Advertisment

କେଜ୍ରିୱାଲଙ୍କ ଗିରଫଦାରୀ: ଏନଡିଏ ସାଂସଦଙ୍କ ସମ୍ପର୍କରେ ବଡ଼ କଥା କହିଲେ ସୁନିତା

ସୁନିତା କହିଛନ୍ତି, ସାକ୍ଷୀମାନେ ଦେଇଥିବା ମିଛ ବୟାନକୁ ଆଧାର କରି କେଜ୍ରିୱାଲଙ୍କୁ ଇଡି ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଛି। ସମାନ ମାମଲାରେ ସିବିଆଇ ମଧ୍ୟ ନିକଟରେ କେଜ୍ରିୱାଲଙ୍କୁ ଗିରଫ କରିଛି।

sunita

sunita

Advertisment

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ଆଜି ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ସାଂଘାତିକ ଦାବି କରିଛନ୍ତି। ତାଙ୍କ ସ୍ୱାମୀ ଗଭୀର ରାଜନୀତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ସେ ଦାବି କରିଛନ୍ତି।

Advertisment

ସୁନିତା ଆହୁରି ଦାବି କରିଛନ୍ତି ଯେ ସାକ୍ଷୀମାନେ ଦେଇଥିବା ମିଛ ବୟାନକୁ ଆଧାର କରି କେଜ୍ରିୱାଲଙ୍କୁ ଇଡି ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଛି। ସମାନ ମାମଲାରେ ସିବିଆଇ ମଧ୍ୟ ନିକଟରେ କେଜ୍ରିୱାଲଙ୍କୁ ଗିରଫ କରିଛି।

ସୁନିତା କେଜ୍ରିୱାଲ ଗୋଟିଏ ଭିଡିଓ ବାର୍ତ୍ତା ଜାରି କହିଛନ୍ତି, ତାଙ୍କ ସ୍ୱାମୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଟିଡିପି ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁଙ୍କ ବୟାନ ଆଧାରରେ ଗିରଫ କରିଛି। କେନ୍ଦ୍ରରେ କ୍ଷମତାସୀନ ଏନଡିଏର ସହଯୋଗୀ ହେଉଛି ଟିଡିପି।

Advertisment

ସେ କହିଛନ୍ତି, “୨୦୨୨ ମସିହା ସେପ୍ଟେମ୍ବର ୧୭ରେ ଇଡି ମଙ୍ଗୁଟା ଶ୍ରୀନିବାସୁଲୁଙ୍କ ଠିକଣାରେ ରେଡ କରିଥିଲା। ତାଙ୍କୁ ପଚରା ଯାଇଥିଲା ଯେ ଆପଣ କ’ଣ କେବେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ସେ ଉତ୍ତରରେ ହଁ କହିଥିଲେ।

୨୦୨୧ ମାର୍ଚ୍ଚ ୧୬ରେ ସେ ଦିଲ୍ଲୀ ସଚିବାଳୟରେ କେଜ୍ରିୱାଲଙ୍କୁ ଭେଟିଥିଲେ। ମଙ୍ଗୁଟା ଶ୍ରୀନିବାସୁଲୁ ଦିଲ୍ଲୀରେ ଗୋଟିଏ ଫ୍ୟାମିଲି ଚ୍ୟାରିଟେବୁଲ ଟ୍ରଷ୍ଟ ଖୋଲିବାକୁ ଚାହୁଁଥିଲେ। ଏନେଇ ସେ କେଜ୍ରିୱାଲଙ୍କୁ ଭେଟିଥିଲେ। ଏଥିପାଇଁ ତାଙ୍କୁ ଜମିର ଆବଶ୍ୟକ ରହିଥିଲା।

କେଜ୍ରିୱାଲ ତାଙ୍କୁ କହିଥିଲେ ଯେ ଜମି ଉପରେ ଅଧିକାର ଉପ ରାଜ୍ୟପାଳଙ୍କ ଅଧୀନରେ ଆସୁଛି। ତାଙ୍କୁ ସେ ଆବେଦନ କରିବାକୁ କହିଥିଲେ। ଏଥିସହ କ’ଣ ହୋଇପାରିବ କେଜ୍ରିୱାଲ ଦେଖିବେ ବୋଲି ମଙ୍ଗୁଟାଙ୍କୁ କହିଥିଲେ।”

ଲୋକଙ୍କ ସମର୍ଥନ ଆହ୍ୱାନ କରି ସୁନିତା କହିଛନ୍ତି ଯେ “କେଜ୍ରିୱାଲ ଜଣେ ସଚ୍ଚୋଟ, ଶିକ୍ଷିତ ଓ ଦେଶଭକ୍ତ। ଯଦି ସାଧାରଣ ଲୋକ ତାଙ୍କୁ ସମର୍ଥନ କରିବା ବନ୍ଦ କରିଦେବେ, ତା’ହେଲେ ଭବିଷ୍ୟତରେ କୌଣସି ଶିକ୍ଷିତ ଲୋକ ଆଉ ରାଜନୀତିକୁ ଆସିବେ ନାହିଁ।”

ସୁନିତା କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଟିଡିପି ସାଂସଦ ମଙ୍ଗୁଟାଙ୍କ ପୁଅ ରାଘବ ମଙ୍ଗୁଟା ରେଡ୍ଡୀଙ୍କୁ ଇଡି ଗିରଫ କରିଥିଲା। ଏହାପରେ ମଙ୍ଗୁଟା ଶ୍ରୀନିବାସୁଲୁ ଇଡିକୁ କେଜ୍ରିୱାଲଙ୍କ ସମ୍ପର୍କରେ ମିଛ ବୟାନ ଦେଇଥିଲେ।

କେଜ୍ରିୱାଲଙ୍କ ସହ ଭେଟଘାଟ ସମ୍ପର୍କରେ ମଙ୍ଗୁଟା ଦେଇଥିବା ପ୍ରାଥମିକ ବୟାନକୁ ଇଡି ପସନ୍ଦ କରି ନଥିଲା। କିନ୍ତୁ କିଛି ଦିନ ପରେ ଇଡି ତାଙ୍କ ରାଘବଙ୍କୁ ଗିରଫ କରିଥିଲା। ମଙ୍ଗୁଟାଙ୍କୁ ପୁଣି ଜେରା କରାଯାଇଥିଲା। ସେ ନିଜର ପୁରୁଣା କଥାରେ କାଏମ ରହିଥିଲା। ଏଥିପାଇଁ ରାଘବଙ୍କ ଜାମିନ ଆବେଦନ ଖାରଜ ମଧ୍ୟ ହୋଇଥିଲା। ଜାମିନ ଖାରଜ ହେବାରୁ ରାଘବଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମା’ ମଧ୍ୟ ରୋଗରେ ପଡ଼ିଥିଲେ। ଏହା ଦେଖି ବାପା ମଙ୍ଗୁଟା ଭାଙ୍ଗି ପଡ଼ିଥିଲେ।

୨୦୨୩ ମସିହା ଜୁଲାଇ ୧୭ରେ ମଙ୍ଗୁଟା ନିଜର ବୟାନ ଇଡି ନିକଟରେ ବଦଳାଇ ଦେଇଥିଲେ। ସେ ନିଜର ବୟାନରେ କହିଥିଲେ ଯେ ୨୦୨୧ ମାର୍ଚ୍ଚ ୧୬ରେ କେଜ୍ରିୱାଲଙ୍କୁ ସେ ବହୁତ କଷ୍ଟକରେ ୪ରୁ ୫ ମିନିଟ ପାଇଁ ଭେଟିଥିଲେ।

ଏହି ସମୟରେ ୧୦ରୁ ୧୨ ଜଣ ଲୋକ ସେଠାରେ ଥିଲେ। କେଜ୍ରିୱାଲ ତାଙ୍କୁ ଦେଖିବା ମାତ୍ରେ ଦିଲ୍ଲୀରେ ମଦ କାରବାର ଆରମ୍ଭ କରିବାକୁ କହିଥିଲେ। ଏଥିପାଇଁ ଆପ୍‌କୁ ୧୦୦ କୋଟି ଟଙ୍କା ଦେବାକୁ ସେ କହିଥିଲେ ବୋଲି ମଙ୍ଗୁଟା ଇଡିକୁ ଜଣାଇଥିଲେ। ଏହି ବୟାନ ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି। କିନ୍ତୁ ପୁଅକୁ ବଞ୍ଚାଇବା ପାଇଁ ମଙ୍ଗୁଟା ମିଛ ବୟାନ ଦେଇଥିଲେ ସୁନିତା କହିଛନ୍ତି। 

Arvind Kejriwal Sunita Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe