Advertisment

ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ

୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।

author-image
Tapaswini Nayak
Pravati parida

Pravati parida

ଡିସେମ୍ବରରେ ମିଳିବ ନାହିଁ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ। ଆଜି ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Advertisment

ସେ କହିଛନ୍ତି, ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ସ୍ଥଗିତ ରହିଛି। ସବୁ ପ୍ରକାର ଯାଞ୍ଚ ସରିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିଯିବ ବୋଲି ଆଶା ରହିଛି।

୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ୪ର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ କୋଟିଏରୁ ଅଧିକ ମହିଳା ସୁଭଦ୍ରା  ଟଙ୍କା ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ଯେଉଁ ହିତାଧିକାରୀଙ୍କର ବାୟୋମେଟ୍ରିକରେ E-KYC ଶେଷ ଦେଖାଉଛି, ତେବେ ଅଚିନ୍ତା ରୁହନ୍ତୁ। ଯେଉଁମାନେ E-KYC କରିନାହାନ୍ତି, ସେମାନେ ତୁରନ୍ତ ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରନ୍ତୁ।  ଯେଉଁମାନଙ୍କର OTP ଜରିଆରେ E-KYC କରିଛନ୍ତ, ସେମାନେ ବି ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରିବାକୁ ପଡ଼ିବ।

E-KYC ଅପ୍‌ଡେଟ୍‌ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ି ରହିଛି। ସେମାନଙ୍କର ଅଣ୍ଡର ପ୍ରୋସେସ ଦେଖାଉଛି। ସେମାନଙ୍କୁ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର ଯାଇ E-KYC କରିବାକୁ ପଡ଼ିବ। ଗାଁରେ ଏବେ ଫିଲ୍ଡ ଭେରି ଫିକେସନ୍ ଚାଲିଛି। ସମସ୍ତେ ସହଯୋଗ କରନ୍ତୁ। ବ୍ଲକ ଅଫିସ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ନିଜର କୌଣସି ଅସୁବିଧା ଥିଲେ ଅଭିଯୋଗ ଜଣାନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ। ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ। ଯେଉଁମାନଙ୍କ ରିଜେକ୍ଟ ହୋଇଯାଇଛି, ସେମାନଙ୍କ ୩ ଥର ଯାଞ୍ଚ ସରିଲାଣି।

 ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ  ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବବୋଲି ଚର୍ଚ୍ଚା ହେଉଥିଲା। ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Subhadra Yojana Subhadra Portal