Advertisment

ଗଞ୍ଜାମ ରାଜନୀତିରେ ଗୁଣିବିଦ୍ୟା; ଚିରାଯାଇଛି ସୂର୍ଯ୍ୟ ପାତ୍ରଙ୍କ ପୁଅଙ୍କ ଫଟୋ, ପଡ଼ିଛି ମାଛ ବଳି

ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ। ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ମଧ୍ୟ ଲୋକଙ୍କ ମନରେ ବସାବାନ୍ଧି ରହିଛି। ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି।

BJD

BJD

Advertisment

ଚାଲିଛି ମାଆଙ୍କ ନବଦିନାତ୍ମକ ପୂଜା। ସବୁଠି ଉତ୍ସବର ମାହୋଲ୍‌। ତାହାରି ଭିତରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ଏକ ନିକାଞ୍ଚନ ସ୍ଥାନରେ ଏଣେ ତେଣେ ହୋଇ ପଡ଼ିଛି ସିନ୍ଦୂର। ଦିଆଯାଇଛି ମାଛ ଆଳି। ଆଉ ଚିରାଯାଇଛି କଳା କନା ଓ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଏବଂ ତାଙ୍କ ସମର୍ଥକଙ୍କ ଫଟୋ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଗୁଣି ଗାରେଡି ହୋଇଥିବା ଅନୁମାନ କରାଯାଉଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଅଁଳାଗୁଡ଼ା ରାସ୍ତା ପାର୍ଶ୍ୱରେ ଥିବା ଏକ ବରଗଛ ମୂଳରେ ଏପରି ଚିତ୍ର ଦେଖିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜ୍ଞାନ ଯୁଗରେ କିଏ ଏପରି କାର୍ଯ୍ୟ କରିଛି? ଗୁଣିବିଦ୍ୟା ପଛର କ’ଣ ହୋଇଥାଇପାରେ ସମ୍ଭାବ୍ୟ କାରଣ ?

Advertisment

ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ। ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ମଧ୍ୟ ଲୋକଙ୍କ ମନରେ ବସାବାନ୍ଧି ରହିଛି। ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି। ଗତ ଦୁଇଦିନ ତଳେ ଅମାବାସ୍ୟା ଯାଇଛି। ତେଣୁ ଏହା ହିଁ ଉଚିତ ସମୟ ଭାବି ହୁଏତ କିଏ ଗୁଣିବିଦ୍ୟାର ଆଶ୍ରୟ ନେଇଥାଇପାରେ। ତେବେ ଏମିତି କି ଆବଶ୍ୟକ ପଡ଼ିଲା ଯେ, ବିପ୍ଲବ ଓ ତାଙ୍କର ୨ ସହଯୋଗୀଙ୍କ ଫଟୋ ଗୁଡ଼ିକୁ ଚିରି ଏଭଳି ପୂଜାପାଠ ସହ ମାଛବଳି ଦିଆଯାଇଛି ?

ଦିଗପହଣ୍ଡି ବିଜେଡିରେ ଲାଗି ରହିଥିବା ରାଜନୈତିକ ବିବାଦର ପୃଷ୍ଠଭୂମି ଉପରେ କାହା ପ୍ରରୋଚନାରେ ପ୍ରୟୋଗ କରାଯାଇଛି ଗୁଣିବିଦ୍ୟା ? ଗତ କିଛିଦିନ ହେବ ରାଜନୈତିକ ଛକାପଞ୍ଝା ଭିତରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବାଜି ମାରିଛନ୍ତି ବିପ୍ଲବ ବିରୋଧୀ ବିପିନ ପ୍ରଧାନଙ୍କ ଗୋଷ୍ଠୀ। ଲାଗି ରହିଥିବା ଗୋଷ୍ଠୀ ବିବାଦ ଯୋଗୁ ଉପ ନିର୍ବାଚନ ପୂର୍ବରୁ ବିପିନଙ୍କୁ ବିଜେଡିରୁ ବହିଷ୍କାର ମଧ୍ୟ କରାଯାଇଛି। ଆଉ ଏବେ ଏଭଳି ବିବାଦୀୟ ସ୍ଥିତିରେ ସାମ୍ନାକୁ ଆସିଥିବା ଗୁଣି ବିଦ୍ୟାକୁ ନେଇ ପରସ୍ପରକୁ କାଦୁଅ ଫୋପାଡ଼ିଛନ୍ତି ବିପ୍ଲବଙ୍କ ସମର୍ଥକ ଓ ବିପିନ ପ୍ରଧାନ।

Advertisment

ଘଟଣା ପଛର ରହସ୍ୟ ଯାହା ବି ଥାଉନା କାହିଁକି, କ୍ଷମତା ଓ ପତିଆରା ପାଇଁ ଦିଗପହଣ୍ଡି ବିଜେଡିରେ ଲାଗି ରହିଥିବା ରାଜନୈତିକ ବିବାଦର ପୃଷ୍ଠଭୂମି ଉପରେ ଏଭଳି ଗୁଣିବିଦ୍ୟା ତଥା କୁସଂସ୍କାରକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ଲାଗିରହିଛି ନାନା ଚର୍ଚ୍ଚା ଲାଗି ରହିଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

BjD Ganjam Bjd Leader Ganjam Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe