ସୁବ୍ରତ ବାଗଚୀଙ୍କୁ ପୁଣି କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ଥଇଥାନ

ସୁବ୍ରତ ବାଗଚୀ ସଂସ୍ଥାଗତ ଦକ୍ଷତା ବିକାଶ (ଇନଷ୍ଟିଚ୍ୟୁସନାଲ କ୍ୟାପାସିଟି ବିଲିଡିଂ) କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ।

Subrat Bagchi

ସୁବ୍ରତ ବାଗଚୀ

Ordigital Desk
  • Published: Friday, 04 August 2023
  • Updated: 04 August 2023, 07:58 PM IST

Sports

Latest News

ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମିଳିବ । ସେ ସଂସ୍ଥାଗତ ଦକ୍ଷତା ବିକାଶ (ଇନଷ୍ଟିଚ୍ୟୁସନାଲ କ୍ୟାପାସିଟି ବିଲିଡିଂ) କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଶ୍ରୀ ବାଗଚୀଙ୍କୁ ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ସଂସ୍ଥାଗତ କ୍ଷମତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ଏଭଳି ପଦ ପ୍ରଥମଥର ପାଇଁ ରାଜ୍ୟ ସରକାରରେ ସୃଷ୍ଟି ହୋଇଛି । ସେ ରାଜ୍ୟର ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକର ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ ଓ ସେସବୁକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା ଦେବେ । ରାଜ୍ୟର ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ଓ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ଏକୀକୃତ ଦିଗଦର୍ଶନ ଦେବେ ।

Also Read

ସୂଚନାଯୋଗ୍ୟ, ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାର ନବଗଠିତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଏହି ପଦବୀରେ ୭ବର୍ଷ ଧରି କାର୍ଯ୍ୟ କରିଥିଲେ । ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତା ବିକାଶ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭାବେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସ୍ଥାପନ ହୋଇଥିବା ଏହି ‘ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ’ର ସଫଳତା ଏବେବି ଅସ୍ପଷ୍ଟ । ଗତ ଜୁନ୍ ୨୯ତାରିଖରେ ସେ ଅଚାନକ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ । ଚର୍ଚ୍ଚା ହେଉଥିଲା, ସେ ତାଙ୍କର ନିଜ କ୍ୟାନସର ହସ୍ପିଟାଲକୁ ଅଧିକ ସମୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଜି ପୁଣିଥରେ ସରକାରରେ ଥଇଥାନ ହେବାପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story