Advertisment

ଦଳ ନେଲା ଆକ୍ସନ, ସୁର କହିଲେ- ଖାତିର ନାହିଁ

ପୁଅ ଟିକେଟ ପାଇଲା ବୋଲି ମୋତେ ଦଳରୁ କାଢ଼ି ଦେବା ଘୋର ଲଜ୍ଜାଜନକ କଥା।

Suresh Routray

Suresh Routray

Advertisment

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆଜି କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ସେ କଂଗ୍ରେସରେ ଥାଇ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ସେ ଏହାକୁ ଖଣ୍ଡନ କରି ଆସୁଥିଲେ ହେଁ ଦଳ ପକ୍ଷରୁ ତାଙ୍କୁ ୨ ଥର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

Advertisment

ଆଜି ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲା ପରେ ସୁର କହିଛନ୍ତି, ମୁଁ ବିଲ୍‌କୁଲ୍ ପୁଅ ପାଇଁ ପ୍ରଚାର କରିନି। ଏଆଇସିସିର ପ୍ରେସିଡେଣ୍ଟ ଅତି ଖସି ହୋଇ ମୋତେ ୬ ବର୍ଷ ପାଇଁ ଯେଉଁ ବାସନ୍ଦ କରିଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦନ। କେଉଁଠି କି ଦୋଷ କଲି ଯେ ମୋତେ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି, ସେ ମୁଁ ତାଙ୍କୁ ନୋଟିସ୍ ଜରିଆରେ ପଚାରିବି। ସେ ଯାହା କରିବେ ଖାତିର ନାହିଁ। ମୁଁ ମଲା ଯାଏଁ କଂଗ୍ରେସରେ ରହିବି। ମୁଁ କଂଗ୍ରେସ ପାଇଁ କାମ କରିବି। ମୋ ଜୀବନଟା କଂଗ୍ରେସ। ଯେଉଁମାନେ ଏବେ ଓଡ଼ିଶାରେ କଂଗ୍ରେସରେ ଅଛନ୍ତି ସତେ ଯେମିତି ଭାରି ନୀତି ଓ ଆଦର୍ଶରେ ଅଛନ୍ତି। ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି। ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ ଅଭିନନ୍ଦନ। କିଛି ଆପତ୍ତି ନାହିଁ କି ଖାତିର ନାହିଁ। ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ। ପୁଅ ଟିକେଟ ପାଇଲା ବୋଲି ମୋତେ ଦଳରୁ କାଢ଼ି ଦେବା ଘୋର ଲଜ୍ଜାଜନକ କଥା। ମୁଁ କେବେ କିଛି ବିଶୃଙ୍ଖଳିତ କାର୍ଯ୍ୟ କରିନି।

ସୂଚନାଯୋଗ୍ୟ, ସୁରେଶ କୁମାର ରାଉତରାୟ ଜଟଣୀରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 

Advertisment
Suresh Kumar Routray Sura Raoutray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe