Advertisment

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ସରୋଜ ସାହୁ

ଦଳ ତାଙ୍କ ସହ ବିଶ୍ୱାସଘାତକତା କରି ଥିବା ସେ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି।

author-image
Hemant Lenka
BJD

BJD

ବିଜେଡିକୁ ପୁଣି ଲାଗିଛି ଝଟକା। ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ଜଣଙ୍କ ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ବିଜେଡିର ରାଜ୍ୟ ସଂପାଦକ ସରୋଜ କୁମାର ସାହୁ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିଲା। ଦଳ ତାଙ୍କ ସହ ବିଶ୍ୱାସଘାତକତା କରି ଥିବା ସେ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି।

ସେ କହିଛନ୍ତି, “ବିଜେଡିର ନୂଆପଡା ବିଧାୟକ ତଥା ଏଥରର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ମୋତେ ବ୍ୟବହାର କରି ଫିଙ୍ଗି ଦେଲେ। ଏହା ମୋତେ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ସାମିଲ ହୋଇଥିଲି। କିନ୍ତୁ ବିଗତ ୬ ବର୍ଷ ହେଲା ବିଜେଡିରେ ମୁଁ ଥିଲେ ମଧ୍ୟ ଶ୍ରୀ ଢୋଲକିଆ ମୋତେ ଧୋକା ଦେଲେ।

Advertisment

ତେଣୁ ମୁଁ ବିଜେଡିର ରାଜ୍ୟ ସମ୍ପାଦକ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଶ୍ରୀ ଢୋଲକିଆ ବ୍ୟାପ ଦୁର୍ନୀତୀରେ ସାମିଲ। ତାଙ୍କ ବିରୋଧରେ ଆମେ ଷ୍ଟ୍ରାଇକ ଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ କରିଥିଲୁ। ଏ ସମ୍ପର୍କରେ ଆମେ ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଥିଲୁ। ତଥାପି ଆମ କଥା କେହି ବି ଶୁଣିଲେ ନାହିଁ।

ତେଣୁ ମୁଁ ବାଧ୍ୟ ହୋଇ ଆଜି ବିଜେଡିରୁ ଇସ୍ତଫା ଦେଇଛି। କେବଳ ମୁଁ ନୁହେଁ, ଅନେକ ବିଜେଡି ନେତା ଓ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଆଗାମୀ ରଣନୀତି ସମ୍ପର୍କରେ ମୁଁ ଖୁବଶୀଘ୍ର ଘୋଷଣା କରିବି।”

ସରୋଜ କୁମାର ସାହୁ ଜଣେ କ୍ରୀଡ଼ାବିତ ଓ ସଂଗଠକ। କିଛି ଦିନ ତଳେ ବିଜେଡିର ନୂଆପଡ଼ା ବିଧାୟକ ପ୍ରାର୍ଥୀ ଢୋଲକିଆଙ୍କୁ ସେ ବିରୋଧ କରିଥିଲେ। ଢୋଲକିଆଙ୍କ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ସେ ଓ ତାଙ୍କ ସମର୍ଥକମାନେ କିଛି ଦିନ ତଳେ ନୂଆପଡା ବନ୍ଦ ଡାକରା ଦେଇ ବିଦ୍ରୋହ କରିଥିଲେ। ତଥାପି ଢୋଲକିଆଙ୍କୁ ବିଜେଡି ନୂଆ ପଡ଼ାରେ ପ୍ରାର୍ଥୀ କରିଛି।

Odisha BjD Nuapada