Advertisment

ପ୍ରଥମଥର ପାଇଁ ରୋଡ୍‌ ଶୋ’ କଲେ କେଜ୍ରିୱାଲଙ୍କ ପତ୍ନୀ, କହିଲେ ଏମିତି କଥା

କେଜ୍ରିୱାଲ ଜେଲରେ ଥିବାରୁ ଆପ୍‌ ତାଙ୍କ ପତ୍ନୀଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି। ଏହିକ୍ରମରେ ଆଜି ସେ ରୋଡ ଶୋ’ କରିବା ସହ ଆପ୍‌ର ପ୍ରଚାର କରିଛନ୍ତି।

author-image
Hemant Lenka
Sunita Kejriwal

Sunita Kejriwal

ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଆଜି ପ୍ରଥମଥର ପାଇଁ କୌଣସି ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି। ସେ ଆଜି ପୂର୍ବ ଦିଲ୍ଲୀରେ ବିଶାଳ ରୋଡ୍‌ ଶୋ’ କରି ଆପ୍‌ ପାଇଁ ଭୋଟ ମାଗିଛନ୍ତି।

Advertisment

ଏହି ରୋଡ ଶୋ’ ସମୟରେ ସେ ପୂର୍ବ ଦିଲ୍ଲୀର କୋଣ୍ଡଲିରେ ଦଳୀୟ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଗୋଟିଏ ଗାଡ଼ି ଉପରେ ଛିଡ଼ା ହୋଇ ସେ କୋଣ୍ଡଲି ଅଞ୍ଚଳରେ ଭୋଟରଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି।

କେଜ୍ରିୱାଲ ଜେଲରେ ଥିବାରୁ ଆପ୍‌ ତାଙ୍କ ପତ୍ନୀଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି। ଏହିକ୍ରମରେ ଆଜି ସେ ରୋଡ ଶୋ’ କରିବା ସହ ଆପ୍‌ର ପ୍ରଚାର କରିଛନ୍ତି।

Advertisment

ସେ କହିଛନ୍ତି, “ଆପଣଙ୍କ ମୁଖ୍ୟମନ୍ତ୍ରୀ ଓ ମୋ ସ୍ୱାମୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ମାସ ହେଲା ଜେଲରେ ରଖାଯାଇଛି। କୌଣସି କୋର୍ଟ ତାଙ୍କୁ ଦୋଷୀ କହି ନାହାନ୍ତି ଓ ତଦନ୍ତ ଚାଲିଛି। ଯଦି ତଦନ୍ତ ୧୦ ବର୍ଷ ଧରି ଚାଲିବ, ତା’ହେଲେ ସେ ୧୦ ବର୍ଷ ଯାଏ ଜେଲରେ ରହିବେ? ପୂର୍ବରୁ କେବଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଦଣ୍ଡ ମିଳୁଥିଲା। କିନ୍ତୁ ସେମାନା(ବିଜେପି ଓ କେନ୍ଦ୍ର ସରକାର) ନୂଆ ବ୍ୟବସ୍ଥା ଆଣିଛନ୍ତି। ତଦନ୍ତ ଚାଲିବା ସମୟରେ ମଧ୍ୟ ସେମାନେ ଜଣଙ୍କୁ ଜେଲରେ ରଖିପାରିବେ ବୋଲି କହୁଛନ୍ତି।

ଏହା ଏକ ଛତ୍ରବାଦର ପରିଚୟ। ୨୨ ବର୍ଷ ହେଲାଣି ଅରବିନ୍ଦ କେଜ୍ରିୱାଲ ମଧୁମେହ ରୋଗରେ ପୀଡ଼ିତ। ସେ ୧୨ ବର୍ଷ ହେଲା ଇନସୁଲିନ ନେଉଥିଲେ। ଜେଲରେ ତାଙ୍କୁ ଇନସୁଲନ ପାଇଁ ମନା କରାଯାଇଥିଲା। କ’ଣ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି? ମୁଁ ଜାଣିଛି ଯେ ଆପଣମାନେ କେଜ୍ରିୱାଲଙ୍କୁ ଭଲ ପାଆନ୍ତି ଓ ଏଇଠା ହିଁ ସେମାନଙ୍କର ସମସ୍ୟା। ତାଙ୍କର ଭୁଲ କ’ଣ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ତିଆରି କରିଥିଲେ। ଲୋକଙ୍କୁ ମାଗଣାରେ ବିଜୁଳି ଦେଇଥିଲେ ଓ ମୋହଲା କ୍ଲିନ ଖୋଲିଥିବା କାରଣରୁ କ’ଣ ତାଙ୍କୁ ଜେଲ ନିଆଯାଇଛି? ଦେଶ ବର୍ତ୍ତମାନ ଏକଛତ୍ରବାଦୀ ଶାସନ ଆଡ଼କୁ ଯାଉଛି। ଆପଣମାନେ ନଜ ଭୋଟର ଶକ୍ତିକୁ ଜାଣନ୍ତୁ। ମେ’ ୨୫ରେ ଆପଣମାନେ ଏକ ଛତ୍ରବାଦ ବିରୋଧରେ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଭୋଟ ଦିଅନ୍ତୁ। ଆମେ ସମସ୍ତେ ଏକାଠି ଲଢ଼ିବା ଓ ଜିତିବା।”

କେଜ୍ରିୱାଲଙ୍କ ପରିବାର ପ୍ରତି ଲୋକଙ୍କ ଭଲ ପାଇବା ଥିବାରୁ ଆଜି ଏତେ ସଂଖ୍ୟକ ଲୋକ ସୁନୀତାଙ୍କ ରୋଡ ଶୋ’ରେ ସାମିଲ ହୋଇଥିଲେ ବୋଲି ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି।

Arvind Kejriwal AAP Sunita Kejriwal