Advertisment

ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ

କିଛି ଦିନ ପୂର୍ବେ ବିଜେଡିକୁ ବାଏ ବାଏ କହିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

କିଛି ଦିନ ପୂର୍ବେ ବିଜେଡିକୁ ବାଏ ବାଏ କହିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ସୁନନ୍ଦା।

Advertisment

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁନନ୍ଦା । ମାତ୍ର ଏହି ନିର୍ବାଚନରେ ତାଙ୍କୁ ଟିକେଟ ଦେଇ ନ ଥିଲା ଦଳ। ଦଳରେ ଅଣଦେଖା ହେଉଥିବା ଅଭିଯୋଗ ଆଣି ଗତ ୨୯ ତାରିଖରେ ବିଜେଡି ଛାଡ଼ିଥିଲେ ସୁନନ୍ଦ। ।

ଏଥିସହ ସେ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବେ ବୋଲି କୁହାଯାଉଥିଲା। ଶେଷରେ ଆଜି ବିଜେପିରେ ମିଶିଛନ୍ତି ବରୀର ଏହି ଟାଣୁଆ ନେତ୍ରୀ।  ବିଜେଡି ଛାଡ଼ିବା ପରେ ଦଳର ନେତୃବୃନ୍ଦଙ୍କ ଉପରେ ପ୍ରବଳ ବର୍ଷିବା ସହ ବହୁ ଗୁମର ଖୋଲିଥିଲେ ସୁନନ୍ଦା। 

Advertisment

ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିବା ବେଳେ ତାଙ୍କ ଟିକେଟ ବବି ଦାସ କାଟି ଦେଇଥିବା ସିଧାସଳଖ କହିଥିଲେ। ନିଜେ ଟିକେଟ ପାଇ ନ ଥିଲେ ବି ଫଳାଫଳ ଯାହା ଆସିଲା ସେଥିରେ ସେ ଖୁବ୍‌ ଖୁସି ଥିବା ସହ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇଥିଲେ ସୁନନ୍ଦା। 

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe