜ୍ୟର ପୁଲିସ ବ୍ୟବସ୍ଥା ଉପରେ ସୁଶାନ୍ତ ସିଂ ଅଙ୍ଗୁଳି ନିର୍ଦ୍ଦେଶ କଲାପରେ ବି ପଙ୍ଗୁ ସାଜି ପୁଲିସ ନିରବ ରହିଛି ।

ଅମ୍ବାଭୋନା ଥାନାକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ଘଟଣା ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ସେ ଘଟଣା ସମ୍ପର୍କରେ କିଛି କହିପାରିବି ନାହିଁ । ସେ କଥା ଆମ ପାଖକୁ ଆସିନି । ସୂଚନା ମିଳିବା ପରେ ଯାହା କହିପାରିବି” । ଥାନା ଭଙ୍ଗାରୁଜା ଘଟଣାରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିଲାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ବୟାନ ରାଜ୍ୟରେ ପୁଲିସ ପ୍ରଶାସନ କିଏ ଚଳାଉଛି ବୋଲି ପ୍ରଶ୍ନ ଉଠିଛି । କିଭଳି ଏତେବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନଜରକୁ ଆସିନି । ଗୃହ ବିଭାଗର ଅଧିକାରୀ ଓ ପୁଲିସ ପ୍ରଶାସନ କାହିଁକି ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କ ନଜରକୁ ଉକ୍ତ ଘଟଣା ଆଣିନାହିଁ। ରବିବାରଠୁ କାହିଁକି ମନ୍ତ୍ରୀଙ୍କୁ ଏହି ଘଟଣାରେ ଅନ୍ଧାରରେ ରଖାଯାଇଛି । ଏଭଳି ଅନେକ ପ୍ରଶ୍ନ ରାଜ୍ୟର ବୁଦ୍ଧିଜୀବୀମାନଙ୍କ ମନକୁ ଆନ୍ଦୋଳିତ କରିଛି ।

ରାଜ୍ୟର ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ତୁଷାରକାନ୍ତି ଦାୟିତ୍ୱ ତୁଲାଉଛନ୍ତି । ଆଇନକୁ ହାତକୁ ନେଇ ଲୋକେ ଥାନା ଭଙ୍ଗାରୁଜା କରିବାକୁ ୩ଦିନ ପୁରିଲାଣି । କିନ୍ତୁ ଗୃହ ରାଷ୍ଟ୍ରମନ୍ତ୍ରୀ କିଛି ଜାଣିନାହାନ୍ତି କି ପୁଲିସ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଆଉ ବିଜେଡି ନେତା ସୁଶାନ୍ତ ସିଂ ଓଲଟା ପୁଲିସ ଏସବୁ ପାଇଁ ଦାୟୀ ବୋଲି କହିଲେଣି ।

ପୁଲିସ ଥାନା ଉପରେ ଏଭଳି ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ହେଉଥିଲେ ମଧ୍ୟ ପ୍ରଶାସନ ନିରବ ରହିବା, ମନ୍ତ୍ରୀ ଜାଣିନଥିବା କହିବା ହିଁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି ।

ଅନ୍ୟପକ୍ଷରେ ବରଗଡ଼ କଂଗ୍ରେସ ପକ୍ଷରୁ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏପଟେ ବିଜେପି ମଧ୍ୟ ନିଜର ପ୍ରତିନିଧି ଦଳକୁ ପଠାଇ ପୁଲିସ ଡିଜିଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସୁଶାନ୍ତ ସିଂଙ୍କ ବକ୍ତବ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗକୁ ଦାୟୀ କରିଛି । ପୁଲିସର ଅପାରଗତା ଯୋଗୁ ଗଣ୍ଡଗୋଳ ଘଟିଛି । ନୀତି,ନୈତିକତା ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦେବା ଆବଶ୍ୟକ ରହିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଘଟଣା ବାବଦରେ ନଜାଣିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସରକାରଙ୍କ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଜଳଜଳ ହୋଇ ଦିଶୁଛି । ସରକାର ଏଠି ସମ୍ପୂର୍ଣ୍ଣ ଭାବେ ବିଫଳ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ସୁଶାନ୍ତ ସିଂଙ୍କ ସମର୍ଥକମାନେ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ପୁଲିସ ମଦ ପିଇ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବାରୁ ଏଭଳି ଘଟଣା ହୋଇଛି ବୋଲି ସୁଶାନ୍ତ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପୁଲିସକୁ ଦାୟୀ ପରେ ବି ପୁଲିସ ନିରବଦ୍ରଷ୍ଟା ସାଜିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story