Advertisment

ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଶାନ୍ତ ଓ ଅରିନ୍ଦମଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା

ଅରିନ୍ଦମ ପ୍ରଥମ ଥର ଲଢୁଥିବା ବେଳେ ସାଲେପୁର ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ବେହେରା।

Prasanta and Arindam

Prasanta and Arindam

Advertisment

କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେହିପରି ଏହି ଆସନ ପାଇଁ ବିଜେଡି ତରଫରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ବେହେରା। ସେମାନେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ସେମାନେ ନାମାଙ୍କନ ପତ୍ର ଦାଖଲ କଲା ବେଳେ ସେମାନଙ୍କ ସମର୍ଥକ ଅର୍ଥାତ୍ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା।

Advertisment

ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆସିଥିଲେ। ସେହି ସମୟରେ ଦୁଇ ଦଳର ସମର୍ଥକଙ୍କ ସହ ଠେଲାପେଲା ଓ ନାରାବାଜି ହୋଇଥିଲା। ପୁଲିସ୍ ଉପସ୍ଥିତରେ ଏସବୁ ଘଟିଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଉପସ୍ଥିତ ପୁଲିସ କର୍ମଚାରୀଙ୍କ ସହିତ ବିଜେଡି ସମର୍ଥକଙ୍କ ପାଟିତୁଣ୍ଡ ହୋଇଥିଲା।

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଆଜି ଅରିନ୍ଦମ ରାୟ ଘରୁ ବାହାରି ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ କଟକ ଜୁଡିସିଆଲ ଏକାଡେମୀ ନିକଟରୁ ବାହାରିଥିଲା ତାଙ୍କ ଶୋଭାଯାତ୍ରା। ବିଶାଳ ଶୋଭାଯାତ୍ରାରେ ସେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ। ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଅରିନ୍ଦମ ସାଲେପୁରରେ ଏଥର ପଦ୍ମ ଫୁଟିବ ବୋଲି ବେଶ୍ ଆଶାବାଦୀ ଅଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅତ୍ୟାଚାରରେ ସାଲେପୁରବାସୀ ଅତିଷ୍ଠ ହୋଇପଡିଛନ୍ତି। ଏଣୁ ଏଥର ଲଢ଼େଇ ବିକାଶ ବନାମ ଦୁର୍ନୀତି ହେବ ବୋଲି କହିଛନ୍ତି ଅରିନ୍ଦମ।

Advertisment

ଅନ୍ୟପକ୍ଷରେ ସାଲେପୁର ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ବେହେରା। ୨୦୧୯ରେ ସେ ବିଜେଡି ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ। ସେ ଆଜି ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସାଲେପୁରରେ ବିଜୁ ଜନତା ଦଳ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ପୁଣି ଥରେ ଶଙ୍ଖକୁ ଲୋକେ ଜିତେଇବେ ବୋଲି କହିଛନ୍ତି ପ୍ରଶାନ୍ତ।

2024 General Election Bjp BjD Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe