Advertisment

ସୁରଙ୍କ କ୍ଷୋଭ: ପୁଅ ହେଲେବି ତାକୁ ଭୋଟ୍ ଦେବିନି କି ତା’ପାଇଁ ପ୍ରଚାର କରିବନି

ସୁରଙ୍କ ସାନପୁଅ ମନ୍ମଥ ଆସନ୍ତା ୨୭ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଏହା ଉପରେ ପ୍ରତିକ୍ରିୟା ରଖି ମନ୍ମଥଙ୍କ ପିତା ସୁର ରାଉତରାୟ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି ।

undefined

Sura Routray

Advertisment

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପରିବାର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।  ସୁରଙ୍କ ପରାମର୍ଶ ଓ ବୁଝାସୁଝାକୁ ଖାତିର ନକରି ତାଙ୍କର ଉଚ୍ଚଶିକ୍ଷିତ ସାନପୁଅ ମନ୍ମଥ ରାଉତରାୟ ଏବେ ଅନ୍ୟ ଦଳକୁ ଡିଆଁ ମାରିବାକୁ ଆଗ୍ରହୀ ହୋଇପଡ଼ିଛନ୍ତି। ମନ୍ମଥ ଯଦି କଂଗ୍ରେସ ଛଡ଼ା ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହେବେ ତାଙ୍କ ପାଇଁ ପ୍ରଚାର ତ ଦୂରର କଥା ଭୋଟ୍ ଖଣ୍ଡେ ମଧ୍ୟ ଦେବିନି ବୋଲି ଆଜି ସୁର କ୍ଷୋଭର ସହ କହିଛନ୍ତି ।

Advertisment

ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ମତାଇ ମୋ’ ପୁଅକୁ ବିଜେଡିରୁ ଏମଲଏ କି ଏମପି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଶେଷ ପର୍ଯ୍ୟନ୍ତ ତାକୁ ବୁଝାଉଛି ଓ କଂଗ୍ରେସରୁ ସେ ପ୍ରାର୍ଥୀ ହେଉ ବୋଲି ଚାହୁଁଛି ବୋଲି ସୁର କହିଛନ୍ତି । ଏପଟେ ଯିଏ ନିଜ ବୃଦ୍ଧ ପିତାଙ୍କ ସମ୍ମାନକୁ ରଖୁନାହାନ୍ତି ଓ ତାଙ୍କ ଇଚ୍ଛା ବିରୁଦ୍ଧରେ ରାଜନୀତି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସେ କିପରି ସାଧାରଣ ଜନତାଙ୍କ ସମ୍ମାନ ରଖିବେ ଏବଂ ଲୋକେ ତାଙ୍କୁ କିଭଳି ନିଜର ପ୍ରତିନିଧି ବାଛିବେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୁରଙ୍କ ସାନପୁଅ ମନ୍ମଥ ଆସନ୍ତା ୨୭ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଏହା ଉପରେ ପ୍ରତିକ୍ରିୟା ରଖି ମନ୍ମଥଙ୍କ ପିତା ସୁର ରାଉତରାୟ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ପୁଅ ଯଦି କଂଗ୍ରେସ ଛାଡ଼ି ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହୁଏ ସେ ତାକୁ ନିଜର ଭୋଟ୍ ଖଣ୍ଡେ ଦେବେନି କିମ୍ବା ତାଙ୍କ ସପକ୍ଷରେ ପ୍ରଚାର ବି କରିବେ ନାହିଁ । କଂଗ୍ରେସ ହେଉଛି ତାଙ୍କ ପାଇଁ ମନ୍ଦିର । ସେ ହାତକୁ ପୂଜା କରନ୍ତି । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଛି । ତେଣୁ ମଲାପର୍ଯ୍ୟନ୍ତ ସେ କଂଗ୍ରେସରେ ହିଁ ରହିବେ । ମଲାବେଳେ ତାଙ୍କ ଦେହରେ କଂଗ୍ରେସ ପତାକାଟିଏ ପଡ଼ୁ ବୋଲି ସେ ଚାହାଁନ୍ତି । ସୁର ଭାବପ୍ରବଣ ହୋଇ ଏଭଳି ପ୍ରତିକ୍ରିୟା ଦେବା ସହ ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ବିଜେଡି ଓ ବିଜେପି ଉଭୟ ଦଳ ଚାହୁଁଥିବା କହିଛନ୍ତି । ବିଜେଡି ତାଙ୍କପୁଅକୁ ଏମଏଲଏ ଓ ଏମପି ପ୍ରାର୍ଥୀ କରିବାର ଅଫର ଦେଇଛି ।

Advertisment

ବିଜେପି ମଧ୍ୟ ଜଟଣୀରୁ ଏମଏଲଏ ପ୍ରାର୍ଥୀ କରିବ ବୋଲି ଅଫର ଦେଇଛି । ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ନବୀନ ନିବାସକୁ ମୋ’ପୁଅକୁ ଡାକି ତାକୁ ଟିକେଟ୍ ଅଫର ଦେଇଛନ୍ତି । ତାକୁ ଏତେ ଉତ୍ସାହିତ କରିଦେଇଛନ୍ତି ଯେ ସେ ଏବେ ବିଜେଡି ଆଡ଼େ ମୁହାଁଇଛି । ସେ ବିଜେଡିରେ ୭-୮ଦିନ ତଳୁ ମିଶି ସାରନ୍ତାଣି । ମୁଁ ତାକୁ ବୁଝାସୁଝା କରି ରଖିଛି । ସେ ଅନ୍ୟ କେଉଁ ଦଳରେ ମିଶୁ ବୋଲି ମୁଁ ଚାହେଁନି । କଂଗ୍ରେସ ମୋତେ ସମ୍ମାନ ଦେଇଛି । ମୁଁ ଚାହେଁ ସେ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କରୁ । ନିଶ୍ଚୟ ଜିତିବ । ମୋ’ର ତା’ଉପରେ ଭରସା ଅଛି । ସେ ମୋ’ କଥା ମାନିବ । ଯଦି ମୋ କଥା ନଶୁଣି ବିଜେଡିରେ ମିଶେ, ତା’ହେଲେ ମୁଁ ତାକୁ ନିଜ ଭୋଟ୍ ତ ଦେବିନି କିମ୍ବା ତା’ସପକ୍ଷରେ ପ୍ରଚାର ବି କରିବି ନାହିଁ । ମୁଁ ନୀତିବାନ ଲୋକ । ତେଣୁ ସେ ଅବୁଝାପୁଅ ମୋ’କଥା ବୁଝିଯିବ ବୋଲି ଆଶା ଥିବା ସୁର କହିଛନ୍ତି ।

ଅନ୍ୟପକ୍ଷରେ ଗଣମାଧ୍ୟମରେ ସୁରଙ୍କ ଏଭଳି ବୟାନ ପରେ ତାଙ୍କ ପୁଅ ମନ୍ମଥଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା ହେଉଛି । ସୁରଙ୍କ ଭଳି ସ୍ପଷ୍ଟବାଦୀ ନେତା ତଥା ନିଜ ପିତାଙ୍କ କଥାକୁ ଏଡ଼ାଇ ବିଜେଡିରେ ମିଶିବାକୁ ଚାହୁଁଥିବାରୁ ମନ୍ମଥ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଥିବା ଚର୍ଚ୍ଚା ହେଉଛି। ନିଜ ପିତାଙ୍କ ସମ୍ମାନ ରଖୁନଥିବା ବ୍ୟକ୍ତି କିଭଳି ସାଧାରଣ ଲୋକଙ୍କ ସମ୍ମାନ ରଖିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

BjD Congress Sura Raoutray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe