Advertisment

କାହା ମୁଣ୍ଡରେ ସୁନା କଳସ ଢାଳିବେ BJD ସୁପ୍ରିମୋ?

କନ୍ଧମାଳ ଜିଲ୍ଲାରେ ୩ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଥିମଧ୍ୟରୁ ଫୁଲବାଣୀ ଓ ଜି.ଉଦୟଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ହେଲେ ବାଲିଗୁଡା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯେଉଁଥିପାଇଁ ଅଶାୟୀଙ୍କ ମଧ୍ୟରେ ବ୍ୟଗ୍ରତା ବଢ଼ିବାରେ ଲାଗିଛି।

ଅଦ୍ୟତନ ହୋଇଛି
BJD

BJD

Advertisment

ଇତି ମଧ୍ୟରେ ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିସାରିଲାଣି। ହେଲେ ଆଜି ପର୍ଯ୍ୟନ୍ତ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ଯୁଦ୍ଧାଙ୍କ ନାଁ ଘୋଷଣା କରୁନି ବିଜେଡି। ଯେଉଁଥିପାଇଁ ଆଶାୟୀଙ୍କ ମଧ୍ୟରେ ଉତ୍‌କଣ୍ଠା ବଢ଼ୁଛି। ସେପଟେ ଦେଖିବାକୁ ଗଲେ ପ୍ରାର୍ଥୀ ହେବା ପାଇଁ ୩ ଜଣ ଆଶାୟୀ ଗୋଡ଼ କାଢ଼ି ବସିଛନ୍ତି। ତେଣୁ ବିଦ୍ରୋହ ଭୟରେ ବିଜେଡି ପ୍ରାର୍ଥୀ ଚୟନ କରିବାରେ ବିଳମ୍ୱ କରୁଥିବା ଆଲୋଚନା ହେଉଛି।

Advertisment

କନ୍ଧମାଳ ଜିଲ୍ଲାରେ ୩ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଥିମଧ୍ୟରୁ ଫୁଲବାଣୀ ଓ ଜି.ଉଦୟଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ହେଲେ ବାଲିଗୁଡା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯେଉଁଥିପାଇଁ ଅଶାୟୀଙ୍କ ମଧ୍ୟରେ ବ୍ୟଗ୍ରତା ବଢ଼ିବାରେ ଲାଗିଛି। ସେପଟେ ଦେଖିବାକୁ ଗଲେ ବାଲିଗୁଡ଼ା ପାଇଁ ବିଜେଡିରୁ ୩ ଜଣ ଆଶାୟୀ ଅଛନ୍ତି। ଟିକେଟ ଲବିରେ ବିଜେଡି ବିଧାୟକ ଚକ୍ରମଣି କଂହର, ପୂର୍ବତନ ବିଜେଡି ବିଧାୟକ ରାଜୀବ ପାତ୍ର ଓ କ୍ଳେଶ ପ୍ରଧାନ ରହିଛନ୍ତି। ଏହି ୩ ଅଶାୟୀଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛନ୍ତି ବିଜେଡି ବିଧାୟକ ଚକ୍ରମଣି କଂହର। ତାଙ୍କ ପଛକୁ ରାଜୀବ ପାତ୍ର ରହିଥିବା ବେଳେ କଂଗ୍ରେସରୁ ଆସି ବିଜେଡ଼ିରେ ଯୋଗଦେଇଥିବା କ୍ଳେଶ ପ୍ରଧାନ ମଧ୍ୟ ଟିକେଟ ପାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।

୩ ଆଶାୟୀଙ୍କୁ ଭିତରୁ ଜଣଙ୍କୁ ବାଛିବା ବିଜେଡି ମୁଖିଆଙ୍କ ପାଇଁ କାଠିକର ପାଠ ହେବ। କାରଣ କେହି କାହାଠାରୁ କମ୍‌ ନୁହେଁ। ସେପଟେ ମୁଖିଆଙ୍କୁ ବିଦ୍ରୋହ ଭୟ ଘାରିଛି। ଜଣଙ୍କୁ ପ୍ରାର୍ଥୀ କଲେ ଅନ୍ୟମାନେ ବିଦ୍ରୋହୀ କରିପାରନ୍ତି। ଯେଉଁଥିପାଇଁ ପ୍ରାର୍ଥୀ ଚୟନରେ ବିଳମ୍ୱ ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ପ୍ରାର୍ଥୀ ଚୟନରେ ବିଳମ୍ୱ ହେଉଥିବାରୁ ଆଶାୟୀଙ୍କ ଭିତରେ ଛକା ପଞ୍ଝା ଆରମ୍ଭ ହେଲାଣି। ସମସ୍ତେ ନିଜ ନିଜର ସମର୍ଥକଙ୍କୁ ଧରି ଗୁପ୍ତ ବୈଠକ କରି ରଣନୀତି ପ୍ରସ୍ତୁତ କରୁଥିବା ଅଲୋଚନା ହେଉଛି।

Advertisment

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal Loksabha Election BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe