Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ରତ୍ନଭଣ୍ଡାରକୁ ଖୋଲାଇ ନ ଦେବା ପାଇଁ ପୂର୍ବରୁ ଯୋଜନା ହୋଇଥିବା ମୋର ସନ୍ଦେହହ ହେଉଛି ବୋଲି ସୁଦର୍ଶନ କହିଛନ୍ତି।

Sudarshan patnaik

Sudarshan patnaik

Advertisment

ରତ୍ନ ଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ।ରତ୍ନଭଣ୍ଡାର ଖୋଲି ତୁରନ୍ତ ମରାମତି ପାଇଁ ASIକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ସେ ଚିଠି ଲେଖିଛନ୍ତି ଯେ, ୨୦୧୮ରେ ASIର ଟେକନିକାଲ କମିଟି ରତ୍ନଭଣ୍ଡାରର ଅନୁଧ୍ୟାନ କରିଥିଲା। ଏହି ଅନୁଧ୍ୟାନ ବେଳେ ରତ୍ନଭଣ୍ଡାର ଭିତର ଅଂଶ ଅନେକାଂଶରେ ନଷ୍ଟ ହୋଇଥିବା ଜାଣିବାକୁ ପାଇଥିଲା ASI। ରତ୍ନଭଣ୍ଡାରର କାନ୍ଥ, ଛାତ ଓ ଚଟାଣ କ୍ଷତିଗ୍ରସ୍ତ ହୋଇଥବା ASI ଦେଖିବାକୁ ପାଇଥିଲା। ଏହାପରେ ଏହାର ତୁରନ୍ତ ମରାମତି ପାଇଁ ASI ପ୍ରସ୍ତାବ ଦେଇଥିଲା। । ତେବେ ଏହା ଭିତରେ ୬ ବର୍ଷ ବିତି ଯାଇଥିବା ବେଳେ ଏହି କ୍ଷତିଗ୍ରସ୍ତ ଅଂଶ ଅଧିକ ନଷ୍ଟ ହୋଇଥିବ ବୋଲି ଆଶଙ୍କା କରିଛନ୍ତି ସୁଦର୍ଶନ।

ତେବେ ଫେବ୍ରୁଆରୀ ୨୦୨୪ରେ ରତ୍ନଭଣ୍ଡାର ବାହାର ଭାଗରେ ହୋଇଥିବା ଲେଜର ସ୍କାନିଂ ବେଳେ ବି ଫାଟ ଥିବା ଜଣାପଡ଼ିଥିଲା। ତେବେ ଅଧିକ କ୍ଷତିଗ୍ରସ୍ତ ହେବା ପୂର୍ବରୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ସୁଦର୍ଶନ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ତେବେ ଗତକାଲି ହୋଇଥିବା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗକୁ ଏଡ଼ାଇଯାଇଥିବା ସୁଦର୍ଶନ ଅଭିଯୋଗ ଆଣିଛନ୍ତି। ଏହାସହ ସେ କହିଛନ୍ତି ଯେ, ରତ୍ନଭଣ୍ଡାରକୁ ଖୋଲାଇ ନ ଦେବା ପାଇଁ ପୂର୍ବରୁ ଯୋଜନା ହୋଇଥିବା ମୋର ସନ୍ଦେହହ ହେଉଛି। ତେବେ ସୁଦର୍ଶନଙ୍କ ଏଭଳି ମନ୍ତବ୍ୟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପ୍ରତିକ୍ରିୟା ମଳିପାରିନାହିଁ ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe