Advertisment

ରାତିରେ ଅଲ୍‌ ଦି ବେଷ୍ଟ କହି ସକାଳୁ କାଟିଦେଲେ ଟିକେଟ୍...

ସୁନନ୍ଦା କହିଛନ୍ତି, ବିଶ୍ୱାସରେ ବିଷ ଦେଇଥିଲେ ବବି। ମୋ’ ଟିକେଟ କାଟିଥିଲେ। ଜଗନ୍ନାଥ ତାଙ୍କୁ ଶାସ୍ତି ଦେଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ବବି କହିଥିଲେ ଟିକେଟ ଦେବା ଲୋକ ମୁଁ, ଟିକେଟ କାଟିବା ଲୋକ ମଧ୍ୟ ମୁଁ।

ଅଦ୍ୟତନ ହୋଇଛି
Sunanda Das

Sunanda Das

Advertisment

ବିଜେଡି ଛାଡିଲେ। ମୁଖିଆଙ୍କ ଗେହ୍ଲାପୁଅ ସାଜିଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଉପରେ ବର୍ଷିଲେ। ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ପୋଲ୍‌ ଖୋଲିଲେ ପୂର୍ବତନ ବିଜେଡି ବିଧାୟିକା ସୁନନ୍ଦା ଦାସ। କହିଲେ, ଟିକେଟ ବଣ୍ଟା ଦିନ ରାତିରେ ମୋତେ ଡାକି ବେଷ୍ଟ ଅଫ୍‌ ଲକ୍‌ ବୋଲି କହିଥିଲେ। ମାତ୍ର ସକାଳେ ଟିକେଟ ମୋ କାଟିଦେଲେ।

Advertisment

ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସେ କହିଛନ୍ତି, ନବୀନ ପଟ୍ଟନାୟକ ଯଦି ଟିକେଟ ବାଣ୍ଟିଥାନ୍ତେ, ତାହେଲେ ଦଳର ପରାଜୟ ହୋଇନଥାନ୍ତା। କୋଟେରୀ ଗ୍ରୁପ୍‌ ଭି.କେ ପାଣ୍ଡିଆନ, ଆଶିଷ ସିଂ, ଡିଏସ କୁଟ୍ଟେ ଓ ବବି ଟିକେଟ ଦାୟିତ୍ୱରେ ଥିଲେ। ବିଜେଡିରେ ମନମୁଖୀ ଶାସନ ଓ ମନଇଚ୍ଛା ଟିକେଟ ବଣ୍ଟନ ଯୋଗୁ ଦଳ ହାରିଲା। ଏମିତି କି ମୋତେ ଟିକେଟ ପାଇଁ ଆଶିଷ ସିଂ ଓ କୁଟ୍ଟେଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇ ଆଇପିଏସ୍‌ ମଧ୍ୟ ଟିକେଟ୍‌ ଦେବେ ବୋଲି ପ୍ରତଶ୍ରୁତି ଦେଇଥିଲେ। ପରେ ଟିକେଟ କଟିବାରୁ ପାଣ୍ଡିଆନ ଡାକି କହିଥିଲେ, ମୁଁ ଯାଜପୁରରେ ମୁଣ୍ଡ ପୂରେଇଲିନି ବୋଲି ତମ ଟିକେଟ କଟିଲା। ସେପଟେ ବବି କହିଲେ ଟିକେଟ ଦେଲେ ମୁଁ ଦେବି, କାଟିଲେ ମୁଁ କାଟିବି। ଆଜି ଏମିତି ବାଣ ମାରି ସୁନନ୍ଦା ଯାଜପୁର ବିଜେଡିରେ ହଲଚଲ ସୃଷ୍ଟି କରିଛନ୍ତି।

ସୁନନ୍ଦା ଆହୁରି କହିଛନ୍ତି, ବିଶ୍ୱାସରେ ବିଷ ଦେଇଥିଲେ ବବି। ମୋ’ ଟିକେଟ କାଟିଥିଲେ। ଜଗନ୍ନାଥ ତାଙ୍କୁ ଶାସ୍ତି ଦେଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ବବି କହିଥିଲେ ଟିକେଟ ଦେବା ଲୋକ ମୁଁ, ଟିକେଟ କାଟିବା ଲୋକ ମଧ୍ୟ ମୁଁ। ଟିକେଟ କଟିବା ଚର୍ଚ୍ଚା ଭିତରେ ବି ବବି କହିଥିଲେ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରୀ ଭୁଷିବା ମୋ ଅଭ୍ୟାସ ନୁହେଁ। କିନ୍ତୁ ଶେଷ ସମୟରେ ମୋ ଟିକେଟ କାଟିଦେଲେ। ଏମିତି କି ପଞ୍ଚାୟତ ନିର୍ବାଚନ ବେଳୁ ହିଁ ମୋ ବିରୋଧରେ ବବି ବରୀରେ ତିଆରି କରିଥିଲେ ପାରାଲାଲ୍‌ ସଙ୍ଗଠନ।

Advertisment

ସେ ଆହୁରି କହିଛନ୍ତି, ମୁଁ ନିର୍ବାଚିତ ପ୍ରତିନିଧି ହୋଇଥିଲେ ମଧ୍ୟ ବିଜେପିରୁ ବିଶ୍ୱ ମଲ୍ଲିକଙ୍କୁ ଆଣି ସରକାରୀ କାମରେ ଭାଗ ବସା ଯାଉଥିଲା। ପଞ୍ଚାୟତ ନିର୍ବାଚନରେ ଯେମିତି ମୁଁ ବ୍ଲକ୍‌ ଅଧ୍ୟକ୍ଷ ପଦ ନହାତେ ପାରିବି, ସେଥିପାଇଁ ବବିଙ୍କ ନିର୍ଦ୍ଦେଶରେ ବରୀ ଓ ରସୁଲପୁରର ୨ ବିଡିଓ କ୍ରସ୍ ଭୋଟିଂ କରିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନନ୍ଦା।

ଅନ୍ୟପଟେ ସୁନନ୍ଦାଙ୍କୁ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି, ବିଜେଡି ବିଧାୟକ ବିଶ୍ୱରଂଜନ ମଲ୍ଲିକ। ସୁନନ୍ଦା ନିର୍ବାଚନରେ ବିଜେପି ପାଇଁ କାମ କରୁଥିଲେ। ସେ ଦଳ ଛାଡିଲେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଶ୍ୱରଞ୍ଜନ ମଲ୍ଲିକ।

ଏକଦା ବିଜେଡିର ଗଡ଼ ଥିବା ଯାଜପୁରରେ ଏବେ ଦଳ ଭୁଷୁଡିବା ଆରମ୍ଭ କରିଛି। ସୁନନ୍ଦାଙ୍କ ପୂର୍ବରୁ ଦଳ ଛାଡିଛନ୍ତି ବରିଷ୍ଠ ନେତା ଅମର ଶତପଥୀ। ସେ ମଧ୍ୟ ପରାଜୟର କାରଣ ନେଇ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଥିଲେ। କେବଳ ଯାଜପୁର ନୁହେଁ ଶୋଚନୀୟ ପରାଜୟ ଆଉ ଦଳର ପରିଚାଳନାକୁ ନେଇ ବିଜେଡି ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା।

BjD Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe