Advertisment

୨୦୨୪ ହେବାକୁ ଯାଉଛି ବିଶ୍ୱର ନିର୍ବାଚନ ବର୍ଷ, ୬୦ ଦେଶରେ ୨୦୦ କୋଟି ଭୋଟର ବାଛିବେ ସରକାର

୨୭ଟି ଦେଶକୁ ନେଇ ଗଠିତ ୟୁରୋପୀୟ ୟୁନିଅନ୍ ସମେତ ପ୍ରାୟ ୬୦ଟି ଦେଶ ଏବଂ ଅଞ୍ଚଳରେ ନିର୍ବାଚନ ହେବ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସାରା ପୃଥିବୀରେ ୨୦୨୪ ହେବାକୁ ଯାଉଛି ନିର୍ବାଚନର ବର୍ଷ। କାରଣ ଚଳିତ ବର୍ଷ ବିଶ୍ୱର ପ୍ରାୟ ଅଧିକାଂଶ ଦେଶରେ ହେବ ନିର୍ବାଚନ। ସଂକ୍ଷେପରେ କହିବାକୁ ଗଲେ ବିଶ୍ୱ ଜନସଂଖ୍ୟାର ଅଧା ଭାଗ ଲୋକ ଏହି ବର୍ଷ ଭୋଟ୍ ଦେଇ ସେମାନଙ୍କର ସରକାର ଗଠନ କରିବେ। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଅର୍ଥାତ ୨୦୪୮ ମଧ୍ୟରେ କୌଣସି ବର୍ଷ ଏତେ ସଂଖ୍ୟକ ଦେଶ ଓ ଭୋଟର ନିର୍ବାଚନରେ ଭାଗ ନେବେ ନାହିଁ। ୨୦୨୪ରେ ୨୭ଟି ଦେଶକୁ ନେଇ ଗଠିତ ୟୁରୋପୀୟ ୟୁନିଅନ୍ ସମେତ ପ୍ରାୟ ୬୦ଟି ଦେଶରେ ନିର୍ବାଚନ ହେବ। ଏସବୁ ଦେଶ ମଧ୍ୟରେ ଭାରତ, ଆମେରିକା, ଇଣ୍ଡୋନେସିଆ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଆଦି ଅନ୍ତର୍ଭୁକ୍ତ।

Advertisment

ଚଳିତ ବର୍ଷ ଆଫ୍ରିକାର ୧୮ଟି ଦେଶ, ଏସିଆର ୧୭ଟି ଦେଶ, ଉତ୍ତର ଆମେରିକାର ୫ଟି ଦେଶ, ପ୍ରଶାନ୍ତ ମହାସାଗରରେ ଥିବା ୪ଟି ଦେଶ ଓ ଦକ୍ଷିଣ ଆମେରିକାର ୨ଟି ଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଟେଗ୍ରିଟି ଇନ୍‌ଷ୍ଟିଚ୍ୟୁଟ୍‌ ନାମକ ଏକ ଗବେଷଣା ସଂସ୍ଥା ଅନୁସାରେ ୨୦୪୮ ମଧ୍ୟରେ ଅନ୍ୟ କୌଣସି ବର୍ଷ ପୃଥିବୀର ଏତେ ସଂଖ୍ୟକ ଦେଶ ଓ ଏତେ ଭୋଟରଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହେବାର ନାହିଁ।

​​ବିଶ୍ୱର ତିନୋଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର - ଭାରତ, ଆମେରିକା ଏବଂ ଇଣ୍ଡୋନେସିଆରେ ଚଳିତ ବର୍ଷ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ବର୍ଷ ସମଗ୍ର ବିଶ୍ୱରେ ୨୦୦ କୋଟି ଭୋଟର ସେମାନଙ୍କର ପ୍ରତିନିଧି ଚୟନ କରିବେ। ଚଳିତ ବର୍ଷ ପ୍ରଥମେ ଇଣ୍ଡୋନେସିଆରେ ଫେବୃଆରୀ ୧୪ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ୨୦ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିବେ। ସେହିପରି ଅପ୍ରେଲ ଓ ମଇ ମଧ୍ୟରେ ଭାରତରେ ଲୋକସଭା ପାଇଁ ନିର୍ବାଚନ ହେବ। ଏଥିରେ ପ୍ରାୟ ୯୫ କୋଟି ଭୋଟର ଭାଗ ନେବେ। 

Advertisment

୧୬ କୋଟି ପଞ୍ଜୀକୃତ ଭୋଟର ଥିବା ଆମେରିକାରେ ନଭେମ୍ବର ୫ ତାରିଖରେ ମତଦାନ ହେବ। ସେହିପରି ୨୦୨୪ ବର୍ଷ ପ୍ରାୟ ନଅଟି ୟୁରୋପୀୟ ଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ରୁଷ ଏବଂ ୟୁକ୍ରେନ ରହିଛି। ଏହି ଦୁଇ ଦେଶରେ ଯଥାକ୍ରମେ ମାର୍ଚ୍ଚ ୧୫-୧୭ ଏବଂ ମାର୍ଚ୍ଚ ୩୧ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ କହିଥିଲେ ଯେ, ତାଙ୍କ ଦେଶରେ ୨୦୨୪ ଦ୍ୱିତୀୟାର୍ଦ୍ଧରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି।

ଏସବୁ ମଧ୍ୟରେ ନିର୍ବାଚନ ପାଇଁ ଦକ୍ଷିଣ ଏସିଆ ସବୁଠୁ ବ୍ୟସ୍ତବହୁଳ ଅଞ୍ଚଳ ରହିବ। କାରଣ ଏହାର ପାଞ୍ଚଟି ଦେଶ - ଭାରତ, ପାକିସ୍ଥାନ, ବାଂଲାଦେଶ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ଭୁଟାନରେ ମତଦାନ ହେବ। ଜାନୁଆରୀ ୭ରେ ବାଂଲାଦେଶରେ ମତଦାନ ହେବାକୁ ଯାଉଛି। ସେହିପରି ପାକିସ୍ତାନରେ ମଧ୍ୟ ଫେବୃଆରୀ ୮ରେ ନିର୍ବାଚନ ହେବାକୁ ଥିଲା। କିନ୍ତୁ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ବାଚନ ବିଳମ୍ବରେ କରିବାକୁ ସିନେଟରେ ଏକ ପ୍ରସ୍ତାବ ଦିଆଯାଇଛି। ଏନେଇ ଜାନୁଆରୀ ପାଞ୍ଚରେ ପ୍ରସ୍ତାବ ହୋଇଥିଲା।  

ଶେଷରେ ଚଳିତ ବର୍ଷ ଶ୍ରୀଲଙ୍କାରେ ନିର୍ବାଚନ ହୋଇପାରେ। ଏଠାରେ ୨୦୧୮ ପରଠାରୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ଦେଶର ଦେବାଳିଆ ସ୍ଥିତି ପରେ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବାରମ୍ବାର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ବର୍ଷର ଶେଷ ଭାଗକୁ ଶ୍ରୀଲଙ୍କାରେ ନିର୍ବାଚନ ହୋଇପାରେ। 

Election Super Polls Election Year 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe