Advertisment

ସାନପୁଅଙ୍କୁ ନେଇ ସୁରଙ୍କ କ୍ଷୋଭ: ଆତ୍ମାକୁ ବାଧିଛି, କଂଗ୍ରେସରୁ ସବୁ ପଦରୁ ଇସ୍ତଫା ଦେଲି

ପୁଅ ମନ୍ମଥ ବିଜେଡିରେ ମିଶିଥିବାରୁ ନୈତିକତା ଦୃଷ୍ଟିରୁ ଆଜି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛି।” ଆଜି ଏଭଳି କିଛି କ୍ଷୋଭର ସହ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

author-image
Ordigital Desk
undefined

Sura Routray

ସବୁପ୍ରକାରର ଚେଷ୍ଟା କଲି, ମାସାଧିକ କାଳ ବୁଝାଇଲି। ହେଲେ ମୋ’ ସାନପୁଅ କିଛି ଶୁଣିଲା ନାହିଁ। ବିଜେଡିରେ ମିଶିବ ବୋଲି ଜିଦ୍ ଧରିଲା ଓ ଆଜି ବିଜେଡିରେ ମିଶିଲା। ତେଣୁ ଏହା ମୋତେ ମର୍ମାହତ କରିଛି। ମୋର ନୈତିକ ସାମର୍ଥ୍ୟ ହରାଇ ବସିଛି। ମୋ’ ଆତ୍ମାକୁ ବାଧିଛି। ପୁଅ ମନ୍ମଥ ବିଜେଡିରେ ମିଶିଥିବାରୁ ନୈତିକତା ଦୃଷ୍ଟିରୁ ଆଜି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛି।” ଆଜି ଏଭଳି କିଛି କ୍ଷୋଭର ସହ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାଉତରାୟ କହିଛନ୍ତି ଯେ, ସେ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବେ। କଂଗ୍ରେସ ଛାଡ଼ି କୁଆଡ଼େ ଯିବାର ନାହିଁ। ଗତ ୬୦ବର୍ଷ ଧରି ସେ କଂଗ୍ରେସରେ ଅଛନ୍ତି। କଂଗ୍ରେସ ତାଙ୍କୁ ୬ଥର ବିଧାୟକ ଓ ମନ୍ତ୍ରୀ କରିଛି। ମୋ କଥା ନଶୁଣି ମୋ ସାନପୁଅ ବିଜେଡିରେ ମିଶିଲା। ଯାହାକି ମୋ ଆତ୍ମାକୁ ବାଧିଛି। ପୁଅର ଏହି କାର୍ଯ୍ୟରେ ମୁଁ ମର୍ମାହତ ଓ ଦୁଃଖିତ। ମୁଁ କଂଗ୍ରେସରେ ଥାଇ ଯଦି ମୋ’ ପୁଅ ଏଭଳି ନିଷ୍ପତ୍ତି ନେଲା ଆଉ କାହାକୁ କ’ଣ କହିପାରିବି। କଂଗ୍ରେସ ମୋତେ ୩ଟି ଭଲ କମିଟିରେ ରଖିଥିଲା। ସେହି କମିଟିରୁ ଇସ୍ତଫା ଦେଇଛି। ନୈତିକ ସାମର୍ଥ୍ୟ ହରାଇଥିବାରୁ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି, ନିର୍ବାଚନ କମିଟି ଓ ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବଡ଼ପୁଅକୁ ଯଦି ନିମାପଡ଼ାରୁ କଂଗ୍ରେସ ଟିକେଟ୍ ମିଳେ ତା’ପାଇଁ ଘରକୁ ଘର ଯାଇ ପ୍ରଚାର କରିବି। କିନ୍ତୁ ସାନପୁଅ ପାଇଁ ପ୍ରଚାର କରିବି ନାହିଁ କିମ୍ବା ଭୋଟ୍ ମାଗିବି ନାହିଁ ବୋଲି ସୁର କହିଛନ୍ତି।
ସେହିପରି ସୁରଙ୍କ ବଡ଼ପୁଅ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଫାଇଭ-ଟିକୁ ସାଲ୍ୟୁଟ୍ ମାରିବା ମୋ’ଦ୍ୱାରା ହେବନି। ମନ୍ମଥଙ୍କୁ ବଲି କା ବକରା କରାଯାଇଛି। ଅପରାଜିତାଙ୍କ ବିରୁଦ୍ଧରେ ଲଢ଼େଇ କରି ଜିତିବାକୁ ନେଇ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି।

Sura Routray