Advertisment

ପ୍ରଦର୍ଶନ ବନ୍ଦ କରିବାକୁ ଅନୁରୋଧ କଲେ ସହିଦଙ୍କ ମା’, ତଥାପି ଫଟୋ ଉଠାଇଲେ ୟୁପି ମନ୍ତ୍ରୀ

ଆପ ସାଂସଦ ରାଘବ ଚଡ୍ଡା କହିଛନ୍ତି, “ବିଜେପିରେ ଥିବା ବି ହେଉଛି ବେଶରମ ଓ ପି ହେଉଛି ପବ୍ଲିସିଟି।”

UP

UP

Advertisment

ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ମା’ଙ୍କ କଥା ଶୁଣିଲେନି ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ। ଗୁଳି ମାଡ଼ରେ ନିଜର ଭେଣ୍ଡିଆ ପୁଅକୁ ହରାଇଥିବା ମା’ର ଦୁଃଖକୁ ବର୍ଣ୍ଣନା କରିବା ଅସମ୍ଭବ। ଏପରି ଏକ ସ୍ଥିତିରେ କ୍ଷମତାସୀନ ବିଜେପିର ମନ୍ତ୍ରୀ ଫଟୋ ଉଠାଇବାକୁ ତାଙ୍କୁ କ୍ୟାମେରା ସାମ୍ନାକୁ ଆଣିଛନ୍ତି।

Advertisment

ପୁଅକୁ ହରାଇଥିବା ମା’ ବାରମ୍ବାର ଏପରି ଫଟୋ ଉଠା ପ୍ରଦର୍ଶନ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ମନ୍ତ୍ରୀ ଜଣଙ୍କ କିଛି ଶୁଣି ନଥିଲେ। ସେ ତାଙ୍କୁ ଚେକ୍‌ ଦେବାର ଫଟୋ ଉଠାଇବାକୁ ବେଶ ଭଲ ଭାବେ ପୋଜ ଦେଇଥିଲେ। ଏହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

ସହିଦଙ୍କୁ ନେଇ ମଧ୍ୟ ଦଳ ନିଜର ରାଜନୀତିକ ପ୍ରଚାର କରିବାକୁ ଚାହୁଁଥିବା ବିରୋଧୀ କଂଗ୍ରେସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦଳ ଅଭିଯୋଗ କରିଛନ୍ତି। ଜମ୍ମୁ-କଶ୍ମୀରର ରଜୌରୀରେ ହୋଇଥିବା ଏନକାଉଣ୍ଟରରେ କ୍ୟାପ୍ଟେନ ଶୁଭମ ଗୁପ୍ତାଙ୍କ ସମେତ ୫ ସେନା ଯବାନ ସହିଦ ହୋଇଥିଲେ। ସହିଦ କ୍ୟାପ୍ଟେନ ଗୁପ୍ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତ ଦେବାକୁ ଉତ୍ତର ପ୍ରଦେଶର ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ଯାଇଥିଲେ।

Advertisment

ସେ ନିଜର ସମର୍ଥକ ଓ କ୍ୟାମେରାମ୍ୟାନମାନଙ୍କୁ ସାଥୀରେ ଧରି ସହିଦ ଗୁପ୍ତାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ପୁଅକୁ ହରାଇଥିବା ମା’ ଜୋରରେ କାନ୍ଦିଥିଲେ। ଏଥିସହ ପ୍ରଦର୍ଶନୀ କରନ୍ତୁ ନାହିଁ ବୋଲି କହିଥିଲେ। ତଥାପି ମନ୍ତ୍ରୀ ଯୋଗେନ୍ଦ୍ର ତାଙ୍କୁ ଚେକ ହସ୍ତାନ୍ତର କରିବା ବେଳର ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ପାଇଁ ଫଟୋ ପୋଜ ଦେଇଥିଲେ।

ଏହାକୁ କଂଗ୍ରେସ ସୋଶାଲ ମିଡିଆରେ ପୋଷ୍ଟ କରି ଏହାକୁ ଶାଗୁଣା ବୋଲି କହିଛି। ଶିବସେନା(ୟୁଟିବି) ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ଏପରି ଘଟଣାକୁ ହୃଦହୀନ କାମ ବୋଲି କହିଛନ୍ତି। ସେ କହିଛନ୍ତି, କାନ୍ଦି କାନ୍ଦି ସହିଦଙ୍କ ମା’ ପ୍ରଦର୍ଶନ କରନାହିଁ ବୋଲି ଅନୁରୋଧ କରୁଛି। ତଥାପି ମନ୍ତ୍ରୀ ଫଟୋ ପୋଜ ଦେଉଛନ୍ତି। ଏହା କେଉଁ ପ୍ରକାରର ନିନ୍ଦନୀୟ କାମ? ଆମେ ସହିଦଙ୍କ ପରିବାରକୁ କ୍ୟାମେରା ବିନା ଦୁଃଖ ପ୍ରକାଶ କରିବାକୁ ମଧ୍ୟ ଦେଉ ନାହୁଁ ବୋଲି ସେ କହିଛନ୍ତି।

ଆପ ସାଂସଦ ରାଘବ ଚଡ୍ଡା କହିଛନ୍ତି, “ବିଜେପିରେ ଥିବା ବି ହେଉଛି ବେଶରମ ଓ ପି ହେଉଛି ପବ୍ଲିସିଟି।”

ରଜୌରୀରେ ସହିଦ ହୋଇଥିବା କ୍ୟାପ୍ଟେନ ଗୁପ୍ତାଙ୍କ ଘର ଉତ୍ତରପ୍ରଦେଶର ଆଗ୍ରାରେ। ସେ ୨୦୧୫ରେ ଆର୍ମିରେ ଯୋଗଦେଇଥିଲେ। ଏହାପରେ ସେ ୨୦୧୮ରୁ ସେ ୯ ପାରା ସ୍ପେଶାଲ ଫୋର୍ସରେ ସାମିଲ ହୋଇଥିଲେ। ତେବେ ବୁଧବାର ଠାରୁ ୨ ଦିନ ଧରି ଚାଲିଥିବା ଏନକାଉଣ୍ଟରରେ କ୍ୟାପ୍ଟେନ ଗୁପ୍ତା ଦେଶ ପାଇଁ ବଳିଦାନ ଦେଇଥିଲେ।

Bjp Congress Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe