Advertisment

ପ୍ରତିଶ୍ରୁତି ପୂରଣ କଲାନି ବିଜେପି, ଦଳ ଛାଡ଼ି ଦେଲେ ନେତାଜୀଙ୍କ ଅଣନାତି

ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନ ବିଜେପି ଟିକେଟରେ ମଧ୍ୟ ଲଢ଼ିଥିଲେ।

Bose

Bose

Advertisment

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ଆଜି ବିଜେପି ଛାଡ଼ିଛନ୍ତି। ବିଜେପି ପ୍ରତିଶ୍ରୁତି ମୁତାବକ ନେତାଜୀଙ୍କ ସ୍ୱପ୍ନ ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।

Advertisment

ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନ ବିଜେପି ଟିକେଟରେ ମଧ୍ୟ ଲଢ଼ିଥିଲେ।

ଚନ୍ଦ୍ର ବୋଷ କହିଛନ୍ତି, “ମୁଁ ଯେତେବେଳେ ବିଜେପିରେ ସେତେବେଳେ ମୋତେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶରତ ଚନ୍ଦ୍ର ବୋଷଙ୍କ ସମାବେଶୀ ଆଦର୍ଶକୁ ପ୍ରଚାର କରିବାକୁ ଅନୁମତି ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଏଯାଏ ଏନେଇ କିଛି ବି ପଦକ୍ଷେପ ନିଆଯାଇ ନାହିଁ।”

Advertisment

ଚନ୍ଦ୍ର ବୋଷଙ୍କୁ ୨୦୧୬ରେ ବିଜେପି ପଶ୍ଚିମବଙ୍ଗରେ ଦଳର ଉପସଭାପତି ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ ୨୦୨୦ ସାଂଗଠନିକ ଅଦଳବଦଳ ବେଳେ ତାଙ୍କୁ ଏହି ପଦରୁ ବାହାର କରି ଦିଆଯାଇଥିଲା।

ଚନ୍ଦ୍ର ବୋଷ କହିଛନ୍ତି, “ବୋଷ ବ୍ରଦର୍ସଙ୍କ ସମାବେଶୀ ଆଦର୍ଶ ହିଁ ସେତେବେଳେ ବିଜେପି ସହ ମୋ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ସେତେବେଳେ ଓ ପରବର୍ତ୍ତୀ ଅବସ୍ଥାରେ ମୋର ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ ବିଜେପି ପ୍ଲାଟଫର୍ମରେ ଉକ୍ତ ଆଦର୍ଶକୁ ମୁଁ ପୂରା ଦେଶରେ ପ୍ରଚାର କରିବି। ବିଜେପିର ନୀତି ଆଦର୍ଶ ଭିତରେ ଗୋଟିଏ ଆଜାଦ ହିନ୍ଦ ମୋର୍ଚ୍ଚା ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା।

ସମସ୍ତ ଭାରତୀୟଙ୍କ ପାଖରେ ନେତାଜୀଙ୍କ ଆଦର୍ଶ ପହଞ୍ଚାଇବା ଉପରେ ଏହି ମୋର୍ଚ୍ଚା କାମ କରିବାର ଥିଲା। ତେବେ ମୋର ସବୁ ପ୍ରକାରର ଉଦ୍ୟମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ପକ୍ଷରୁ ସମର୍ଥନ ମିଳି ନଥିଲା। ମୁଁ ବେଙ୍ଗଲର ସବୁ ଲୋକଙ୍କ ପାଖରେ କେମିତି ଦଳ ପହଞ୍ଚିବ, ସେ ବିଷୟରେ ମଧ୍ୟ ବିସ୍ତୃତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲି। ତଥାପି ମୋ ପ୍ରସ୍ତାବକୁ ଅଣଦେଖା କରାଯାଇଛି।”

Netaji Subhas Chandra Bose Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe