Advertisment

ଓଡ଼ିଶା ପାଇଁ ଷ୍ଟିୟରିଂ କମିଟି ଗଠନ କଲା ଏଆଇସିସି; ନିରଞ୍ଜନ,ନରସିଂହ,ତାରା, ପ୍ରସାଦ ଓ ଶରତ ନାହାନ୍ତି

ଏହି କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି।

ଅଦ୍ୟତନ ହୋଇଛି
Ajoy Kuman

Ajoy Kuman

Advertisment

ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଛି ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି।

Advertisment

ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି। ଦୀର୍ଘଦିନ ଧରି କଂଗ୍ରେସରୁ ନିଲମ୍ବିତ ଥିବା ତଥା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଫେରିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତ ଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଂଜନ ମହାନ୍ତି, ବଳଭଦ୍ର ମାଝୀ ଓ ସସ୍ମିତା ବେହେରା କମିଟିର ସଦସ୍ୟ ଅଛନ୍ତି। AICC ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀ ମଧ୍ୟ ଏହି କମିଟିରେ ସଦସ୍ୟ ଅଛନ୍ତି। ସେ ଏହି କମିଟିର ଆବାହକ ଦାୟିତ୍ୱ ତୁଲାଇବେ। ଏହି ଷ୍ଟିୟରିଂ କମିଟି ରାଜ୍ୟରେ କଂଗ୍ରେସର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମର ତଦାରଖ ଓ ସମନ୍ୱୟ ରକ୍ଷା ଦିଗରେ କାର୍ଯ୍ୟ କରିବା ସହ ନୂଆ ପିସିସି କମିଟି ଗଠନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ ।

Advertisment

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ କଂଗ୍ରେସର ବିଫଳ ପ୍ରଦର୍ଶନ ଓ ପିସିସି ସଭାପତିଙ୍କ ବିରୁଦ୍ଧରେ ନାନାଦି ଅଭିଯୋଗ ପରେ ରାଜ୍ୟରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଥିଲେ ।

Congress Aicc Dr Ajoy Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe