Advertisment

କେବେ ସରିବ ଧର୍ମଶାଳା ଡ୍ରାମା?

ଆଜି ପୁଣି ଥରେ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଆସିଥିଲେ। ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ।

author-image
Manoranjan Sial
BJP

BJP

ଆଜି ପୁଣି ଧର୍ମଶାଳା ବିଜେପିର ଗୋଟିଏ ଗୋଷ୍ଠୀ ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ମୃତିରେଖା ପହିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ହିମାଂଶୁ ଶେଖର ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ଜଣାଇଛନ୍ତି। ଯେମିତି ଲାଗୁଛି ଧର୍ମଶାଳା ଡ୍ରାମା କେବେ ସରିବ ନାହିଁ!

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ହିମାଂଶୁ ଶେଖର ସାହୁ। ହେଲେ ତାଙ୍କ ସ୍ଥାନରେ ସ୍ମୃତିରେଖା ପହିଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଏହି ଘୋଷଣା ପରେ ହିମାଂଶୁ ଶେଖର ସାହୁ ଓ ତାଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଥିଲେ। କିଛି ଦିନ ତଳେ ହିମାଂଶୁ ଶେଖର ସାହୁ ଓ ତାଙ୍କ ସମର୍ଥ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ହଙ୍ଗାମା କରିଥିଲେ। କାର୍ଯ୍ୟାଳୟ ଭିତରେ ପଶି ହୋ-ହଲ୍ଲା କରିଥିଲେ। ସ୍ମୃତିଙ୍କ ବଦଳରେ ହିମାଂଶୁଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖରେ ଦାବି କରିଥିଲେ। ସେମାନଙ୍କୁ ବୁଝାଇ ପଠାଇ ଦେଇଥିଲେ ସଭାପତି।

ହିମାଂଶୁ ଶେଖର ସାହୁଙ୍କ ସମର୍ଥଙ୍କ ହୋ-ହଲ୍ଲା ପରେ ଦମ୍‌ ଦେଖାଇଥିଲେ ସ୍ମୃତିରେଖାଙ୍କ ସମର୍ଥକ। ବିଜେପି ପ୍ରତିଷ୍ଠା ଦିବସରେ ସ୍ମୃତିରେଖାଙ୍କ ସମର୍ଥକମାନେ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱରରେ ଆସିଥିଲେ। ସ୍ମୃତିରେଖାଙ୍କୁ ଟିକଟ ମିଳିଥିବାରୁ ରାଜ୍ୟ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Advertisment

ଆଜି ପୁଣି ଥରେ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଆସିଥିଲେ। ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ହିମାଂଶୁ ଶେଖର ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ପୁଣି ଥରେ ଦାବି ଜଣାଇଥିଲେ।

ହିମାଂଶୁ ସାହୁଙ୍କ ଜଣେ ସମର୍ଥକ କହିଛନ୍ତି, ହିମାଂଶୁ ସାହୁଙ୍କୁ ଟିକଟ ମିଳିନଥିବାରୁ ୮ ଦିନ ତଳେ ଦାବି ଜଣାଇବା ପାଇଁ ରାଜ୍ୟ କାର୍ଯ୍ୟାଳୟ ଆସିଥିଲୁ। ୨ରୁ ୩ ଦିନ ପରେ ସବୁ ବୁଝିଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସେତେବେଳେ କହିଥିଲେ। ତେଣୁ ଆଜି ଆମେ ପୁଣି ଥରେ ଶାନ୍ତିପୂର୍ଣ୍ଣ ଭାବେ ବିଜେପି କାର୍ଯ୍ୟାଳୟକୁ ଆସିଛୁ। ଆମର ଦାବି ଧର୍ମଶାଳାର ଲଢ଼ୁଆ ପୁଅ ହିମାଂଶୁ ସାହୁଙ୍କୁ ଟିକେଟ ମିଳିଲେ, ଆମେ ଖୁସି ହେବୁ ବୋଲି ସେ କହିଛନ୍ତି।

ସେପଟେ ପ୍ରାର୍ଥୀ ସ୍ମୃତିରେଖା ପହି କହିଛନ୍ତି, ହିମାଂଶୁ ଶେଖର ସାହୁ ଆମ ଦଳର ଜଣେ ଭାଇ। ଆମେ ମଧ୍ୟ ତାଙ୍କୁ ସମ୍ମାନ ଦେଉଛୁ। ଆମେ ଚାହୁଁଛୁ, ସେମାନେ ଆସନ୍ତୁ ମିଳିମିଶି କାମ କରିବା। ଟିକେଟ ପ୍ରକ୍ରିୟା ଗୋଏଟ ଏମିତି ଜିନିଷ, ଜଣଙ୍କୁ ମିଳିବ ଓ ଅନ୍ୟ ଜଣଙ୍କୁ ମିଳିବନି। ଦୀର୍ଘ ଦିନ ଧରି ଦଳରେ ଅଛୁ ଓ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛୁ। ପାର୍ଟିର ନିଷ୍ପତ୍ତିକୁ ଗ୍ରହଣ କରିଛୁ ବୋଲି ଶ୍ରୀମତୀ ପହି କହିଛନ୍ତି।

ଦିନେ କଂଗ୍ରେସର ଗଡ଼ ଥିଲା ଯାପୁରର ଧର୍ମଶାଳା ନିର୍ବାଚନମଣ୍ଡଳୀ। ହେଲେ ୧୯୯୫ ମସିହାରେ କଂଗ୍ରେସ ଗଧ ଧ୍ୱସ ହୋଇଥିଲା। ପ୍ରଥମ ଥର ପାଇଁ ବିଜେଡିରୁ କଳ୍ପତରୁ ଦାସ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ସେ ଲଗାତାର ୪ ଥର ସେଠାରୁ ବିଧାୟକ ହୋଇଥିଲେ। ତେବେ କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ୨୦୧୪ ମସିହାରେ ପ୍ରାର୍ଥୀ ହୋଇଥିଲେ। ଆଉ ସେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପିର ରମେଶ ଚନ୍ଦ୍ର ପରିଡ଼ା ଓ କଂଗ୍ରେସରୁ(ବର୍ତ୍ତମାନର ବିଜେପି ପ୍ରାର୍ଥୀ) ସ୍ମୃତିରେଖା ପହିଙ୍କୁ ପରାସ୍ତ କରି ବିଧାନସଭାକୁ ବିଜୟୀ ହୋଇଥିଲେ।

Bjp Loksabha Election