Advertisment

'ଆପ୍ ଅଭିଯୁକ୍ତ' ଟିପ୍ପଣୀର ସ୍ପଷ୍ଟୋକ୍ତି ରଖିଲେ ସୁପ୍ରିମକୋର୍ଟ

ଯଦି A ଏବଂ Bକୁ ଅଭିଯୁକ୍ତ କରାଯାଇଛି ଏବଂ C ଏହି ମାମଲାରେ ଉପକୃତ ହୋଇଛି, ତେବେ Cକୁ କାହିଁକି ଅଭିଯୁକ୍ତ କରାଯିବ ନାହିଁ?

Supreme Court

Supreme Court

Advertisment

ଦିଲ୍ଲୀ ମଦ ନୀତି ଘୋଟାଲାରେ କାହିଁକି 'ଆପକୁ ଅଭିଯୁକ୍ତ ଭାବେ ଦର୍ଶାଯିବ ନାହିଁ' ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନର ସ୍ପଷ୍ଟୋକ୍ତି ରଖିଲେ ସର୍ବୋଚ୍ଚ ଅଦାଲତ। ଏହି ମାମଲାରେ ଅଦାଲତ କାହିଁକି ଆପକୁ ଅଭିଯୁକ୍ତ ଭାବେ ଦର୍ଶାଯାଉ ବୋଲି କହୁଛନ୍ତି, ସେନେଇ ଉତ୍ତର ରଖିଛନ୍ତି। 

Advertisment

ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି, ଆମେ ଏ ଉପରେ ସ୍ପଷ୍ଟ କରିବାକୁ ଚାହୁଁଛୁ। ଗତକାଲି ଆମେ କେବଳ ଏକ ଆଇନଗତ ପ୍ରଶ୍ନ ପଚାରିଥିଲୁ। ଆମର ପ୍ରଶ୍ନ ଥିଲା, ଯଦି A ଏବଂ Bକୁ ଅଭିଯୁକ୍ତ କରାଯାଇଛି ଏବଂ C ଏହି ମାମଲାରେ ଉପକୃତ ହୋଇଛି, ତେବେ Cକୁ କାହିଁକି ଅଭିଯୁକ୍ତ କରାଯିବ ନାହିଁ?

ସୁପ୍ରିମକୋର୍ଟ ଦିଲ୍ଲୀର ମଦ ନୀତି ଘୋଟାଲା ମାମଲାରେ ଆମ୍ ଆଦମି ପାର୍ଟିକୁ କାହିଁକି ଅଭିଯୁକ୍ତ କରାଯାଉନାହିଁ ବୋଲି ଇଡିକୁ ପ୍ରଶ୍ନ ପଚାରିଥିଲେ। ଏହି ମାମଲାରେ ଦଳର ବରିଷ୍ଠ ନେତା ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ଥିବାବେଳେ ଗତକାଲି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଆପକୁ ମଧ୍ୟ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରାଯାଉ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

Advertisment

ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ, ଆଜି ଯେତେବେଳେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିଲା ଏହି ସମୟରେ ତାଙ୍କ ଓକିଲ ଅଭିଷେକ ମନୁ ସିଂହଭି ଏ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଅଦାଲତଙ୍କୁ ପଚାରିଥିଲେ, 'ଆପଣ କାହିଁକି ଏକ ଦଳକୁ ଅଭିଯୁକ୍ତ ଭାବେ ଦର୍ଶାଇବାକୁ ଚାହୁଁଛନ୍ତି?' ଏହାର ଉତ୍ତରରେ ଏପରି କହିଛନ୍ତି ସପ୍ରିମକୋର୍ଟ। 

Supreme Court AAP AAP An Accused Liquor Policy Case Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe