Advertisment

ସ୍ୱର୍ଣ୍ଣମନ୍ଦିର ଦର୍ଶନ ସାରି ନାମାଙ୍କନ ଭରିଲେ ସନି ଦେଓଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ ଷ୍ଟାର ସନି ଦେଓଲ ଆଜି ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସନି ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ସନିଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ଭାଇ ତଥା ଆକ୍ଟର ବବି ମଧ୍ୟ ଉପସ୍ଥିତ ଥିଲେ। ଶୋଭାଯାତ୍ରାରେ ବହୁ ସଂଖ୍ୟକ ବିଜେପି କର୍ମକର୍ତ୍ତା ବି ସାମିଲ ହୋଇଥିଲେ। ହଳଦିଆ ପଗଡ଼ି ବାନ୍ଧି ଆସିଥିବା ସନି ନାମାଙ୍କନପତ୍ର ଦାଖଲ ପୂର୍ବରୁ ପ୍ରଥମେ ଅମୃତସର ସ୍ୱର୍ଣ୍ଣ ମନ୍ଦିର ଯାଇ ଆଶୀର୍ବାଦ ମାଗିଥିଲେ। […]

author-image
Minati Mishra
ସ୍ୱର୍ଣ୍ଣମନ୍ଦିର ଦର୍ଶନ ସାରି ନାମାଙ୍କନ ଭରିଲେ ସନି ଦେଓଲ

vtt

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ ଷ୍ଟାର ସନି ଦେଓଲ ଆଜି ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସନି ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ସନିଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ଭାଇ ତଥା ଆକ୍ଟର ବବି ମଧ୍ୟ ଉପସ୍ଥିତ ଥିଲେ। ଶୋଭାଯାତ୍ରାରେ ବହୁ ସଂଖ୍ୟକ ବିଜେପି କର୍ମକର୍ତ୍ତା ବି ସାମିଲ ହୋଇଥିଲେ।

Advertisment

ହଳଦିଆ ପଗଡ଼ି ବାନ୍ଧି ଆସିଥିବା ସନି ନାମାଙ୍କନପତ୍ର ଦାଖଲ ପୂର୍ବରୁ ପ୍ରଥମେ ଅମୃତସର ସ୍ୱର୍ଣ୍ଣ ମନ୍ଦିର ଯାଇ ଆଶୀର୍ବାଦ ମାଗିଥିଲେ। ଏହା ପୂର୍ବରୁ ସନିଙ୍କ ପିତା ତଥା ଆକ୍ଟର ଧର୍ମେନ୍ଦ୍ର ଏକ ଭାବାତ୍ମକ ଟ୍ୱିଟ କରି ସନିଙ୍କ ପାଇଁ  ଆବେଦନ କରିଥିଲେ। ସେ କହିଥିଲେ, ‘ଆମେ ଭାରତକୁ ଆମର ମା’ ବୋଲି ସ୍ୱୀକାର କରୁଛୁ। ମା’ ପାଇଁ ଆପଣଙ୍କ ସହଯୋଗ ମାଗୁଛୁ।’

ଏଠି କହି ରଖିବୁ, ପୂର୍ବରୁ ଏହି ଆସନରୁ ବିନୋଦ ଖନ୍ନା ଲଢି ଜିତିଥିଲେ। ହେଲେ ବିନୋଦଙ୍କ ମୃତ୍ୟୁ ପରେ ବିଜେପି ଏହି ଆସନ ପାଇଁ ସନିଙ୍କୁ ବାଛିଛି। କଂଗ୍ରେସ ଏହି ଆସନରୁ ସୁନୀଲ ଜାଖଡଙ୍କୁ ପ୍ରାର୍ଥୀ କରିଛି। ବିନୋଦଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ସୁନୀଲ ଏହି ଆସନରୁ ଜିତିଥିଲେ। ବାଲାକୋଟ ଆକ୍ରମଣ ପରେ ଦେଶରେ ବିଜେପିର ଦେଶଭକ୍ତି ଭାବ ଲୋକଙ୍କ ଉପରେ ପ୍ରଭାବ ପକାଇଛି। ଏହାକୁ ଲକ୍ଷ୍ୟ ରଖି ବିଜେପି ସନି ଦେଓଲଙ୍କୁ ଏଠାରୁ ପ୍ରାର୍ଥୀ କରିଛି। କାରଣ ପୂର୍ବରୁ ବର୍ଡର ଓ ଗଦ୍ଦର ଫିଲ୍ମରେ ଅଭିନୟ କରି ସନି ନିଜର ରାଷ୍ଟ୍ରଭକ୍ତିର ଛାପ ଦର୍ଶକଙ୍କ ଉପରେ ପକାଇ ସାରିଛନ୍ତି।

Advertisment