Advertisment

‘ଜମି ଓ ଖଣି ଲୁଟ୍‌ ପରେ ମାଫିଆଙ୍କ ଆଖି ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ଉପରେ ପଡ଼ିଛି’

‘ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର’

author-image
Tapaswini Nayak
ଅଦ୍ୟତନ ହୋଇଛି
YogiAdityanath

YogiAdityanath

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜାଇ ଦେଲେଣି। ଜମି ଓ ଖଣି ଲୁଟ ପରେ ମାଫିଆମାନେ ପ୍ରଭୁ ଜଗନ୍ନାଥଙ୍କ ସମ୍ପତି ଉପରେ ଆଖି ପକାଇଲେଣି। ପ୍ରଭୁ ଜଗନ୍ନାଥ ଓଡ଼ିଶାରେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଓ ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ। ଚିଲିକାର ବାଣପୁର ସଭାରେ ନବୀନ ସରକାରକୁ ଏପରି ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

Advertisment

ସେ କହିଛନ୍ତି, ଉତ୍ତର ପ୍ରଦେଶର ବୁଲ୍‌ ଡୋଜର ପରି ଓଡ଼ିଶାରେ ବି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଓ ଗୋ ମାଫିଆଙ୍କୁ ସାବାଡ଼ କରାଯିବ। ଏହା ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ ସାବାଡ଼ କରାଯିବ। 

ଯୋଗୀ କହିଛନ୍ତି, ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି। ଓଡ଼ିଶାରେ ବାବୁମାନଙ୍କ ସରକାର ଚାଲିଛି। ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡ଼ିତ ହୁଅନ୍ତି। ଜନ ପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି।

Advertisment

ଚାର୍‌ଶୋ ପାର୍‌ ଶୁଣି ବିଜୁ ଜନତା ଦଳର ମୁଣ୍ଡ ବୁଲାଇଲାଣି। ଏମାନେ ତ ସରକାର କରିପାରିବେନି, ଏମାନଙ୍କୁ କାହିଁକି ଜିତାଇବେ? ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି। କଂଗ୍ରେସ, ଟିଏମ୍‌ସି ବିଜେଡିର ନୀତି ଜନବିରୋଧୀ। ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳେ ୟୁପିରେ ଦେଖେଇଛି। ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ ବୋଲି ଯୋଗୀ କହିଛନ୍ତି।

ସେହିପରି କଂଗ୍ରେସକୁ ବି କଡ଼ା ସ୍ୱରରେ ଆକ୍ରମଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। କହିଛନ୍ତି, ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର। ଭାରତର ଯଦି ବନ୍ଦନ କରିନପାରିବ ତେବେ ଭାରତରୁ ଚାଲିଯାଅ। ମୋଦିଙ୍କ ନେତୃତ୍ୱରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି। ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି।

Bjp Loksabha Election 2024 Odisha Assembly Election 2024 General Elections 2024