Advertisment

ଗଡ଼ିଲା ସୁଭଦ୍ରା ସଚେତନତା ରଥ

ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ।

ଅଦ୍ୟତନ ହୋଇଛି
Subhadra Yojana,

Subhadra Yojana,

Advertisment

ଗଡ଼ିଲା ସୁଭଦ୍ରା ସଚେତନତା ରଥ। ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି
ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ଅସ୍ମିତାର ପରିଚୟ ହେବ। ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ପ୍ରତି
ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସୁଭଦ୍ରା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହା ସହାୟକ ହେବ। ପ୍ରତି ଅଞ୍ଚଳକୁ ଯିବ ସଚେତନତା ରଥ। ମା,
ଭଉଣୀଙ୍କୁ ସଚେତନ କରିବ। ପ୍ରଥମେ ଭୁବନେଶ୍ୱରରେ ବୁଲିବ ରଥ, ପରେ ସବୁ ଜିଲ୍ଲାରେ ଏହା ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଧୈର୍ଯ୍ୟ ରଖନ୍ତୁ, ଶୀଘ୍ର ସୁଭଦ୍ରା ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର ସମୟ ସୀମା ନାହିଁ। ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ। ହିତାଧିକାରୀ ଲମ୍ବା ଧାଡ଼ିରେ ରହିବାରୁ ନିବୃତ୍ତ ରୁହନ୍ତୁ। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟସାରା ବୁଲିବ
ସୁଭଦ୍ରା ସଚେତନତା ରଥ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment
Bhubaneswar Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe