Advertisment

‘ସୁଭଦ୍ରା’ ପାଇନଥିବା ମହିଳାଙ୍କୁ ଏମିତି ପରାମର୍ଶ ଦେଲେ ପ୍ରଭାତୀ

ପ୍ରଭାତୀ ପରିଡ଼ା କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ। ରାଜ୍ୟର ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ।

undefined

Deputy Chief Minister Pravati Parida

Advertisment

ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩ଟି ପର୍ଯ୍ୟାୟରେ ‘ସୁଭଦ୍ରା’ ଯୋଜନାର ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲାଣି। ତଥାପି ଅନେକ ମହିଳା ଆବେଦନ କରିଥିଲେ ସୁଦ୍ଧା ‘ସୁଭଦ୍ରା’ ଟଙ୍କା ପାଇନାହାନ୍ତି। ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପରି ସ୍ଥିତିରେ ‘ସୁଭଦ୍ରା’ ପାଇନଥିବା ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Advertisment

ପ୍ରଭାତୀ ପରିଡ଼ା କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ। ରାଜ୍ୟର ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ। ଯାହାର ଦୁଇ ତିନିଟି ଆକାଉଣ୍ଟ ରହିଛି, ସେମାନଙ୍କର ଏଭଳି ସମସ୍ୟା ହେଉଛି। ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ। ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା। କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ। ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ୍‌ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାରୁ ପ୍ରକାଶ, ରାଜ୍ୟ ସରକାରଙ୍କର ସବୁଠାରୁ ଲୋକାଭିମୁଖୀ ଯୋଜନା ହେଉଛି ‘ସୁଭଦ୍ରା’। ନିର୍ବାଚନ ସମୟରେ ବିଜେପି ‘ସୁଭଦ୍ରା’ ଯୋଜନାକୁ ଅସ୍ତ୍ର କରି ବିଜେଡିର ଅଭେଦ୍ୟ ଗଡ଼ରେ ପ୍ରବେଶ କରିଥିଲା। ଆଉ ନିର୍ବାଚନର ବିଜୟୀ ହୋଇଥିଲା। ନିର୍ବାଚନରେ ବିଜୟୀ ହେବା ପରେ ପ୍ରତିଶ୍ରୁତି ମୁତାବକ ବିଜେପି ଅନେକ ଯୋଜନା କାର୍ଯ୍ୟକାରୀ କରିଛି। ହେଲେ ତା’ଠାରୁ ସବୁଠାରୁ ଲୋକାଭିମୁଖୀ ରହି ‘ସୁଭଦ୍ରା’। ଇତି ମଧ୍ୟରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାରେ ୩ଟି ପର୍ଯ୍ୟାୟରେ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛି। ଏମିତି ୫ ବର୍ଷରେ ୫୦ ହଜାର ଟଙ୍କା ଦେବ ବୋଲି ବିଜେପି ମହିଳାଙ୍କୁ ପ୍ରତିଶ୍ରୁତି ଦେଇଛି।

Advertisment
Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe