Advertisment

ଶିମିଳିପାଳ କୋର ଏରିଆରେ ସୁନୀଲ୍ ବଂଶଲ୍‌

ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆରେ ରହିଛି ଅନେକ ଗାଁ। ଏହି ସବୁ ଗାଁରେ ମାଙ୍କିଡିଆ, ଖଡ଼ିଆ ଆଦି ସମ୍ପ୍ରଦାୟର ଆଦିବାସୀମାନେ କାହିଁ କେଉଁ କାଳରୁ ବସବାସ କରି ଆସୁଛନ୍ତି।

author-image
Manoranjan Sial
BJP

BJP

ଶିମିଳିପାଳ କୋର ଏରିଆରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ୍‌ ବଂଶଲ। ବିଜେପି ସଦସ୍ୟତା ଅଭିଯାନରେ ସାମିଲ୍ ହେଲେ ଓ ତଳେ ବସି ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କ ସହିତ କଥା ହେଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ।

Advertisment

ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆରେ ରହିଛି ଅନେକ ଗାଁ। ଏହି ସବୁ ଗାଁରେ ମାଙ୍କିଡିଆ, ଖଡ଼ିଆ ଆଦି ସମ୍ପ୍ରଦାୟର ଆଦିବାସୀମାନେ କାହିଁ କେଉଁ କାଳରୁ ବସବାସ କରିଛନ୍ତି। ଆଜି ସେହି ସବୁ ଗାଁରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ୍‌ ବଂଶଲ। ଗୁଡୁଗୁଡିଆ ଗାଁର ଖଡିଆ ସାହିରେ ହୋଇଥିବା ସଦସ୍ୟତା ଅଭିଯାନରେ ସାମିଲ୍‌ ହୋଇଥିଲେ ବଂଶଲ। ଖାଲି ସାମିଲ୍‌ ହୋଇନଥିଲେ, ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କ ସହିତ ତଳେ ବସି କଥା ହୋଇଥିଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସୁନୀଲ୍‌ ବଂଶଲ ସହିତ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ଅନନ୍ତ ନାଏକଙ୍କ ସହ ଅନେକ ବିଜେପିର ବରିଷ୍ଠ ନେତା ଏହି ସଦସ୍ୟତା ଅଭିଯାନରେ ସାମିଲ୍‌ ହୋଇଥିଲେ।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Bjp Baripada Sunil Bansal