Advertisment

ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଜିତ୍ କୁମାର

ଗତ ସେପ୍ଟେମ୍ବର ମାସରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ସେ ରାଜ୍ୟସଭା ପଦ ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ବିଜେପିରେ ମିଶିଥିଲେ।

Sujit Kumar

Sujit Kumar

Advertisment

ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଜିତ୍ କୁମାର। ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଦାଖଲ କରିଥିଲେ।

Advertisment

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସୁଜିତ୍ ସଂସଦରେ କଳାହାଣ୍ଡି ତଥା ଓଡ଼ିଶା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡିରୁ ନେତା ମୁହଁ ଫେରାଇବା ଆରମ୍ଭ କଲେଣି। କଳାହାଣ୍ଡିର ୮୦% ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶି ସାରିଲେଣି। ଆଗାମୀ ଦିନରେ ଅନେକ ନେତା ବିଜେପିରେ ମିଶିବେ। 

ଗତ ସେପ୍ଟେମ୍ବର ମାସରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ସେ ରାଜ୍ୟସଭା ପଦ ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ବିଜେପିରେ ମିଶିଥିଲେ।

Advertisment

ଖାଲି ଥିବା ଏହି ଗୋଟିଏ ରାଜ୍ୟସଭା ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ଗତକାଲି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଏକୁଟିଆ ନାମାନଙ୍କନ ପତ୍ର ଭରିଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ। ସେ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ଏହି ପଦରେ ରହିବେ।

ଏହା ପୂର୍ବରୁ ମମତା ମହନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା। ସୂଚନାଯୋଗ୍ୟ, ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନରେ ଉପନିର୍ବାଚନ କରିବା ପାଇଁ ଏବେ ଚାଲିଛି ପ୍ରକ୍ରିୟା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe