Advertisment

ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ସୁଖବୀର ସିଂହ ବାଦଲଙ୍କ ଇସ୍ତଫା

ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ। ଏନେଇ ପଞ୍ଜାବର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ଦଲଜିତ ସିଂହ ଚୀମା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Sukhbir Singh Badal

Sukhbir Singh Badal

Advertisment

ପଞ୍ଜାବ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ। ସେ ଦଳର କାର୍ଯ୍ୟକାରୀ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏନେଇ ପଞ୍ଜାବର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ଦଲଜିତ ସିଂହ ଚୀମା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ଏକ୍ସରେ ସେ ଲେଖିଛନ୍ତି, ଦଳର ନୂଆ ସଭାପତି ନିର୍ବାଚନ ପାଇଁ ବାଟ ଫିଟାଇବାକୁ ଆଜି ଦଳର ସଭାପତି ସୁଖବୀର ସିଂହ ବାଦଲ ତାଙ୍କ ଇସ୍ତଫା ପତ୍ର ଦଳର କାର୍ଯ୍ୟକାରୀ କମିଟିକୁ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବିଶ୍ୱାସ ପ୍ରକାଶ କରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୃଦୟରୁ ସମର୍ଥନ ଏବଂ ସହଯୋଗ ଦେଇଥିବାରୁ ସୁଖବୀର ବାଦଲ ଦଳର ସମସ୍ତ ନେତା ତଥା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

୨୦୦୮ରୁ ଥିଲେ ଦଳର ଅଧ୍ୟକ୍ଷ
ଉଲ୍ଲେଖଯୋଗ୍ୟ, ୨୦୦୮ ମସିହାରେ ସୁଖବୀର ସିଂହ ବାଦଲ ଶିରୋମଣି ଅକାଳୀ ଦଳର ନେତୃତ୍ୱ ନେଇଥିଲେ। ସେ ଦୀର୍ଘ ୧୬ ବର୍ଷ ଦୁଇ ମାସ ପାଇଁ ଅକାଳୀ ଦଳର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ସୁଖବୀର ସିଂହ ବାଦଲଙ୍କ ପୂର୍ବରୁ ତାଙ୍କ ପିତା ପ୍ରକାଶ ସିଂହ ବାଦଲ ଦଳର ଅଧ୍ୟକ୍ଷ ଥିଲେ।

Advertisment

ଉପନିର୍ବାଚନ ପୂର୍ବରୁ ଛାଡ଼ିଲେ ଦାୟିତ୍ୱ
ନଭେମ୍ବର ୨୦ରେ ପଞ୍ଜାବର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ଠିକ ଏହା ପୂର୍ବରୁ ୬୨ ବର୍ଷୀୟ ସୁଖବୀର ସିଂହ ବାଦଲ ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଶିରୋମଣି ଅକାଳୀ ଦଳର ନୂଆ ମୁଖ୍ୟ କିଏ ହେବେ, ତାହା ଦେଖିବାକୁ ବାକି ରହିଲା।

Punjab Politics By Election In Punjab Shiromani Akali Dal Sukhbir Singh Badal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe