Advertisment

କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ନରମ-ଗରମ ଆଭିମୁଖ୍ୟ କାହିଁକି

ନାଗାଲାଣ୍ଡରେ ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ନହେବାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ନିଜ ସରକାର ଥିବା ରାଜ୍ୟଗୁଡିକରେ କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି ବିଫଳ ହେଉଛ ବୋଲି ପ୍ରଶ୍ନ କଲେ।

ଅଦ୍ୟତନ ହୋଇଛି
Supreme Court blasts Centre on reservations for women in Nagaland

Supreme Court blasts Centre on reservations for women in Nagaland

Advertisment

'ଯେଉଁ ରାଜ୍ୟଗୁଡ଼ିକରେ ଭାରତୀୟ ଜନତା ପାର୍ଟି (BJP) ଶାସନ କରୁଛି, ସେହି ସରକାରଗୁଡ଼ିକ ବିରୋଧରେ କାହିଁକି ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି? ଅନ୍ୟ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚରମ ଆଭିମୁଖ୍ୟ ଗ୍ରହଣ କରି ପାରୁଛନ୍ତି, କିନ୍ତୁ ଯେତେବେଳେ କଥା ଆପଣଙ୍କ ଦଳର ସରକାରର ଆସୁଛି, କିଛି କରୁ ନାହାନ୍ତି।' ଏକ ଅଦାଲତ ଅବମାନନା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ଏହି ଢଙ୍ଗରେ ବର୍ଷିଛନ୍ତି।

Advertisment

ନାଗାଲାଣ୍ଡରେ ପୌର ଓ ପଞ୍ଚାୟତ ନିର୍ବାଚନଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନାଗାଲାଣ୍ଡ ସରକାର ଓ ରାଜ୍ୟ ନିର୍ବାଚନ କମିଶନ ଏହି ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ଏକ ଆବେଦନ ହୋଇଥିଲା। 

ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସ.କେ କୌଲ କହିଥିଲେ, ସଂରକ୍ଷଣ ଏକ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ। ମହିଳା ସଂରକ୍ଷଣ ଏହା ଉପରେ ଆଧାରିତ। ଆପଣ କେମିତି ସାମ୍ବିଧାନିକ ବ୍ୟବସ୍ଥାର ବାହାରକୁ ଯାଇପାରିବେ, ମୁଁ ବୁଝିପାରୁ ନାହିଁ।

Advertisment

ସେ ଆହୁରି ଉଲ୍ଲେଖ କରିଥିଲେ, ନାଗାଲାଣ୍ଡ ଏପରି ଏକ ରାଜ୍ୟ ଯେଉଁଠାରେ ମହିଳାଙ୍କ ଶିକ୍ଷା, ଅର୍ଥନୈତିକ ଏବଂ ସାମାଜିକ ସ୍ଥିତି ସର୍ବୋତ୍ତମ। ତେଣୁ ସେଠାରେ କାହିଁକି ମହିଳାଙ୍କ ସଂରକ୍ଷଣ କାର୍ଯ୍ୟକାରୀ ହୋଇପାରିବ ନାହିଁ।

ପ୍ରକାଶ ଥାଉ କି, ଏହି ଶୁଣାଣି ସମୟରେ ବିଜେପି ଶାସିତ ମଣିପୁରରେ ଚାଲିଥିବା ହିଂସା ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।

Reservations Case InSupreme Court Women Reservations In Nagaland Supreme Court Blasts Centre Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe