Advertisment

ସୁଭଦ୍ରା ଯୋଜନା; ପରୀକ୍ଷାମୂଳକ ଭାବେ ଖାତାକୁ ଯାଇପାରେ ୧ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି।

ଅଦ୍ୟତନ ହୋଇଛି
undefined

subhadra yojana

Advertisment

ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯାଇପାରେ ୧ଟଙ୍କା। ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯାଇପାରେ। ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯାଇପାରେ। ଆଜି ଏଭଳି କିଛି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ତେବେ ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା ' ଟଙ୍କା ପାଇବେ, ସେହି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆଜି ପରୀକ୍ଷାମୂଳକ ୧ ଟଙ୍କା ଆସିବାର ଅଛି।

ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଯାହା କ୍ଲିୟରାନ୍ସ ଆସିବ ୯ ତାରିଖରେ ସେମାନଙ୍କ ଖାତା ଟଙ୍କା ଆସିବ। ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ 'ସୁଭଦ୍ରା' ଟଙ୍କା ମିଳିବ। ଆଜି ସୁଦ୍ଧା 'ସୁଭଦ୍ରା' ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କ ଆବେଦନ ପୂରଣ ହୋଇପାରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

Bhubaneswar Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe