Advertisment

‘ସୁଭଦ୍ରା ଯୋଜନା ପାଇଁ SOP ପ୍ରସ୍ତୁତ, ଲୋକଙ୍କ ମତ ହିସାବରେ ହେବ ସଂଶୋଧନ’

’ଆସନ୍ତା ସେପ୍ଟେମ୍ବର ୧୭ରୁ ଲାଗୁ ହେବ ସୁଭଦ୍ରା ଯୋଜନା। ଏଥିନିମନ୍ତେ ଆସନ୍ତା କିଛି ଦିନ ମଧ୍ୟରେ ଆସିବ ଏସ୍‌ଓପି।  ମାତ୍ର ଏହା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ଆବଶ୍ୟକ ସ୍ଥଳରେ ଏସ୍‌ଓପିରେ ପରିବର୍ତ୍ତନ ବି ହେବ।’

author-image
Niharika Rout
ଅଦ୍ୟତନ ହୋଇଛି
Prabhati parida

Prabhati parida

’ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଲାଗୁ ହେବ ସୁଭଦ୍ରା ଯୋଜନା  ଏଥିନିମନ୍ତେ ଆସନ୍ତା କିଛି ଦିନ ମଧ୍ୟରେ ଆସିବ ଏସ୍‌ଓପି।  ମାତ୍ର ଏହା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ଆବଶ୍ୟକ ସ୍ଥଳରେ ଏସ୍‌ଓପିରେ ପରିବର୍ତ୍ତନ ବି ହେବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Advertisment

ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମହିଳାଙ୍କ ବିକାଶ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ୫୦% ମହିଳା କିପରି ଅର୍ଥନୈତିକ ସ୍ୱାବଲମ୍ବୀ ହେବେ, ଲକ୍ଷପତି ଦିଦି ହେବେ, ସେମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ରୋଡମ୍ୟାପ ପ୍ରସ୍ତୁତ କରିବ ବୋଲି ଆଶା ରଖୁଛୁ। ତେଣୁ କିପରି ଅଧିକରୁ ଅଧିକ ମହିଳା ଏହାଦ୍ୱାରା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏସ୍‌ଓପି ପ୍ରସ୍ତୁତ ସରିଛି। ମାତ୍ର ଏହାକୁ ଅଧିକ ତ୍ରୁଟିମୁକ୍ତ ତଥା ଦକ୍ଷ କରିବା ନିମନ୍ତେ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଉଛି।

ସେ କହିଛନ୍ତି, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନାକୁ ଲାଗୁ କରିବାକୁ ଆମେ ସଙ୍କଳ୍ପପତ୍ରରେ ଘୋଷଣା କରିଥିଲୁ। ତେଣୁ ତାହାକୁ ଲାଗୁ କରିବା ପୂର୍ବରୁ ବୁଦ୍ଧିଜୀବୀଙ୍କ ମତ ନିଆଯିବ।

Advertisment

ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ କରାଯିବ। ଆସନ୍ତା ୧୪ ତାରିଖ ସୁଦ୍ଧା କଲେକ୍ଟରଙ୍କ ପାଖରୁ ଫିଡବ୍ୟାକ୍‌ ନିଆଯିବ। ଏହାପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ବସି ପୁଣି ଥରେ ତର୍ଜମା କରାଯିବ। 

ଲୋକଙ୍କ ମତ ପରେ ଏସ୍‌ଓପିରେ ସଂଶୋଧନ ହୋଇ ତାହାକୁ ସାର୍ବଜନୀନ କରାଯିବ। ପଛରେ ସମାଲୋଚନା କରିବା ଅପେକ୍ଷା ଏବେ ଯୋଜନାରେ ସୁଧାର ପାଇଁ ଆସୁଥିବା ପରାମର୍ଶକୁ ଆମେ ଗ୍ରହଣ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ।

ମା’ ସୁଭଦ୍ରା ହେଉଛନ୍ତି ମହିଳା ଶକ୍ତିର ପ୍ରତୀକ। ସୁଭଦ୍ରା ଯୋଜନାର ଏସଓପି ଚୂଡ଼ାନ୍ତ ହୋଇ ନ ଥିବା ବେଳେ ଗୋଟିଏ ଘରୁ ଅଧିକ ହିତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇ ପାରିବେ। ମାତ୍ର କେଉଁ ହିତାଧିକାରୀ ଏହାକୁ ପାଇବାକୁ ଯୋଗ୍ୟ ତାହା ସ୍ଥିର କରାଯାଇନି ବୋଲି କହିଛନ୍ତି ଶ୍ରୀମତୀ ପରିଡ଼ା। 

ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସେମାନଙ୍କ ସୁବିଧା ନିମନ୍ତେ ଏହାକୁ ଖୁବ୍‌ ସରଳ କରାଯିବ। ସୁଭଦ୍ରା ଯୋଜନାରେ ସବୁବେଳେ ହିତାଧିକାରୀ ନିଜ ନାମ ପଞ୍ଜୀକୃତ କରିପାରିବେ। ନିଜ ଅଭିଯୋଗ ଜଣାଇପାରିବେ। ଫର୍ମ ଅଧିକ କଠିନ ହେବନି, ଏହାକୁ ଖୁବ୍‌ ସରଳ କରିବାକୁ ଚେଷ୍ଟା କରାଯାଉଛି।  ଯେପରି ସାଧାରଣ ଲୋକେ ନିଜେ ଏହି ଫର୍ମ ଫିଲଅପ୍‌ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ନେଇ ବ୍ୟବସ୍ଥା କରାଯାଉଛି। ସାମାନ୍ୟ ବିଳମ୍ବ ହେଲେ ବି ଏହାକୁ ତ୍ରୁଟିମୁକ୍ତ କରାଯିବା ସହ ଅଧିକରୁ ଅଧିକ ମହିଳା ହିତାଧିକାରୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

Bjp Prabhati Parida Subhadra Yojana