Advertisment

ହେମନ୍ତ ସୋରେନଙ୍କୁ ଝଟକା, ଗିରଫଦାରୀ ବିରୁଦ୍ଧରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

EDର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେମନ୍ତ ସୋରେନ।

author-image
Debibandita Barick
ଅଦ୍ୟତନ ହୋଇଛି
Hemant Soren

Hemant Soren

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା। ଇଡିର ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ଏ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇପାରିବ ନାହିଁ, ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗତ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଇଡିର ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋରେନ। ଆଜି ଏହି ମାମଲା ଉପରେ ବିଚାର କରି ଆବେଦନକୁ ଖାରଜ କରିଦେଇଛନ୍ତି ଅଦାଲତ।

ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଏମ.ଏମ ସୁନ୍ଦରେଶ ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ବେଞ୍ଚ ସୋରନଙ୍କ ଆବେଦନର ଶୁଣାଣି କରିଥିଲେ। ଏ ଆବଦେନ ଉପରେ ସୁପ୍ରିମକୋର୍ଟରେ ବିଚାର ହୋଇପାରିବ ନାହିଁ, ଝାଡଖଣ୍ଟ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ।

Advertisment

ପ୍ରକାଶ ଥାଉ କି, ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବାରମ୍ବାର ସମନ ପଠାଇଥିଲା ଇଡି। କିନ୍ତୁ ସେ ହାଜର ହୋଇନଥିଲେ। ଶେଷରେ ଜେରା ପାଇଁ ତାଙ୍କ ବାସଭବନରେ ଇଡି ପହଞ୍ଚିଥିଲା। କିନ୍ତୁ ୪୦ ଘଣ୍ଟା ପାଇଁ କେଉଁଆଡେ ଚାଲି ଯାଇଥିଲେ ସୋରେନ। ସୋମବାର ଇଡି ଅଧିକାରୀମାନେ ତାଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଚଢାଉ କରିଥିଲେ।

ରେଡ଼ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଥିଲେ। ଏଥିସହ ତାଙ୍କ ଘରୁ ଦୁଇଟି ଦାମୀ BMW କାରକୁ ମଧ୍ୟ  ଜବତ କରିଥିଲେ। ଏହାପରେ ବୁଧବାର ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଏଜେନ୍ସି ତାଙ୍କୁ ଗିରଫ କରିଛି। 

Supreme Court Hemant Soren Ed